ETV Bharat / state

ସମ୍ବଲପୁର ସିନ୍ଦୁରପଙ୍କରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ, 2 ମୃତ

author img

By

Published : Jun 3, 2021, 10:48 PM IST

ଜିଲ୍ଲାର ସଦରଥାନା ସିନ୍ଦୁରପଙ୍କ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଘଟଣା ସ୍ଥଳରେ 2 ମୃତ । ଅଧିକ ପଢନ୍ତୁ...

ସମ୍ବଲପୁର ସିନ୍ଦୁରପଙ୍କରେ ସ୍କୁଟିକୁ ଧକ୍କାଦେଲା ଟ୍ରକ, 2 ମୃତ

ସମ୍ବଲପୁର: ମୁମ୍ବାଇ-କୋଲକାତା ରାଜରାସ୍ତାର ସମ୍ବଲପୁର ସିନ୍ଦୁର ପଙ୍କ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଲା ମାଲବାହୀ ଟ୍ରକ । ଟ୍ରକ ଚକ ତଳେ ଚାପି ହୋଇ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟଜଣଙ୍କୁ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଆଜି(ଗୁରୁବାର) ଦିନ ୧.୩୦ରୁ ୨ଟା ମଧ୍ୟରେ ସିନ୍ଦୁରପଙ୍କ ଅଂଚଳରେ ସ୍କୁଟିରେ ଆସୁଥିବା ଦୁଇଜଣ ଯୁବକ ଟ୍ରକ ଚକ ତଳକୁ ପଶିଯାଇଥିଲେ । ଫଳରେ ଟ୍ରକ ଡ୍ରାଇଭର ନିଜେ ପୋଲିସକୁ ଫୋନ କରିବା ସହ ଆହତଙ୍କୁ ବୁର୍ଲା ପଠାଇବାରେ ସହଯୋଗ କରିଥିଲେ। ଟ୍ରକଟି କଲିକତାରୁ ସମ୍ବଲପୁର ଆସୁଥିଲା । ମୃତ ଓ ଆହତ ଯୁବକଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.