ETV Bharat / state

ଟ୍ରକକୁ ପଛରୁ ପିଟିଲା କାର, ଜଣେ ମୃତ 5 ଗୁରୁତର - ସମ୍ବଲପୁର

ଝାରସୁଗୁଡା ରେଙ୍ଗାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୁର୍ଲା ଭିମସାରରେ ଚିକିତ୍ସା କରାଯାଉଛି। ଅଧିକ ପଢନ୍ତୁ...

ଟ୍ରକକୁ ପଛ ପିଟିଲା କାର, ଜଣେ ମୃତ 5 ଗୁରୁତର
ଟ୍ରକକୁ ପଛ ପିଟିଲା କାର, ଜଣେ ମୃତ 5 ଗୁରୁତର
author img

By

Published : Mar 27, 2021, 12:14 PM IST

ସମ୍ବଲପୁର:ଝାରସୁଗୁଡା ରେଙ୍ଗାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୁର୍ଲା ଭିମସାରରେ ଚିକିତ୍ସା କରାଯାଉଛି । ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଅଞ୍ଚଳର ସୌରଭ ଅଗ୍ରୱାଲ ତାଙ୍କ ସ୍ତ୍ରୀ ନେହା ଅଗ୍ରୱାଲ, ମା ମଞ୍ଜୁଲତା ଅଗ୍ରୱାଲ, ୭ ବର୍ଷର ପୁଅ ରିତ ଅଗ୍ରୱାଲ, ୯ ବର୍ଷର ଝିଅ ରିତିକା ଅଗ୍ରୱାଲ ଓ ପଡୋଶୀ ବନ୍ଧୁଙ୍କ ସ୍ତ୍ରୀ ପୂଜା ଶର୍ମାଙ୍କ ସହିତ ଝାରସୁଗୁଡା ଶ୍ରୀ ଶ୍ୟାମ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ ।

ସେଠାରୁ ଦର୍ଶନ ସାରି ନିଜର ଇକୋ ସ୍ପୋର୍ଟସ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ରେଙ୍ଗାଲି ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ହୋଇଥିଲା । ଫଳରେ ସମସ୍ତେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଖବରପାଇ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଏଠାରେ ସୌରଭଙ୍କ ମା ମଞ୍ଜୁଲତାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଥିବା ନେହାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୌରଭଙ୍କ ଦୁଇ ପୁଅ ଓ ଝିଅଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.