ETV Bharat / state

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା - ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବଲପୁରରେ ସ୍ୱାଗତ

ସମ୍ବଲପୁରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ(Rajya Sabha MP Niranjan Bisi) ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

author img

By

Published : Jun 16, 2022, 12:59 PM IST

ସମ୍ବଲପୁର: ସମ୍ବଲପୁରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ(Rajya Sabha MP Niranjan Bisi) ସମ୍ବର୍ଦ୍ଧନା । ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହେବାପରେ ନିରଞ୍ଜନ ବିଶି ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତରେ ଆସିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ଆଜି ଦୁର୍ଗାପାଲି ଅଞ୍ଚଳରେ ବିଶାଳ ଶୋଭାଯାତ୍ରାରେ ସାଂସଦଙ୍କୁ ପାଛୋଟି ନିଆଯାଇଥିଲା ।

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପାରମ୍ପରିକ ଆଦିବାସୀ ନୄତ୍ୟର ତାଳେ ତାଳେ ଆଦିବାସୀ କଲ୍ୟାଣ ସଂଘର ଶତାଧିକ ସଭ୍ୟ ମାନେ ଏକ ଶୋଭାଯାତ୍ରାରେ ତାଙ୍କୁ ଦୁର୍ଗାପାଲି ଖଡିଆପଡାକୁ ପାଛୋଟି ନେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଏଥିରେ ସମ୍ବଲପୁର ଜିଲ୍ଲାର ୯ ଗୋଟି ବ୍ଳକର ଆଦିବାସୀ କଲ୍ୟାଣ ମହାସଂଘର ପ୍ରତିନିଧି ଯୋଗ ଦେଇଥିଲେ ।

ଏହି ଅବସରରେ ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କହିଥିଲେ ଯେ, "ଆଦିବାସୀ ମାନଙ୍କ ହକ ଅଧିକାର ପାଇଁ ଲଢେଇ ଜାରି ରହିବ ।" ଏହାସହ ଏଣିକି ରାଜ୍ୟସଭାରେ ଆଦିବାସୀମାନଙ୍କ ପାଇଁ ତାଙ୍କର ଅଧିକାର ପ୍ରସଙ୍ଗ ଉଠାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.