ସମ୍ବଲପୁର: ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଭତରା ସ୍ଥିତ ଗାନ୍ଧୀ ମନ୍ଦିରର ନିର୍ମାତା ଅଭିମନ୍ୟୁ କୁମାରଙ୍କ ପରଲୋକ। ଆଜି ସକାଳେ ଏହି ପୂର୍ବତନ କଂଗ୍ରେସ ବିଧାୟକ ଅଭିମନ୍ୟୁ କୁମାରଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା ।
ରେଢାଖୋଲ ବିଧାନସଭାରୁ କଂଗ୍ରେସ ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । 1971, 1980, 1985 ଓ 1995 ମସିହାରେ ବିଧାନସଭାକୁ ବିଧାୟକ ନିର୍ବାଚିତ ହୋଇଥିଲେ । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। 1928 ମସିହାରେ ଭତରା ସ୍ଥିତ ମଠପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିଧାୟକ ଅଭିମନ୍ୟୁ ।
ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କଂଗ୍ରେସ ବିଧାୟକ ସମ୍ବଲପୁରର ପ୍ରସିଦ୍ଧ ଭତରା ଗାନ୍ଧିମନ୍ଦିର ନିର୍ମାଣ କରିଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ