ETV Bharat / state

ଭୀମସାରରେ ରାଗିଂ ଘଟଣା, 18 ଛାତ୍ରଙ୍କୁ 54 ହଜାର ଟଙ୍କା ଫାଇନ - ଭୀମସାର ମେଡ଼ିକାଲ କଲେଜରେ ରାଗିଂ

ଭିମସାରର ପିଛା ଛାଡ଼ୁନି ବିବାଦ। ପୁଣି ରାଗିଂ ଅଭିଯୋଗରେ 18 ଛାତ୍ରଙ୍କୁ ଜୋରିମାନା । ଅଧିକ ପଢନ୍ତୁ....

ଭୀମସାର ମେଡ଼ିକାଲ କଲେଜରେ ରାଗିଂ ଘଟଣା, 18 ଜଣ ଛାତ୍ରଙ୍କୁ 54 ହଜାର ଟଙ୍କା ଫାଇନvvଭୀମସାର ମେଡ଼ିକାଲ କଲେଜରେ ରାଗିଂ ଘଟଣା, 18 ଜଣ ଛାତ୍ରଙ୍କୁ 54 ହଜାର ଟଙ୍କା ଫାଇନଭୀମସାର ମେଡ଼ିକାଲ କଲେଜରେ ରାଗିଂ ଘଟଣା, 18 ଜଣ ଛାତ୍ରଙ୍କୁ 54 ହଜାର ଟଙ୍କା ଫାଇନ
ଭୀମସାର ମେଡ଼ିକାଲ କଲେଜରେ ରାଗିଂ ଘଟଣା, 18 ଜଣ ଛାତ୍ରଙ୍କୁ 54 ହଜାର ଟଙ୍କା ଫାଇନ
author img

By

Published : Mar 23, 2021, 4:05 PM IST

ସମ୍ୱଲପୁର : ଭିମସାରର ପିଛା ଛାଡ଼ୁନି ବିବାଦ। କିଛିଦିନର ନୀରବତା ପରେ ପୁଣି ଭିମସାରକୁ ଫେରିଛି ରାଗିଂ । ଭୀମସାର ଦ୍ଵିତୀୟ ବର୍ଷ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଗତ 12 ତାରିଖରେ ଭୀମସାରର ୬ ଜଣ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ରାଗିଂର ଶିକାର ହୋଇଥିବା ଜୁନିୟର ଛାତ୍ରଙ୍କ ପକ୍ଷରୁ ଦିଲ୍ଲୀ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ପରେ ଦିଲ୍ଲୀ ଆଣ୍ଟି ରାଗିଂ ସେଲ ପକ୍ଷରୁ ଭୀମସାର କର୍ତ୍ତୃପକ୍ଷଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଆସିଥିଲା। ଏହାପରେ ଭୀମସାର କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ଦେଖାଇବା ଆରମ୍ଭ କରିଥିଲେ ।

ଭୀମସାର ମେଡ଼ିକାଲ କଲେଜରେ ରାଗିଂ ଘଟଣା, 18 ଜଣ ଛାତ୍ରଙ୍କୁ 54 ହଜାର ଟଙ୍କା ଫାଇନvvv

ତେବେ ଏହି ଘଟଣାର ତଦନ୍ତ ପାଇଁ ଆଣ୍ଟି ରାଗିଂ କମିଟି ଗଠନ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ପରେ କମିଟି ଭୀମସାର କର୍ତ୍ତୃପକ୍ଷଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ । ଉକ୍ତ ତଦନ୍ତ ରିପୋର୍ଟକୁ ଆଧାର କରି ଭୀମସାର କର୍ତ୍ତୃପକ୍ଷ 18 ଜଣ ସିନିୟର ଛାତ୍ରଙ୍କୁ ୫୪ ହଜାର ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୮ ଜଣ ସିନିୟର ଛାତ୍ରଙ୍କୁ ଏହି ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଆଜି ସୁଦ୍ଧା ସିନିୟର ଛାତ୍ରସଙ୍ଘ ଏହି ଅର୍ଥ ଭୀମସାର କର୍ତ୍ତୃପକ୍ଷ ପାଖରେ ପଇଠ କରିବେ ବୋଲି ଭୀମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି। ଏ ବାବଦରେ ଛାତ୍ରଙ୍କ ପରିବାର ବର୍ଗଙ୍କୁ ଜଣାଇବା ସହ ଆଗାମୀ ସମୟରେ ଏଭଳି ଘଟଣାର ପୁନରାବୃତ୍ତି ନହେବ ସେନେଇ ତାଗିଦ କରାଯାଇଛି ।

ସମ୍ୱଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.