ETV Bharat / state

'କୋଚିଂ ସେଣ୍ଟରରେ ସୁରକ୍ଷା ବ୍ୟବସ୍ଥା ନେଇ ଅଡିଟ କରାଯିବ'

ସମ୍ବଲପୁର ସହରରେ ରହିଛି ଛୋଟ ବଡ 25 ଟି କୋଚିଂ ସେଣ୍ଟର ଥିବାବେଳେ ଅଧିକାଂଶ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଭଲ ନ ଥିବାରୁ ଅଗ୍ନିଶମ ବିଭାଗ ପ୍ରଥମ ପର୍ଯ୍ଯୟରେ ଆଠଟି କୋଚିଙ୍ଗ ସେଣ୍ଟରକୁ ନୋଟିସ କରିଛି ।

author img

By

Published : May 28, 2019, 9:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ସମ୍ବଲପୁର: ସୁରତ ସହରରେ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୨ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା ପରେ ଏବେ ସାରା ରାଜ୍ୟରେ କୋଚିଂ ସେଣ୍ଟରର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

ସମ୍ବଲପୁର ସହରରେ ରହିଛି ଛୋଟ ବଡ 25ଟି କୋଚିଂ ସେଣ୍ଟର । ଅଧିକାଂଶ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଭଲ ନ ଥିବାରୁ ଅଗ୍ନିଶମ ବିଭାଗ ପ୍ରଥମ ପର୍ଯ୍ୟାୟରେ ଆଠଟି କୋଚିଙ୍ଗ ସେଣ୍ଟରକୁ ନୋଟିସ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

କୋଚିଙ୍ଗ ସେଣ୍ଟର ସବୁ ମୁଖ୍ୟତଃ ଅଇଁଠାପାଲିରୁ ଚର୍ଚ୍ଚ ଛକ ମଧ୍ୟରେ ରାସ୍ତା କଡରେ ଥିବା ବିଲିଡିଂ ଗୁଡିକରେ ରହିଛି । ଭଡା ଘରେ ଉଚ୍ଚା ଉଚ୍ଚା ଦୁଇ ମହଲା ତିନି ମହଲା କୋଠା ଘରେ କୋଚିଂ ସେଣ୍ଟର ଚାଲିଥିବାବେଳେ ବିଲିଡିଂ ଗୁଡିକୁ ଯାଉଥିବା ରାସ୍ତା ଯଥେଷ୍ଟ ଚଉଡା ମଧ୍ୟ ନାହିଁ ।

ଅଧିକାଂଶ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଭଲ ନ ଥିବା ଅଗ୍ନିଶମ ବିଭାଗ ଜାଣିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରାଯାଇ କୋଚିଙ୍ଗ ସେଣ୍ଟର ଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଡିଟ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ଜେନା କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.