ETV Bharat / state

ଶିଳାନ୍ୟାସକୁ ୯ ବର୍ଷ: ଆଣ୍ଠେଇଛି ଟର୍ମିନାଲ ମାର୍କେଟ କମ୍ପ୍ଲେକ୍ସ, ୭ ଦିନର ପ୍ରତିଶୃତି ଦେଇ ଭୁଲିଗଲେ 5T ସଚିବ! - ଶିଳାନ୍ୟାସ କରି ଭୁଲିଗଲେ ସରକାର

ସମ୍ବଲପୁର ଜୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ ନିଲ ଡୁମରିଠାରେ ହେବାକୁ ଥିବା ବୃହତ କୃଷି ମାର୍କେଟ ଟର୍ମିନାଲ ଭିତ୍ତି ପ୍ରସ୍ତର ସ୍ଥାପନର ୯ ବର୍ଷ ବିତିଗଲା । ହେଲେ ଆଜି ପର୍ଯ୍ୟନ୍ତ ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ୫ଟି ସଚିବଙ୍କୁ ଦାବିପତ୍ର ଦେବାର ମାସେ ପୁରିବା ସତ୍ତ୍ବେ ଫଳଶୂନ ! ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ l ଅଧିକ ପଢ଼ନ୍ତୁ

terminal market complex in sambalpur
ଟର୍ମିନାଲ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟକାରୀ ଦାବି
author img

By ETV Bharat Odisha Team

Published : Sep 1, 2023, 10:16 PM IST

ଟର୍ମିନାଲ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟକାରୀ ଦାବି

ସମ୍ବଲପୁର: ଅଭିଯୋଗ ଗ୍ରହଣ କରି ପୂରଣ କଲେନି 5T ସଚିବ । ମାତ୍ର ୭ ଦିନ ମଧ୍ୟରେ ଦାବି ପୂରଣ କରିବାର ପ୍ରତିଶୃତି ଦେଇ ଭୁଲିଗଲେ । ୭ ଦିନ ପରିବର୍ତ୍ତେ ମାସେ ବିତିଲାଣି ଏବେବି ଲୋକେ ଦାବି ପୂରଣ ହେବା ତାରିଖକୁ ଅନାଇ ବସିଛନ୍ତି । ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ ନିଲ ଡୁମରିଠାରେ ହେବାକୁ ଥିବା ବୃହତ କୃଷି ମାର୍କେଟ୍‌ ଟର୍ମିନାଲ ଭିତ୍ତି ପ୍ରସ୍ତର ସ୍ଥାପନର ୯ ବର୍ଷ ବିତିଗଲା । ହେଲେ ଏପର୍ଯ୍ୟନ୍ତ ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ପ୍ରସ୍ଥାବିତ ବୃହତ ମାର୍କେଟ ଟର୍ମିନାଲ କାର୍ଯ୍ୟକାରୀ କରିବାକୁ ଦାବିପତ୍ର ଦେବାର ମାସେ ପୁରି ସାରିଲାଣି । କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟା ସମାଧାନ ନହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l

ସମ୍ବଲପୁର-କୋଲକତା ଜାତୀୟ ରାଜପଥର ଯୁଯୋମୁରା ବ୍ଲକ କବରାପାଲି ପଞ୍ଚାୟତର ନିଲଡୁଙ୍ଗରୀ ଠାରେ ପ୍ରାୟ ୬୦ ଏକର ପରିମିତ ଜମିରେ ଏକ ବୃହତ ମାର୍କେଟ ଟର୍ମିନାଲ ପିପିପି ମୋଡ଼ରେ ନିର୍ମାଣ କରିବାକୁ ରାଜ୍ୟ ସରକାର 2014 ମସିହାରେ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେବା ସହିତ ଏହାର କାର୍ଯ୍ୟକାରୀ ପାଇଁ ବଡ଼ ଅଂଶ ଧନ ଦେବାକୁ ସେତେବେଳେ ସ୍ୱୀକୃତି ପ୍ରଦାନ କରିଥିଲେ । ଏହି ବୃହତ ମାର୍କେଟ ଟର୍ମିନାଲ ନିର୍ମାଣ ହେଲେ କୃଷି ଉତ୍ପାଦିତ ଦ୍ରବ୍ୟର ରପ୍ତାନୀ, ବଜାରୀକରଣକୁ ସହଜ କରିବା ସହିତ ଶୀତଳ ଭଣ୍ଡାର ପ୍ରଭୃତି ସୁବିଧା ସହ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ଚାଷୀ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଏଥିରେ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ଏପରିକି ବୃହତ ଯୋଜନା ପାଇଁ ସେତେବେଳେ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଯିବା ପରେ ଗତ ୨୮ ସେପ୍ଟେମ୍ବର ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିମନ୍ତ୍ରୀ, ସାଂସଦ, ବିଧାୟକ ପ୍ରମୁଖଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଥିଲେ । ଅର୍ଥାତ ଆଜିକୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ପାଇଁ ଦିନେ ବି ଚେଷ୍ଟା କରାଯାଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁରରେ 5T ସଚିବ, ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

5T ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ସମୟରେ ମନ୍ଦଲିଆ ପଡିଆରେ ଆୟୋଜିତ ଜନଶୁଣାଣିରେ ଅଞ୍ଚଳର ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ଓ କବରାପାଲି ସରପଞ୍ଚ ଅନ୍ତର୍ଯାମୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିବା ନିଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବିପତ୍ର ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ପଶ୍ଚିମାଞ୍ଚଳରେ କୃଷି ଓ ଉଦ୍ୟାନକୁ ନେଇ ଯେଭଳି ସମସ୍ୟା ରହିଛି ଏହାର ସମାଧାନ ପାଇଁ ଏହି ପରିକଳ୍ପିତ ବୃହତ ମାର୍କେଟ ଟର୍ମିନାଲ ଏକ ମାତ୍ର ବିକଳ୍ପ ଓ ପଶ୍ଚିମ ଓଡ଼ିଶାର କୃଷକ ସମାଜ ପାଇଁ ଅମୂଲ୍ୟ ଦାନ ହେବ ବୋଲି ଦାବି ପତ୍ରରେ ଉଲ୍ଲେଖ ହୋଇଥିଲେ ସୁଦ୍ଧା ଏଭଳି ଜନସ୍ୱାର୍ଥ ସମ୍ବଳିତ ଦାବି ପତ୍ର ଉପରେ ସରକାରଙ୍କଠାରୁ କୌଣସି ସୂଚନା ମିଳିନଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ମୁହଁ ଖୋଲିବାକୁ ନାରାଜ l ଫଳରେ ଜନଶୁଣାଣି ନାମରେ ରାଜ୍ୟ ସରକାରଙ୍କ ଏଭଳି ପ୍ରହସନ କେବଳ ଲୋକ ଦେଖାଣିଆ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.