ETV Bharat / state

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ସମ୍ବଲପୁର ସାମ୍ବାଦିକ ସମୂହର ପ୍ରତିବାଦ - ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା

ମହିଳା ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିବାଦ କରିଛି ସମ୍ବଲପୁର ପ୍ରେସ କ୍ଲବ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସମ୍ବଲପୁର ଡିଆଇଜି ହିମାଂଶୁ ଲାଲଙ୍କୁ ପ୍ରଦାନ କରାଯାଇଛି ।

r attack on women journalist
ସମ୍ବଲପୁର ସାମ୍ବାଦିକ ସମୂହ ତରଫରୁ ପ୍ରତିବାଦ
author img

By

Published : Dec 30, 2019, 5:42 PM IST

ସମ୍ବଲପୁର: ମହିଳା ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିବାଦ କରିଛି ସମ୍ବଲପୁର ପ୍ରେସ କ୍ଲବ । ସମ୍ବଲପୁର ପ୍ରେସ କ୍ଲବ ଓ ବିଭିନ୍ନ ସାମ୍ବାଦିକ ସଂଘର ସଦସ୍ୟ ମାନେ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏହି ଘଟଣାର ନିନ୍ଦା କରିଥିଲେ । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସମ୍ବଲପୁର ଡିଆଇଜି ହିମାଂଶୁ ଲାଲଙ୍କୁ ପ୍ରଦାନ କରିଛନ୍ତି ।

ସମ୍ବଲପୁର ସାମ୍ବାଦିକ ସମୂହ ତରଫରୁ ପ୍ରତିବାଦ
ପ୍ରକାଶଥାଉକି, ଭୁବନେଶ୍ୱରର ଏସପ୍ଲାନେଡ୍ ସପିଂ ମଲରେ ହେଉଥିବା ବେଆଇନ ପାର୍କିଂ ଫି ଆଦାୟ ନେଇ ଜଣେ ମହିଳା ସାମ୍ବାଦିକ ଖବର ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ତେବେ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ବୋଲି ସମ୍ବଲପୁର ପ୍ରେସ କ୍ଲବ ଓ ସାମ୍ବାଦିକ ସମୂହ ତରଫରୁ ଦାବି ହୋଇଛି ।

ଏହାସହ ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧା ପାଉଥିବାରୁ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ରାଜ୍ୟ ସରକାରଙ୍କ ଆଗରେ ଦାବି ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଭୁବନେଶ୍ୱର ର ମହିଳା ସାମ୍ବାଦିକ ଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିବାଦ କରିଛି ସମ୍ବଲପୁର ପ୍ରେସ କ୍ଲବ । ଆଜି ସମ୍ବଲପୁର ପ୍ରେସ କ୍ଲବ ଓ ବିଭିନ୍ନ ସାମ୍ବାଦିକ ସଂଘ ର ସଦସ୍ୟ ମାନେ ଉତ୍ତରାଞ୍ଚଳ ଡ଼ିଆଇଜି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏହି ଘଟଣା ର ନିନ୍ଦା କରି ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସମ୍ବଲପୁର ଡି ଆଇ ଜି ହିମାଂଶୁ ଲାଲ ଙ୍କୁ ଦେଇଛନ୍ତି।

Body:ଭୁବନେଶ୍ୱର ର ଏକ ସପିଂ ମଲ ରେ ହେଉଥିବା ବେଆଇନ ପାର୍କିଂ ଫି ଆଦାୟ ନେଇ ମହିଳା ସାମ୍ବାଦିକ ସ୍ୱାତି ଜେନା ଖବର ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତ ଙ୍କୁ କେଵଳ ଗିରଫ ନକରାଯାଇ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସମ୍ବଲପୁର ପ୍ରେସ କ୍ଲବ ଓ ସାମ୍ବାଦିକ ସମୂହ ଦରଫରୁ ଦାବି ହୋଇଛି।କେବଳ ତଳ ତଳିଆ କର୍ମଚାରୀ ନୁହେଁ ମଲ ମାଲିକ ଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ଦାବି ହୋଇଛି।

Conclusion:ଏହା ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିବାରୁ ସାମ୍ବାଦିକ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ରାଜ୍ୟ ସରକାରଙ୍କ ଆଗରେ ଦାବି ହୋଇଛି।

ବାଇଟ-1-ଗାର୍ଗୀ ଶତପଥୀ, ସମ୍ବାଦିକା,ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.