ସମ୍ବଲପୁର : ଆସନ୍ତା 23 ତାରିଖରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ 100 ବର୍ଷ ପୂର୍ତ୍ତି ପୂରଣ ହେଉଛି । ଏହି ଅବସରରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟର 30 ଟି ଜିଲ୍ଲାରେ ଏକ ସମୟରେ ଗାନ୍ଧୀଙ୍କ ଓଡିଶା ଗସ୍ତ ଉପରେ ଆଧାରିତ ନାଟକ ପରିବେଷଣ କରାଯିବ।
ଆଜି ସମ୍ବଲପୁରର ଶ୍ରୀ କଲଚୁରାଲ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । 23 ତାରିଖ ସନ୍ଧ୍ୟା 6ଟା ରେ ଏହି ନାଟକ ହେବାକୁ ଯାଉଛି । ଏଥିରେ 30 ଜଣ କଳାକାର ସାମିଲ ହେବେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ