ETV Bharat / state

ଦେଶରେ ଜନସଂଖ୍ୟା ହ୍ରାସ ପାଇଁ ସରକାର ଆଣନ୍ତୁ ନୂୂଆ ନିୟମ: ଜନସଂଖ୍ୟା ଫାଉଣ୍ଡେସନ

ଦେଶରେ ବର୍ଦ୍ଧିତ ଜନସଂଖ୍ୟାରେ ନିୟନ୍ତ୍ରଣ ଆଣିବା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Feb 15, 2023, 6:19 PM IST

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ
population foundation
ଦେଶରେ ଜନସଂଖ୍ୟା ହ୍ରାସ ପାଇଁ ସରକାର ଆଣନ୍ତୁ ନୂୂଆ ନିୟମ

ସମ୍ବଲପୁର: ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତା l ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ କଠୋର ଆଇନ ପ୍ରଣୟନ ପାଇଁ ଦାବି କଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ l ସମ୍ବଲପୁର ମ୍ୟୁନ୍ସିପାଲଟି ଛକ ନିକଟରେ ଥିବା ସାମ୍ବାଦିକ ଭବନ ଠାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଦାବି କରାଯାଇଛି l ଜନସଂଖ୍ୟା ରୋକିବା ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Guidelines For Cops: ମନ୍ତ୍ରୀଙ୍କୁ ହତ୍ୟା ପରେ ଚେତିଲା ପୋଲିସ୍, ଫିଟ୍‌ ରହିବାକୁ ଜାରି ହେଲା SOP

ବର୍ତ୍ତମାନ ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି l ଫଳରେ 2040 ସୁଦ୍ଧା ଦେଶର ଜନସଂଖ୍ୟା 240 କୋଟି ପର୍ଯ୍ୟନ୍ତ ପହଞ୍ଚି ଯିବାର ସମ୍ଭାବନା ରହିଛି l ଏହିଭଳି ପରିସ୍ଥିତି ରହିଲେ ଦେଶରେ 2ଟି ବଡ ସମସ୍ୟା ଉପୁଜିବ ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ଦାସ ଆଜି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ପ୍ରଥମତଃ ଏହା ଦ୍ୱାରା ଦେଶର ଧାର୍ମିକ ସନ୍ତୁଳନ ବିଗିଡ଼ିଯିବ ଏବଂ ଦ୍ୱିତୀୟରେ ଦେଶରେ ଗୃହଯୁଦ୍ଧ ସୃଷ୍ଟି ହୋଇ ଭାରତର ପୁରାତନ ସଭ୍ୟତା, ସଂସ୍କୃତି ଓ ସନାତନ ଧର୍ମ ଶେଷ ହୋଇଯିବ l ଏଥିପାଇଁ ଦେଶରେ ଜନ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ କୋଠାର ଆଇନ ବ୍ୟବସ୍ଥା ପ୍ରଣୟନ କରିବାର ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇଛି l

ଏହା ମଧ୍ୟ ପଢ଼ନ୍ତୁ: ଜୟନାରାୟଣଙ୍କୁ ଧକ୍କା ମାରିବା ଘଟଣା, ଅଭିଯୋଗ ଭିତ୍ତିହୀନ କହିଲେ ମହିଳା ଥାନା ଅଧିକାରୀ

ତେଣୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ 2013 ମସିହାରୁ ଏହି ପ୍ରସଙ୍ଗରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇ ଜିଲ୍ଲାପାଳମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରଯାଉଛି l ଏହାସହ ଗତ ନଭେମ୍ବର ମାସରୁ ଏହି ସମସ୍ୟା ନେଇ ଲୋକଙ୍କୁ ସଚେତନ କରିବା ପାଇଁ 50 କୋଟି ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇଛି l

ଏହି ଅଭିଯାନ ଚଳିତ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ l ରାଜ୍ୟରେ ମଧ୍ୟ ଏନେଇ 50 ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ l ଏହା ଦ୍ୱାରା ରାଜ୍ୟର ଲୋକମାନେ ସଚେତନ ହେବେ । ଅନ୍ୟପଟେ ଦେଶରେ 50 କୋଟି ଦସ୍ତଖତ ସଂଗ୍ରହ କରାଯିବ ଓ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କଡା ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରାଯିବ ବୋଲି ଜନସଂଖ୍ୟା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.