ETV Bharat / state

ସମ୍ବଲପୁରରେ ମହାନଦୀ ଜଳ ପାଲଟିଛି ଜହର ! ନଦୀରେ ମିଶୁଛି ସହରର ବର୍ଜ୍ୟବସ୍ତୁ

author img

By ETV Bharat Odisha Team

Published : Dec 23, 2023, 8:29 PM IST

ଜହର ପାଲଟିଛି ମହାନଦୀ ଜଳ । ସମ୍ବଲପୁର ଦେଇ ବହିଯାଉଥିବା ମହାନଦୀରେ ମାଡି ଯାଇଛି ଶିଉଳି । ଯୁଆଡେ ଆଖି ବୁଲାଇଲେ କେବଳ ଶିଉଳିର ଆସ୍ତରଣ । ପ୍ରଦୂଷଣ ଏତେ ମାତ୍ରାରେ ବଢିଛି ଏହାକୁ ଛୁଇଁ ମଧ୍ୟ ହେବ ନାହିଁ । ସମ୍ବଲପୁର ମହାନଗର ନିଗମର ଦାୟିତ୍ୱହୀନତାକୁ ଦାୟୀ କଲେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ

ସମ୍ବଲପୁର ମହାନଦୀରେ ବଢୁଛି ପ୍ରଦୂଷଣ
Sambalpur Mahanadi Highly Polluted
ସମ୍ବଲପୁର ମହାନଦୀରେ ବଢୁଛି ପ୍ରଦୂଷଣ

ସମ୍ବଲପୁର: ସମ୍ବଲପୁର ଦେଇ ଯାଇଥିବା ମହାନଦୀର ଜଳ ଏବେ ଜହର ପାଲଟିଛି । ମହାନୀଦର ଜଳ ବହୁ ମାତ୍ରାରେ ପ୍ରଦୂଷିତ ହୋଇଛି । ମହାନଦୀର ଜଳ ଉପରେ ମାଡି ଯାଇଛି ଶିଉଳି । ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ, ଜଳକୁ ସିଧା ସଳଖ ଭାବେ ଛୁଇଁ ହେବନି କି ବ୍ୟବହାର ମଧ୍ୟ କରି ହେବ ନାହିଁ l ଏହାକୁ ସି କେଟାଗୋରୀ ୱାଟର କୁହାଯାଉଛି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି । ଅନ୍ୟପଟେ ମହାନଦୀର ପାଣିରେ ଏମିତି ଦୁରାବସ୍ଥା ପାଇଁ ସମ୍ବଲପୁର ମହାନଗର ନିଗମର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ମହାନଗର ନିଗମର ସବୁ ବର୍ଜ୍ୟବସ୍ତୁ ଓ ସହର ପ୍ରଦୂଷିତ ଜଳ ସିଧା ସଳଖ ମହାନଦୀ ପାଣିରେ ମିଶୁଛି । ପାଇଖାନା ବର୍ଜ୍ୟବସ୍ତୁକୁ ମଧ୍ୟ କିଛି ଲୋକ ମହାନଦୀ କୂଳରେ ପକାଉଥିବା ଅଭିଯୋଗ ମଧ୍ୟ ହେଉଛି । ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ସବୁ ଦେଖି ଚୁପ l

ସ୍ଥାନୀୟ କଳ କାରଖାନା ଗୁଡିକ ର ବର୍ଜ୍ୟବସ୍ତୁ ଓ ଦୂଷିତ ଜଳ ସିଧା ସଳଖ ମହାନଦୀ ପାଣିରେ ମିଶୁଥିବା ବେଳେ ପ୍ରଶାସନ ଏଥିପାଇଁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି l ଏହାର ପ୍ରଭାବରେ ମହାନଦୀର ଜଳ ପ୍ରଦୂଷିତ ହେଉଛି l ତେଣୁ ମହାନଦୀ କୂଳରେ ଥିବା ସହରାଞ୍ଚଳ ଗୁଡିକ ଅଧିକ ଦାୟିତ୍ୱବାନ ହେବା ଉଚିତ ବୋଲି ପରିବେଶବିତ ରଞ୍ଜନ ପଣ୍ଡା କହିଛନ୍ତି । ସମ୍ବଲପୁର ସହରରେ ମହାନଦୀର ଜଳ ପ୍ରଦୂଷିତ ହେଲେ ସ୍ଥାନୀୟ ଲୋକ ଏହା ଦ୍ୱାରା ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନା ଥିବା ବେଳେ ତଳ ମୁଣ୍ଡରେ ଥିବା ସହରର ଲୋକେ ମଧ୍ୟ ପ୍ରଭାବିତ ହେବାର ସମ୍ଭବନା ରହିଛି ।

ଏହା ମଧ୍ୟ ପଢନ୍ତୁ-ଅଳିଆ ଆବର୍ଜନାର ପେଣ୍ଠସ୍ଥଳି ପାଲଟିଛି ବଲାଙ୍ଗୀରର ସତର ଜଳଉତ୍ସ

ସବୁଠାରୁ ବଡ଼ କଥା ହେଲା ସମ୍ବଲପୁର ମହାନଦୀରେ କୁଲିଫର୍ମ ନାମକ ଭୁତାଣୁ ପ୍ରବଳ ମାତ୍ରାରେ ରହିଛି l ଯାହା ଜଣ୍ଡିସ ରୋଗର କାରଣ । ତେଣୁ ଏହା ସହରବାସୀଙ୍କ ପାଇଁ ବଡ଼ ଚିନ୍ତାର ବିଷୟ l 2014-15 ମସିହାରେ ସମ୍ବଲପୁର ସହର ର 10 ହଜାର ଲୋକ ଜଣ୍ଡିସ ରେ ଆକ୍ରାନ୍ତ ହୋଇଥିବା ବେଳେ ପାଖାପାଖି ଶତାଧିକ ଲୋକ ଜଣ୍ଡିସ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିବା ସାଧରଣ ରେ ଅଭିଯୋଗ ହୋଇଥିଲା l

ତେବେ ମହାନଦୀର ଏହି ପ୍ରଦୂଷଣ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ କହିଛନ୍ତି, '' ସହରର ବର୍ଜ୍ୟବସ୍ତୁ ଓ ଦୂଷିତ ଜଳ 4 ଟି ନାଳ ଦ୍ୱାରା ମହାନଦୀରେ ମିଶୁଛି । ଅନ୍ୟପଟେ ମହାନଦୀର ଉପର ପଟେ ହୀରାକୁଦ ଡ୍ୟାମ ଥିବା ବେଳେ ତଳପଟେ ଏକ ଆନିକଟ ରହିଛି l ଫଳରେ ମହାନଦୀରେ ପ୍ରବାହ ନଥିବା ବେଳେ ପ୍ରଦୂଷଣ ବହୁ ମାତ୍ରାରେ ବୃଦ୍ଧି ପାଉଛି l ଏଥିପାଇଁ ସମ୍ବଲପୁର ମହାନଦୀର 4 ଟି ସ୍ଥାନରୁ ପ୍ରତ୍ୟେକ ମାସ ନମୁନା ସଂଗ୍ରହ କରାଯାଇ ସେଣ୍ଟ୍ରାଲ ଲ୍ୟାବକୁ ପଠାଯାଉଛି । ଏହା ଉପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମିତ ନଜର ରଖୁଛି l ଏହା ସହ ଏହି ସମସ୍ୟା ନେଇ ମହାନଗର ନିଗମକୁ ଚିଠି ମଧ୍ୟ କରାଯାଇଛି ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସତ୍ୟନାରାୟଣ ନନ୍ଦ ସୂଚନା ଦେଇଛନ୍ତି l''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.