ସମ୍ବଲପୁର: ନନ୍ଦାପଡାର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ସମ୍ବଲପୁର ପୋଲିସ ଆଉ ପାଦେ ଆଗକୁ ବଢିଛି । ତଦନ୍ତ ସମୟରେ ମାଟି ତଳୁ ମିଳିଥିବା ଖପୁରୀ ହାଡ଼ ସହ ଜୟଶ୍ରୀ ମିଶ୍ରଙ୍କ ସମ୍ପର୍କୀୟଙ୍କ ଡିଏନଏ ମିଶୁଛି ନା ନାହିଁ ତାହା ଜାଣିବା ପାଇଁ ପୋଲିସ ଏବେ ଡିଏନଏ ଟେଷ୍ଟ କରିବାକୁ ସମ୍ବଲପୁର ଏସଡିଜେଏମ କୋର୍ଟର ଅନୁମତି ପାଇଁ ଆବେଦନ କରିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର ସମ୍ବଲପୁର ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ଅଭିଯୁକ୍ତ ବିରୁଦ୍ଧରେ ଆହୁରି ପକ୍କା ପ୍ରମାଣ ସଂଗ୍ରହ ପାଇଁ ଲାଗିଛି ପୋଲିସ । ଆଜି ମୃତା ଜୟଶ୍ରୀ ମିଶ୍ରଙ୍କ ପରିବାର ଲୋକଙ୍କ ଡିଏନଏ ପରୀକ୍ଷା ପାଇଁ ସମ୍ବଲପୁର SDJM କୋର୍ଟର ଅନୁମତି ପାଇଁ ଆବେଦନ କରିଥିବା ଏସଡିପିଓ ଭବାନୀ ଶଙ୍କର ଉଦଗାତା ସୁଚନା ଦେଇଛନ୍ତି ।ଗତ ଜୁଲାଇ 26 ତାରିଖର ସମ୍ବଲପୁର ବଡ଼ସିଂହାରି ଜଙ୍ଗଲରୁ ମାଟି ଭିତରୁ ପୋଲିସ ଏକ ଖପୁରୀ ହାଡ଼ ସଂଗ୍ରହ କରିଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ