ETV Bharat / state

ବସ ଧକ୍କାରେ ଛାତ୍ର ମୃତ୍ୟୁ ଘଟଣା: ବଢିପାରେ ଗିରଫଦାରୀ

author img

By ETV Bharat Odisha Team

Published : Jan 4, 2024, 10:39 PM IST

Bus Accident in Sambalpur : ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରିଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ପୋଲିସ 12 ଜଣଙ୍କୁ ଅଟକ ରଖିଛି ।ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ 5 ରୁ 6 ଜଣ ଲୋକ ଆହତ ହୋଇଥିବା ସୂଚନା ।ଅଧିକ ପଢନ୍ତୁ

ବସ ଧକ୍କାରେ ଛାତ୍ର ମୃତ୍ୟୁ ଘଟଣା: ବଢିପାରେ ଗିରଫଦାରୀ
ବସ ଧକ୍କାରେ ଛାତ୍ର ମୃତ୍ୟୁ ଘଟଣା: ବଢିପାରେ ଗିରଫଦାରୀ
ବସ ଧକ୍କାରେ ଛାତ୍ର ମୃତ୍ୟୁ ଘଟଣା: ବଢିପାରେ ଗିରଫଦାରୀ

ସମ୍ବଲପୁର: ଗତକାଲି ସମ୍ବଲପୁର ଫ୍ରେଜର କ୍ଳବ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ଜୀବନ ଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଏହି ଘଟଣାର ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଅତିରିକ୍ତ ଏସପି ହରେଶ ପାଣ୍ଡେ । ଗତକାଲିର ଦୁର୍ଘଟଣା ପରେ ବସ ଡ୍ରାଇଭରଙ୍କୁ ଅଟକ ରଖାଯିବା ସହ ବସକୁ ମଧ୍ୟ ଜବତ ରଖାଯାଇଛି । ଏହା ସହ ମୃତଦେହକୁ ବ୍ୟବଛେଦ ପାଇଁ ବୁର୍ଲା ପଠାଯାଇଛି । ବସ ଯାତ୍ରୀମାନଙ୍କୁ ଗତ କାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ରହିବା ଖାଇବାର ବ୍ୟବସ୍ଥା କରାଯିବା ସହ ଅନ୍ୟ ଏକ ବସ ଜରିଆରେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି ।

ସୂଚନାଯୋଗ୍ୟ ଯେ ଗତକାଲିର ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ବସ ଉପରକୁ ଟେକା ମାଡ଼ କରିଥିଲେ । କେତେକ ଲୋକେ ବସକୁ କଚେରୀ ଛକଠାରେ ନିଆଁ ଲଗେଇବାକୁ ଚେଷ୍ଟା କରିଥିଲେ । ତେବେ ପୋଲିସ ବସକୁ ସୁରକ୍ଷିତ ଭାବେ ଜବତ କରିଥିଲା ।ଅନ୍ୟପଟେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ 5 ରୁ 6 ଜଣ ଲୋକ ଆହତ ହୋଇଥିବାବେଳେ ଜଣେ ବେହୋସ ହୋଇ ଯାଇଥିଲେ । ତେବେ ପୋଲିସ ସେମାନଙ୍କୁ ହସ୍ପିଟାଲ ନେଇ ଚିକିତ୍ସା ସେବା ଯୋଗେଇ ଥିଲେ ।ଏହି ଘଟଣାରେ ପୋଲିସ 2 ଟି ମାମଲା ରୁଜୁ କରିଥିବା ଏସପି ସୂଚନା ଦେଇଛନ୍ତି ।

ତେବେ ଉତ୍ୟକ୍ତ ଲୋକେ ରାସ୍ତା ରୋକ ଓ ବସକୁ ଆକ୍ରମଣ କରିଥିବା ଘଟଣାରେ ପୋଲିସ 12 ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରିରଖିଛି । ସହର ଭିତରକୁ ଯାତ୍ରୀବାହୀ ବସ ପ୍ରବେଶ କରିବା ବାରଣ ଥିବାବେଳେ କେଉଁ ପରିସ୍ଥିତିରେ ବସଟି ସହର ଭିତରକୁ ପଶିଲା । ସେନେଇ ତଦନ୍ତ କରିବାକୁ ଅତିରିକ୍ତ ଏସପି ଓ ଟ୍ରାଫିକ ଡ଼ିଏସପିଙ୍କୁ ତଦନ୍ତ ରିପୋଟ ଦେବାକୁ ଏସପି ନିର୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ଢେଙ୍କାନାଳରେ ପିକନିକ୍ ବସ୍ ଦୁର୍ଘଟଣା, ୫ ଯାତ୍ରୀ ଆହତ

ଅନ୍ୟପଟେ କୌଣସି ନାବାଳକଙ୍କୁ ବାଇକ କିମ୍ବା ସ୍କୁଟି ଚଳେଇବାକୁ ନଦେବାକୁ ପୋଲିସ ସହରବାସୀଙ୍କୁ ନିବେଦନ କରିଛି । ମୃତକଙ୍କ ପରିବାରକୁ ରେଡକ୍ରସ ଜରିଆରେ 30 ହଜାର ଟଙ୍କା ପ୍ରଦାନ କରାଯାଇଛି । ପୋଲିସ କହିଛି ବିଭିନ୍ନ ଭିଡିଓ ଯାଞ୍ଚ କରୁଛୁ ଓ ଏହା ଆଧାରରେ ଆହୁରି ଗିରଫଦାରୀ ହୋଇପାରେ । ତେବେ ଦୁର୍ଘଟଣା ଘାଟେଇ ଥିବା ବସର କାଗଜ ପତ୍ର ଓ ଫିଟନେସ ଠିକ ରହିଥିବା ଜଣାପଡିଛି ।ତେବେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।ଗତକାଲି ଘଟଣାସ୍ଥଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.