ETV Bharat / state

Sambalpur Advocate Protest: ସୁପ୍ରିମକୋର୍ଟରେ ହାଜର ହେଲେ ପୋଲିସ ଡିଜି, ବର୍ଷିଲେ ସର୍ବୋଚ୍ଚକୋର୍ଟ

author img

By

Published : Dec 14, 2022, 4:44 PM IST

ଡିସେମ୍ବର ୧୨ ତାରିଖରେ ଓକିଲଙ୍କ ଆଚରଣ ନେଇ ଓଡ଼ିଶା ପୋଲିସର ପାରିବାପଣିଆ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେବନାହିଁ ବୋଲି କୋର୍ଟଙ୍କ ସମ୍ମୁଖରେ ଉତ୍ତର ରଖିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଅଧିକ ପଢ଼ନ୍ତୁ

Police DG appear in Apex court by video conferencing in Sambalpur Advocate Protest case
Sambalpur Advocate Protest: ସୁପ୍ରିମକୋର୍ଟରେ ହାଜର ହେଲେ ପୋଲିସ ଡିଜି

ନୂଆଦିଲ୍ଲୀ: ସମ୍ବଲପୁରରେ ଗତ ଡିସେମ୍ବର ୧୨ ତାରିଖରେ ଓକିଲଙ୍କ ଆଚରଣ ନେଇ ଓଡ଼ିଶା ପୋଲିସର ପାରିବାପଣିଆ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସମ୍ବଲପୁରରେ ଜିଲ୍ଲା ଜଜ୍‌ କୋର୍ଟଙ୍କ ଚ୍ୟାମ୍ବର ଭିତରେ ପଶି ଭଙ୍ଗାରୁଜା କରିଥିଲେ ଆନ୍ଦୋଳନରତ ଓକିଲ । ଏହାକୁ ନେଇ ମାମଲା ରୁଜୁ ହୋଇଥିବା ବେଳେ ଆଜି(ବୁଧବାର) ଭିଡିଓ କନ୍‌ଫରେସିଂ ଜରିଆରେ ହାଜର ହୋଇଥିଲେ ପୋଲିସ ଡିଜି ଓ ଉତ୍ତରାଞ୍ଚଳ ଆଇଜି । ତେବେ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେବନାହିଁ ବୋଲି କୋର୍ଟଙ୍କ ସମ୍ମୁଖରେ ଉତ୍ତର ରଖିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

  • Order: There is a report of DGP on the events of 12 12 2022 and acts taken pursuant. It is the police 's job to control law & order. they don't need any directions from us. Suffice to say, complete peace and functionality of court to be maintained. #SupremeCourtofIndia

    — Bar & Bench (@barandbench) December 14, 2022 " class="align-text-top noRightClick twitterSection" data=" ">
  • ସୁପ୍ରିମକୋର୍ଟରେ ହାଜର ହେଲେ ପୋଲିସ ଡିଜି
  • ଭିସି ଜରିଆରେ ହାଜର ହେଲେ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି
  • ଉଭୟଙ୍କୁ ଆଜି ହାଜର ପାଇଁ ନିର୍ଦ୍ଦେଶ କରିଥିଲେ ସୁପ୍ରିମକୋର୍ଟ
  • ତୁମେ ଯଦି ପାରୁନ, ତେବେ ଆମେ ପାରାମିଲିଟାରୀ ଫୋର୍ସ ନେବୁ
  • ଏହା ପୋଲିସର ଚରମ ବିଫଳତା ବୋଲି କହିଲେ ସୁପ୍ରିମକୋର୍ଟ
  • ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ଦାୟିତ୍ୱ କହିଲେ ସୁପ୍ରିମକୋର୍ଟ
  • ଭଙ୍ଗାରୁଜା ଘଟଣାରେ କାର୍ଯ୍ୟେନୁଷ୍ଠାନ ନେଇ କୋର୍ଟଙ୍କୁ ଅବଗତ କଲେ ଆଇଜି

ସମ୍ବଲପୁରରେ ଓକିଲମାନେ ଯେଉଁ ଘଟଣା ଘଟାଇଛନ୍ତି ତାହାକୁ ପୋଲିସର ଅପରଗତା ବୋଲି ଦର୍ଶାଇଛନ୍ତି କୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଭିସି ଜରିଆରେ ହାଜର ହୋଇଥିଲେ ଡିଜିପି ସୁନୀଲ ବଂଶଲ । ସୁପ୍ରିମକୋର୍ଟ ପୋଲିସକୁ ଭତ୍ସର୍ନା କରିଛନ୍ତି । ଏହି ମାମଲା ଉପରେ ଉଭୟ ଆଇଜି ଓ ଡିଜି ନଜର ରଖିବେ ।

ଭବିଷ୍ୟତରେ ଏଭଳି ଘଟଣା ପୁନରାବୃତ୍ତି ହେବନାହିଁ ବୋଲି କୋର୍ଟଙ୍କ ସମ୍ମୁଖରେ ଉତ୍ତର ରଖିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ କୋର୍ଟଙ୍କ ଅନୁମତିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ଓକିଲମାନେ ଅଭିଯୁକ୍ତ, ସେମାନଙ୍କୁ ଆଇନ ଅନୁଯାୟୀ ପୋଲିସ ନୋଟିସ ପଠାଇବ । କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ନେଇ ଓକିଲଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ।

ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବିରେ ଓକିଲ ସଂଘ ଧାରଣାରେ ବସିଥିଲେ । ତେବେ ଧାରଣାରୁ ନିବୃତ୍ତ ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶର ଅବମାନନା କରି ଓକିଲ ସଂଘର ଧାରଣା ଜାରି ରହିଥିଲା । ତେବେ ଗତ ଡିସେମ୍ବର ୧୨ ତାରିଖରେ ଏହା ସବୁ ସୀମା ଟପି ଯାଇଥିଲା । ଜିଲ୍ଲା ଜଜ୍‌ଙ୍କ କୋର୍ଟଙ୍କ ପରେ ପଶି ଆନ୍ଦୋଳନରତ ଓକିଲମାନେ ଭଙ୍ଗାରୁଜା ଆରମ୍ଭ କରିଥିଲ । ବର୍ତ୍ତମାନ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଓକିଲଙ୍କ କାଣ୍ଡଙ୍କୁ ନେଇ ଆଜି ଆଜି ଭିସି ଜରିଆରେ ହାଜର ହୋଇଥିଲେ ଓଡ଼ିଶା ପୋଲିସ ଡିଜି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.