ETV Bharat / state

ଦିନେ ଥିଲେ ଜଙ୍ଗଲଦଶ୍ୟୁ ଏବେ ସୁରକ୍ଷାଦାତା... - ଦେବ୍ରୀଗଡ଼ ଅଭୟାରଣ୍ୟ

ଶିକାର ଛାଡି ଏବେ ଅଭୟାରଣ୍ୟରେ ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେଉଛନ୍ତି ନିଜେ ବନ୍ୟଜନ୍ତୁ ଅପରାଧରେ ଲିପ୍ତ ଥିବା ବ୍ୟକ୍ତି । ଏସବି କିପରି ସମ୍ଭବ ହେଲା । ପଢନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ‘ଏ ଯୁଗର ଦଶ୍ୟୁ ରତ୍ନାକର’ ।

poachers provide security to wild animals
ଶିକାରୀ ସାଜିଲେ ସୁରକ୍ଷା କବଚ
author img

By ETV Bharat Odisha Team

Published : Nov 6, 2023, 6:49 PM IST

Updated : Nov 6, 2023, 7:33 PM IST

ଦିନେ ଥିଲେ ଜଙ୍ଗଲଦଶ୍ୟୁ ଏବେ ସୁରକ୍ଷାଦାତା

ସମ୍ବଲପୁର: ଦଶ୍ୟୁ ରତ୍ନାକର... ଏ ନାଁ ସହ ପ୍ରାୟ ସମସ୍ତେ ପରିଚିତ । ଦଶ୍ୟୁ ରତ୍ନାକର କିଭଳି ବାଲ୍ମିକୀରେ ପରିଣତ ହେଲେ ଏ କାହାଣୀ ସମସ୍ତଙ୍କୁ ପ୍ରେରଣା ଦିଏ । କେବଳ କାହାଣୀ ଉପନ୍ୟାସରେ ନୁହେଁ ଆଜିକା ସମୟରେ ବି ଅଛନ୍ତି ଏଭଳି କିଛି ଚରିତ୍ର । ଏମିତି ଜଣେ ଚରିତ୍ର ହେଉଛନ୍ତି ସମ୍ବଲପୁରର ଜଣେ ବନ୍ୟଜନ୍ତୁ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କର । ଯିଏ ଦଶ୍ୟୁ ରତ୍ନାକରରୁ ବାଲ୍ମିକୀରେ ପରିଣତ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଦିନେ ତାଙ୍କ ପାଇଁ ଜଙ୍ଗଲରେ ତ୍ରାହି ତ୍ରାହି ଡାକୁଥିଲେ ବନ୍ୟଜନ୍ତୁ । ତାଙ୍କ ପାଦ ଯେଉଁଠି ପଡୁଥିଲା ଭୟରେ ଥରହର ହେଉଥିଲେ ପଶୁପକ୍ଷୀ ! ସମୟ ପରିସ୍ଥିତି ସହ ବଦଳିଛନ୍ତି ସେ । ଯେଉଁ ହାତରେ ଦିନେ ପଶୁ ଶିକାର କରୁଥିଲେ ସେ ହାତ ଆଜି ବନ୍ୟଜନ୍ତୁଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି । ଶିକାର ଛାଡି ଏବେ ଅଭୟାରଣ୍ୟରେ ରକ୍ଷଣାବେକ୍ଷଣ କରୁଛନ୍ତି ବନ୍ୟପ୍ରାଣୀ ଅପରାଧରେ ଜେଲରୁ ଫେରିଥିବା ଅଭିଯୁକ୍ତ । ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ରହିଛି ଦେବ୍ରୀଗଡ଼ ଅଭୟାରଣ୍ୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସମ୍ବଲପୁର ଜିଲ୍ଲା ସୀମାରୁ ବରଗଡ଼ ଓ ଛତିଶଗଡ ରାଜ୍ୟର ସୀମା ପର୍ଯ୍ୟନ୍ତ ଏହି ଅଭୟାରଣ୍ୟ ପରିବ୍ୟାପ୍ତ । ଏହି ଅଭୟାରଣ୍ୟରେ କଲରାପତରିଆ ବାଘ ସହ, ହରିଣ, ସମ୍ବର, ବାରହା, ଜଙ୍ଗଲୀ ମଇଁଷି ଆଦି ବହୁ ଜୀବ ଜନ୍ତୁ ଅଛନ୍ତି ।

ଏହି ଅଭୟାରଣ୍ୟର ସୀମାକୁ ଲାଗି 48ଟି ଗାଁ ମଧ୍ୟ ରହିଛି । ତେଣୁ ଗାଁର ଚାଷ ଜମିକୁ ବେଳେ ବେଳେ ବନ୍ୟଜନ୍ତୁ ନଷ୍ଟ କରିଦିଅନ୍ତି। ଏଭଳି ସ୍ଥିତିରେ କେତେକ ଗାଁ ଲୋକେ ଜୀବ ଜନ୍ତୁଙ୍କଠାରୁ ନିଜର ଫସଲକୁ ସୁରକ୍ଷା ଦେବା ପାଇଁ ଚାଷ ଜମିରେ ବିଦ୍ୟୁତ ତାର ସଂଯୋଗ l ଆଉ କେତେକ ଲୋକ ନିଜର ଅଭାବ ଅସୁବିଧା ଯୋଗୁଁ ଅନ୍ୟର କହିବା ଅନୁସାରେ ଜନ୍ତୁ ଶିକାର କରିବାର ନଜିର ରହିଛି l ତେବେ ବନ୍ୟ ବିଭାଗର ସଠିକ ବନ୍ୟ ପରିଚାଳନା ନୀତି ଯୋଗୁଁ ବନ୍ୟ ପ୍ରାଣୀ ଅପରାଧରେ ଲିପ୍ତ ଥିବା ଅଭିଯୁକ୍ତ ଏବେ ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେଉଛନ୍ତି ।

ବନ୍ୟପ୍ରାଣୀ ଅପରାଧରେ ଜେଲରୁ ଫେରିଥିବା ଜଣେ ଅଭିଯୁକ୍ତ ବର୍ତ୍ତମାନ ସେଠାରେ ମାଳି ଭାବରେ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି, "ବର୍ତ୍ତମାନ ଏଠାକାର ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କୁ ଆମେ ସୁରକ୍ଷା ଦେଉଛୁ ।" ହୀରାକୁଦ ବନ୍ୟପ୍ରାଣୀ DFOଙ୍କ ଉଦ୍ୟମ କ୍ରମେ ସେ ଏବେ ଦେବ୍ରୀଗଡ଼ Nature Camp ରେ ଥିବା ବଗିଚାରେ କାମ କରୁଛନ୍ତି l କେଵଳ ଏତିକି ନୁହେଁ, ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଯୋଗାଇବାରେ ତାଙ୍କର ଅଭିଜ୍ଞତା ଓ ସୂଚନା ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

ଏହା ବି ପଢନ୍ତୁ...ଶିକାର ବେଳେ ଗୁଳି ବାଜି ସାଥୀ ଶିକାରୀ ଗୁରୁତର

ଏହା ବି ପଢନ୍ତୁ...ଗାଁରେ ଆତଙ୍କ ଖେଳାଇଛି କଲରାପତରିଆ, ଶିଶୁକୁ ଝାମ୍ପି ନେବାର 24 ଘଣ୍ଟା ନପୁରୁଣୁ ଗାଈକୁ ଶିକାର

ଏନେଇ DFO ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି, "ପ୍ରତି ଗାଁରେ ବର୍ତ୍ତମାନ ସଭା ମାଧ୍ୟମରେ ସଚେତନତା କରାଯାଉଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସଚେତନତା କରାଯାଉଛି । ଏହିଭଳି ଭାବରେ ବୁଝାସୁଝା କରାଯାଇ ବନ୍ୟ ପ୍ରାଣୀ ଅପରାଧରେ ଲିପ୍ତ ଥିବା 2 ଜଣ ବ୍ୟକ୍ତିଙ୍କୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ନିଯୁକ୍ତି ଦେଇ ସେମାନଙ୍କୁ ସଠିକ ରାସ୍ତାକୁ ଫେରାଇ ଆଣିଛି । ଜଣେ ରେଙ୍ଗାଲି ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଖଜୁରିଆ ଅଞ୍ଚଳର ।" ହୀରାକୁଦ ବନ୍ୟପ୍ରାଣୀ ବିଭାଗରର ଏହି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 6, 2023, 7:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.