ETV Bharat / state

ଅଚଳ ଉଠାଜଳ ସେଚନ ପ୍ରକଳ୍ପ, ଚିନ୍ତାରେ ପିତାପାଲିର ଧାନଚାଷୀ

ଅମଳ ସମୟରେ ଉଜୁଡି ଗଲା ଫସଲ । ଚିନ୍ତାରେ ପିତାପାଲିର ଧାନ ଚାଷୀ । ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇଯିବାରୁ 15 ଏକରରୁ ଊର୍ଦ୍ଧ୍ବ ଧାନ ଫସଲ ନଷ୍ଟ ହୋଇଯାଇଛି । ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଚାଷୀ ।

author img

By

Published : May 15, 2019, 11:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଚାଷୀ ଭାଗ୍ୟକୁ ଜଳ ପ୍ରହାର । ଅମଳ ପୂର୍ବରୁ ଉଜୁଡି ଯାଇଛି ଫସଲ । ଆଖି ଆଗରେ ଉଜୁଡା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଚାଅଁରପୁର ଧାନ ଚାଷୀଙ୍କ କଥା। ଅୟୁତ ସମ୍ଭାବନା ନେଇ ଧାନ ଚାଷ କରିଥିଲେ ଏଠାକାର ଚାଷୀ । ହେଲେ ସବୁ ଆଶା ମଉଳି ଯାଇଛି । ଜଳସେଚନ ଅଭାବରୁ ଉଜୁଡି ଯାଇଛି 15 ଏକରରୁ ଊର୍ଦ୍ଧ୍ବ ଧାନ ଚାଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଚାଅଁରପୁର ପିତାପାଲି ଗାଁର 25ରୁ 30 ପରିବାର ଧାନ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଧାନ ଚାଷ ପାଇଁ ଏମାନେ ରବି ଋତୁରେ କେନାଲ ପାଣିରୁ ଲିଫ୍ଟ ପଏଣ୍ଟ ଜରିଆରେ ପାଣି ନେଇ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ବିଦ୍ୟୁତ ବିଭାଗକୁ ବିଲ ପୈଠ କରିବା ପାଇଁ ପାଣି ପଞ୍ଚାୟତ ସଭାପତିଙ୍କୁ ବିଦ୍ୟୁତ ବିଲ ଦେଇଥିଲେ ଏମାନେ । ତଥାପି ବିଦ୍ୟୁତ ସଂଯୋଗ ବନ୍ଦ କରି ଦେଇଥିଲେ ବିଭାଗୀୟ କର୍ତ୍ତୃପକ୍ଷ ।

ଫଳରେ ଜଳସେଚନ ଅଭାବରୁ ଧାନ ସବୁ ଶୁଖି ନଷ୍ଟ ହୋଇଯାଇଛି । ଧାରକରଜ କରି ମୁଣ୍ଡ ଝାଳ ତୁଣ୍ଡ ମାରି ସୁନା ଫଳାଇଥିଲେ ଚାଷୀ । ହେଲେ ଅମଳ ବେଳକୁ ଫସଲ ଉଜୁଡି ଯିବା ଦେଖି ଧର୍ଯ୍ୟ ଧରି ପାରୁ ନାହାଁନ୍ତି ସେମାନେ । ଶେଷରେ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିଜ ଦୁଃଖ ଜଣାଇଥିଲେ । ଏନେଇ ଅତିରିକ୍ତ ଜିଲ୍ଲାପାଳ ଉଠା ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ଅବଗତ କରାଇବା ସହ ତହସିଲଦାରଙ୍କ ଜରିଆରେ ଏକ ତଦନ୍ତ ରିପୋର୍ଟ ମାଗିଥିବାର କହିଛନ୍ତି । ତୁରନ୍ତ ଏହାର ସମାଧାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

dfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.