ETV Bharat / state

ସମ୍ବଲପୁର ପୋଲିସ ହାତରେ ଅନ୍ତଃରାଜ୍ୟ ପାଇପ ଚୋର ଗ୍ୟାଙ୍ଗ, 9 ଗିରଫ

author img

By

Published : Aug 18, 2023, 10:28 PM IST

ସମ୍ବଲପୁର ପୋଲିସକୁ ସଫଳତା । RWSS ବିଭାଗର ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହୃତ ଲୁହା ପାଇପ ଚୋରିର ରାକେଟକୁ ଧରିଛି ପୋଲିସ । ଗ୍ୟାଙ୍ଗର ୯ ଜଣଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢ଼ନ୍ତୁ

pipe theft racket busted in sambalpur
ଧରାପଡ଼ିଲା ଅନ୍ତଃରାଜ୍ୟ ପାଇପ ଚୋର ଗ୍ୟାଙ୍ଗ

ଧରାପଡ଼ିଲା ଅନ୍ତଃରାଜ୍ୟ ପାଇପ ଚୋର ଗ୍ୟାଙ୍ଗ

ସମ୍ବଲପୁର: ଜିଲ୍ଲା ପୋଲିସକୁ ସଫଳତା l ରାଜ୍ୟ ସରକାରଙ୍କ RWSS ବିଭାଗର ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହାର ହେଉଥିବା ଲୁହା ତିଆରି ପାଇପ ଚୋରି କରୁଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗର 9 ଜଣଙ୍କୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ l ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଘଟଣାର ତଦନ୍ତ କରାଯାଉଛି । ଏନେଇ ସମ୍ବଲପୁର ଏସ୍‌ପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁକେଶ ଭାମୁ ସୂଚନା ଦେଇଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ: ହନୁମାନ ପଇସା କରବାର ପାଇଁ କରିଥିଲେ ପ୍ରଚାର: ପହଞ୍ଚିଲା ପୋଲିସ, କଲା ଗିରଫ

ଗିରଫ ଅଭିଯୁକ୍ତ ମାନେ ହେଲେ ହୀରାକୁଦ ଥାନା ଅନ୍ତର୍ଗତ ଲରପଙ୍କ ଅଞ୍ଚଳର ବାସୁଦେବ ଓରାମ ଓ ଯଶୋବନ୍ତ ଭୋଇ, ସମ୍ବଲପୁର ଟାଉନ ଥାନା ଅଞ୍ଚଳର ବିକାଶ ଦାସ, ଭୁତାପଡ଼ା ମହମ୍ମଦ ଇମ୍ରାନ, କ୍ଷେତରାଜପୁର ଅଞ୍ଚଳର ଫିରୋଜ ଖାଁ, ପଶ୍ଚିମ ବଙ୍ଗ ହାୱାଡାର ଅମିତ ସାମନ୍ତ, କଟକ ଚୌଦ୍ୱାରର ସନ୍ଦୀପ ଅଗ୍ରୱାଲ, ଛତିଶଗଡ଼ ରାୟପୁରର ସଞ୍ଜୀବ ପଣ୍ଡିତ ଓ ରାୟପୁରର ଅନୀଲ ପନ୍‌ସାରି l ମହମ୍ମଦ ଇମ୍ରାନ ଏହି ଅନ୍ତଃରାଜ୍ୟ ଗ୍ୟାଙ୍ଗର ଲିଡର ବୋଲି ଜଣାପଡ଼ିଛି l ଏମାନଙ୍କଠାରୁ 250mmର 31 DI ପାଇପ୍‌, ଏକ ଟ୍ରକ, ମାରୁତି କାର, ମାରୁତି ବ୍ରିଜା କାର,10ଟି ମୋବାଇଲ ଓ 87 ହଜାର ନଗଦ ଟଙ୍କା ଜବତ ହୋଇଛି l
ଏହା ମଧ୍ୟ ପଢ଼ନ୍ତୁ: Fake Certificate: ଶିକ୍ଷା ବିଭାଗକୁ ମାଡ଼ିଛି ନକଲି ସାର୍ଟିଫିକେଟ ଚେର, ଜଣେ ଗିରଫ 3 ଫେରାର

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ RWSS ବିଭାଗର ପାନୀୟ ଜଳ ଯୋଗାଣ ପାଇଁ ବ୍ୟବହାର ହେଉଥିବା ପାଇପ ରଖା ଯାଉଥିବା ସ୍ଥାନକୁ ଠାବ କରି ଏହି ଗ୍ୟାଙ୍ଗ୍‌ ପ୍ରଥମେ ରେକି କରିବା ପରେ ଟ୍ରକ୍‌ ଯୋଗେ ବାହାର ରାଜ୍ୟକୁ ଚୋରା ଚାଲାଣ କରି ବେଆଇନ ଭାବେ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ । ଏପରିକି ଟ୍ରକ୍‌ରେ ଚାଲାଣ ହେଉଥିବା ବେଳେ ଟ୍ରକ୍‌ ଆଗରେ 2ଟି ବାଇକ୍‌ ଏସ୍କର୍ଟ କରି ଚୋରା ଚାଲାଣ ହେଉଥିଲା ।

ବୌଦ୍ଧ, ବଲାଙ୍ଗୀର, ସୋନ୍‌ପୁର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରୁ ଏହି ଗ୍ୟାଙ୍ଗ୍‌ ଚୋରି କରୁଥିବା ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି l RWSS ବିଭାଗର କୌଣସି ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଏହି ଘଟଣାରେ ଅଛି ନାଁ ନାହିଁ ସେହି ଦିଗ ଉପରେ ମଧ୍ୟ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.