ETV Bharat / state

ଭାରସାମ୍ୟ ହରାଇ ନାଳରେ ପଡିଲା ପିକଅପ ଭ୍ୟାନ - ଚାପି ହୋଇ ପାଣି ଭିତରେ ଅଛନ୍ତି ଡ୍ରାଇଭର

ଦୁର୍ଘଟଣାଗସ୍ତ ହୋଇ ବ୍ରିଜ ତଳକୁ ଖସି ନାଳ ପାଣିରେ ବୁଡିଗଲା ପିକଅପ ଭ୍ୟାନ୍‌ । ପାଣି ଭିତରେ ଏବଂ ପିକଅପ୍‌ ଭ୍ୟାନ ତଳେ ଚାପି ହୋଇ ରହିଥିଲେ ଚାଳକ । ଅଧିକ ପଢ଼ନ୍ତୁ

pickup van lost its balance and fell into a drain in Sambalpur
ଭାରସାମ୍ୟ ହରାଇ ବ୍ରିଜ ଉପରୁ ନାଳରେ ପଡିଲା ପିକଅପ ଭ୍ୟାନ, ଚାପି ହୋଇ ପାଣି ଭିତରେ ଅଛନ୍ତି ଡ୍ରାଇଭର
author img

By

Published : Jun 28, 2022, 2:11 PM IST

ସମ୍ବଲପୁର: ସମ୍ବଲପୁର କଟକ ଜାତୀୟ ରାଜପଥ ଯୁଜୁମୁରା ଭୀମଖୋଜ ଠାରେ ଦୁର୍ଘଟଣାଗସ୍ତ ହୋଇ ବ୍ରିଜ ତଳକୁ ଖସି ନାଳ ପାଣିରେ ବୁଡିଗଲା ପିକଅପ ଭ୍ୟାନ । କଟକପଟୁ ସମ୍ବଲପୁର ଆଡକୁ ଆସୁଥିବା ଏକ ମାଲବାହୀ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ବ୍ରିଜ ଉପରୁ ନାଳ ଭିତରେ ପଡିଯାଇଛି । ଡ୍ରାଇଭର ଏବେବି ନିଜ ସିଟରେ ଚାପି ହୋଇ ପାଣି ଭିତରେ ଫସି ରହିଥିଲେ ।

ଭାରସାମ୍ୟ ହରାଇ ବ୍ରିଜ ଉପରୁ ନାଳରେ ପଡିଲା ପିକଅପ ଭ୍ୟାନ, ଚାପି ହୋଇ ପାଣି ଭିତରେ ଅଛନ୍ତି ଡ୍ରାଇଭର

ତେବେ ଡ୍ରାଇଭରଙ୍କ ମୁଣ୍ଡ ପାଣିରେ ବୁଡି ନଥିବାରୁ ସେ ଜୀବିତ ଅଛନ୍ତି । ବର୍ତ୍ତମାନ ମଧ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁସାରେ NL 01 AF 8117 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନଟି ଆଜି କଟକ ପଟରୁ ସମ୍ବଲପୁର ପଟକୁ ଆସୁଥିବା ବେଳେ ଭୀମଖୋଜସ୍ଥିତ ଗଙ୍ଗା ମନ୍ଦିର ନିକଟରେ ଥିବା ବ୍ରିଜ ତଳକୁ ଖସି ପଡିଥିଲା ।

ଏହି ଦୁର୍ଘଟଣାରେ ପିକଅପ ଭ୍ୟାନଟି ନାଳ ପାଣିରେ ବୁଡି ଯାଇଥିବା ବେଳେ ପିକଅପ ଭ୍ୟାନ ଡ୍ରାଇଭର ମଧ୍ୟ ନାଳର ପାଣିରେ ଫସି ରହିଥିଲେ । ଖବରପାଇ ଯୁଜୁମୁରା ଥାନା ପୋଲିସ ଓ ଅଗ୍ନିଶମ କାର୍ଯ୍ୟାଳୟର ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଣିରେ ଫସିଥିବା ଡ୍ରାଇଭରକୁ ଉଦ୍ଧାର କରିଛନ୍ତି । ତେବେ ପିକଅପ ଭ୍ୟାନରେ ବହୁ ପରିମାଣର ସାମଗ୍ରୀ ବୋଝେଇ ଥିବାରୁ ଉଦ୍ଧାର ହୋଇପାରିନାହିଁ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.