ETV Bharat / state

ପଶ୍ଚିମାଞ୍ଚଳରେ ଏକତାର ସମାବେଶ, ସାମିଲ ହେଲେ 10 ଜିଲ୍ଲାର ପ୍ରତିନିଧି ଦଳ - smabalpur ekta samabesh

ସମ୍ବଲପୁର ଅଇଁଠାପାଲି ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ସମଗ୍ର ପଶ୍ଚିମାଞ୍ଚଳକୁ ଏକତାର ସୂତ୍ରରୁ ବାନ୍ଧିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ

ପଶ୍ଚିମାଞ୍ଚଳ ଏକତା ମଞ୍ଚର ଏକତାର ସମାବେଶ, ସାମିଲ ହେଲେ 10 ଜିଲ୍ଲାର ପ୍ରତିନିଧି ଦଳ

author img

By

Published : Oct 17, 2022, 12:41 PM IST

Updated : Oct 17, 2022, 1:25 PM IST

ସମ୍ବଲପୁର: ସମଗ୍ର ପଶ୍ଚିମାଞ୍ଚଳକୁ ଏକତାର ସୂତ୍ରରୁ ବାନ୍ଧିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ ଅନୁଷ୍ଠିତ । ଏହି ସମାବେଶ ସମ୍ବଲପୁର ଅଇଁଠାପାଲି ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଏକତା ସମାବେଶରେ ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲାରୁ ଶତାଧିକ ସଂଗ୍ରାମୀ ସାମିଲ ହୋଇଥିଲେ । ଏଥିସହ ପଶ୍ଚିମାଞ୍ଚଳର ବିକାଶ ପାଇଁ ଜିଲ୍ଲା ମାନଙ୍କ ଏକତା ନିହାତି ଜରୁରୀ ବୋଲି ଏକ ସ୍ବରରେ ମତ ବ୍ୟକ୍ତ କରିଛନ୍ତି ।

ପଶ୍ଚିମାଞ୍ଚଳରେ ଏକତାର ସମାବେଶ, ସାମିଲ ହେଲେ 10 ଜିଲ୍ଲାର ପ୍ରତିନିଧି ଦଳ

ତେବେ ସ୍ବତନ୍ତ୍ର ରାଜ୍ୟ ଦାବିରେ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଏହି ସମାବେଶର ଆୟୋଜନ କରାଯାଇଛି । ଏଥିସହ ସମସ୍ତ ପଶ୍ଚିମାଞ୍ଚଳକୁ ଏକାଠି କରିବା ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଐତିହ୍ୟର ପ୍ରଚାର ପ୍ରସାର କରିବା ପାଇଁ ଏହି ସମାବେଶର ଆୟୋଜନ ହୋଇଛି । ଏହା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗ୍ରାମୀ ମାନେ ପଶ୍ଚିମାଞ୍ଚଳ ର ଏକତା ପାଇଁ ଗଠନାତ୍ମକ ପ୍ରସ୍ତାବ ଦେବା ସହ ନିଜ ନିଜ ଜିଲ୍ଲାର ସମସ୍ୟା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟତଃ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଲୋକଙ୍କ ମଧ୍ୟରେ ଥିବା ମତାନ୍ତର ଯୋଗୁଁ ସୃଷ୍ଟି ହୋଇଥିବା ମନାନ୍ତର ଭାବନାକୁ ଦୂର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଏହା ମଧ୍ୟ ପଢନ୍ତୁ- Odisha Investors meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ହାଇଦ୍ରାବାଦରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଏହି ସମାବେଶରେ ବୌଦ୍ଧରୁ ଦେବାଶିଷ ପୁରୋହିତ, କଳାହାଣ୍ଡିରୁ ସୁଶୀଲ କୁମାର ପଣ୍ଡା, ବରଗଡରୁ ଅବନୀକାନ୍ତ ପଣ୍ଡା, ପ୍ରଶାନ୍ତ ମାଝି, ପ୍ରମୋଦ କୁମାର ଝାଂକର, ବଲାଙ୍ଗୀରରୁ ବିଘ୍ନରାଜ ମୁନା, ପାଟଣାଗଡ଼ରୁ ଚିନ୍ମୟ ସାହୁ, ଡିଙ୍ଗର କୁମ୍ଭାର, ସୁବର୍ଣ୍ଣପୁରରୁ ମନୋଜ କୁମାର ବାରିକ, ଶ୍ୟାମା ଓମ ପ୍ରସାଦ ମିଶ୍ର, ସଚିଦାନନ୍ଦ ଦାସ, ଅମ୍ବୁଜ ଶତପଥି, ଝାରସୁଗୁଡାରୁ ଜ୍ଞାନ ବ୍ରତ ଭୋଇ, ଆଦିତ୍ୟ ପ୍ରଧାନ ଓ ସମ୍ବଲପୁରରୁ ପ୍ରଫୁଲ ହୋତା, ସରୋଜ ଦାସ, ରବି ପୂଜାରୀ, ଇନ୍ଦ୍ରଜିତ ତାଣ୍ଡୀ, ଆନନ୍ଦ ସାଗର ଦାସ,ଜଗଦୀଶ ବିଶ୍ବାଲ ପ୍ରମୁଖ ସଂଗ୍ରାମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Oct 17, 2022, 1:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.