ETV Bharat / state

ହକ୍‌ ମାଗିବ ପଶ୍ଚିମ ଓଡିଶାର 11ଟି ଜିଲ୍ଲା, ଲଢେଇ ପାଇଁ ପଶ୍ଚିଆଞ୍ଚଳ ଏକତା ମଞ୍ଚର ସଜବାଜ - ପଶ୍ଚିଆଞ୍ଚଳ ଏକତା ମଞ୍ଚ

ପଶ୍ଚିମ ଓଡ଼ିଶାର 11ଟି ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ନେଇ ପଶ୍ଚିଆଞ୍ଚଳ ଏକତା ମଞ୍ଚର ଆହ୍ୱାନ । ଅଧିକ ପଢ଼ନ୍ତୁ

paschimanchal ekta manch prepare for protest in western odisha
ଜୋର ଧରିଛି ପଶ୍ଚିମ ଓଡ଼ିଶାବାସୀଙ୍କ ହକ, ଆନ୍ଦୋଳନ ପାଇଁ 11 ଜିଲ୍ଲା ସଜବାଜ
author img

By

Published : Nov 6, 2022, 10:50 AM IST

ସମ୍ବଲପୁର: ପଶ୍ଚିମ ଓଡ଼ିଶାର 11ଟି ଜିଲ୍ଲାକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ପଶ୍ଚିଆଞ୍ଚଳ ଏକତା ମଞ୍ଚର ଆହ୍ୱାନ । ବିଭିନ୍ନ ପ୍ରସଙ୍ଗ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାବାସୀଙ୍କ ମଧ୍ୟରେ ମତାନ୍ତର ଥିବାବେଳେ ଆଗାମୀ ଦିନରେ ଏହାକୁ କିପରି ଦୂର କରାଯାଇ ପାରିବ ସେନେଇ ପ୍ରୟାସ କରାଯିବ । ପ୍ରତ୍ୟେକ ଜିଲ୍ଲାର ପ୍ରମୁଖ ଦାବୀ ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି ।

ଜୋର ଧରିଛି ପଶ୍ଚିମ ଓଡ଼ିଶାବାସୀଙ୍କ ହକ

ଗତ ମାସ 16 ତାରିଖରେ ସମ୍ବଲପୁରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ 11ଟି ଜିଲ୍ଲାର ବୁଦ୍ଧିଜୀବୀଙ୍କୁ ନେଇ ଏକ ସମାବେଶ କରାଯାଇଥିଲା । ଏହି ସମାବେଶରେ 11ଟି ଜିଲ୍ଲାର ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଦସ୍ୟମାନେ ଉକ୍ତ ଜିଲ୍ଲାଗୁଡ଼ିକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାର ବିଭିନ୍ନ ସମସ୍ୟା ତଥା ପ୍ରସଙ୍ଗର 26ଟି ଦାବି ନେଇ ଆଗାମୀ ଦିନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ବିଭିନ୍ନ କାର୍ଯ୍ୟକ୍ରମ ଓ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ତେଜିଲା ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ଦାବି ଗୁଡିକ ମଧ୍ୟରେ ଶୀତକାଳୀନ ବିଧାନସଭା ସମ୍ବଲପୁରରେ କରାଯାଉ, ବରଗଡ଼ରେ କାନ୍ସର ହସ୍ପିଟାଲ ତିଆରି, ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ନାମ ପରିବର୍ତ୍ତନ କରାଯାଇ ପଶ୍ଚିମାଞ୍ଚଳ ରାଜସ୍ବ କମିଶନର କରାଯାଉ, ସୁନ୍ଦରଗଡ଼ରେ ଏମ୍ସର ପ୍ରତିଷ୍ଠା ଇତ୍ୟାଦି ପ୍ରମୁଖ ଦାବି ରହିଛି । ଏନେଇ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ପଶ୍ଚିଆଞ୍ଚଳ ଏକତା ମଞ୍ଚ ସୂଚନା ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.