ETV Bharat / state

ରିଲେ ଅନଶନରେ ଚାଷୀ, ସମ୍ବଲପୁରରେ ଧାନକ୍ରୟ ନେଇ ଅନିଶ୍ଚିତତା

ସମ୍ବଲପୁରରେ ଧାନକ୍ରୟ ନେଇ ଅନିଶ୍ଚିତତା ରହିଛି । ଫସଲ ବୀମା ସମସ୍ୟା ନେଇ ଆନ୍ଦୋଳନ 22 ଦିନରେ ପହଞ୍ଚିଛି କିନ୍ତୁ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ସମସ୍ୟାର ସମାଧାନ କରୁନାହାନ୍ତି । ସରକାରଙ୍କ ଟୋକନ ବ୍ୟଵସ୍ଥାକୁ ବିରୋଧ କରୁଥିବାରୁ ଧାନ କ୍ରୟ ନେଇ ଅନିଶ୍ଚିତତା ଦେଖାଦେଇଛି।

author img

By

Published : Nov 12, 2019, 7:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଧାନ କ୍ରୟ ନେଇ ଦେଖାଦେଇଛି ଅନିଶ୍ଚିତତା । ସମ୍ବଲପୁରରେ ଚାଷୀଙ୍କ ଅନଶନ 22ତମ ଦିନରେ ପହଞ୍ଚିଛି । ଫସଲ ବୀମା ସମସ୍ୟା ନେଇ ଏହି ଆନ୍ଦୋଳନ ଆଜି 22 ଦିନରେ ପହଞ୍ଚିଥିବା ବେଳେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ସମସ୍ୟାର ସମାଧାନ ନେଇ ଚାଷୀଙ୍କ ସହ ଆଲୋଚନା କରିନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଦୀର୍ଘଦିନ ହେଲା ଚାଷୀ ମାନେ ଆନ୍ଦୋଳନ କରି ଆସୁଛନ୍ତି । ଆସନ୍ତା 15 ତାରିଖରୁ ସମ୍ବଲପୁର ଉପଖଣ୍ଡରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ଚଳିତ ବର୍ଷ ଚାଷୀମାନେ ସରକାରଙ୍କ ଟୋକନ ବ୍ୟଵସ୍ଥାକୁ ବିରୋଧ କରୁଥିବାରୁ ଧାନ କ୍ରୟ ନେଇ ଅନିଶ୍ଚିତତା ଦେଖାଦେଇଛି । ପୂର୍ବ ବର୍ଷ ପରି ପାରମ୍ପରିକ ଢାଞ୍ଚାରେ ଧାନ ବିକ୍ରୟ କରିବେ ବୋଲି ଚାଷୀ ସ୍ପଷ୍ଟ କରିଛନ୍ତି।

ବିଜେପି ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ଚାଷୀଙ୍କ ଆନ୍ଦୋଳନସ୍ଥଳକୁ ଯାଇ ସବୁ ଦୋଷ ରାଜ୍ୟ ସରକାରଙ୍କ କୃଷି ନୀତିକୁ ଦେଇଛନ୍ତି। ଏମିତି ପରିସ୍ଥିତି ଜାରି ରହିଲେ ଚଳିତ ବର୍ଷ ଧାନ କ୍ରୟ କିପରି ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ

Intro:ସମ୍ବଲପୁର ରେ ଚାଷୀ ଙ୍କ ରିଲେ ଅନଶନ ଆଜି 22ତମ ଦିନରେ ପହଂଚିଛି। ମୁଖ୍ୟତଃ ଫସଲ ବୀମା ସମସ୍ୟା ନେଇ ଏହି ଆନ୍ଦୋଳନ ଆଜି 22 ଦିନରେ ପହଂଚିଥିବା ବେଳେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ର କୌଣସି ଅଧିକାରୀ ସମସ୍ୟା ର ସମାଧାନ ନେଇ ଆଜି ପର୍ଯ୍ୟନ୍ତ ଚଷୀଙ୍କ ସହ ଆଲୋଚନା କରିନାହାନ୍ତି।ଅନ୍ୟ ପଟେ ଆସନ୍ତା 15 ତାରିଖରୁ ସମ୍ବଲପୁର ଉପଖଣ୍ଡ ରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା ହୋଇଥିବା ବେଳେ ଚଳିତ ବର୍ଷ ଚାଷୀମାନେ ସରକାରଙ୍କ ଟୋକନ ବ୍ୟଵସ୍ଥାକୁ ବିରୋଧ କରୁଥିବାରୁ ଧାନ କ୍ରୟ ନେଇ ଅନିଶ୍ଚିତତା ଦେଖାଦେଇଛି।

Body:ସମ୍ବଲପୁର ରେ ଚାଲିଥିବା ଚାଷୀ ଙ୍କ ଆନ୍ଦୋଳନ 22 ତମ ଦିନରେ ପହଂଚିଛି। ଅନ୍ୟପଟେ ଆସନ୍ତା 15 ତାରିଖରୁ ସମ୍ବଲପୁର ଉପଖଣ୍ଡ ରେ ଧାନ କ୍ରୟ ଆରମ୍ଭ ହେବ ବୋଲି ଜଣାପଡିଛି।ତେବେ ଚାଷୀ ମନେ ଚଳିତ ବର୍ଷର ଧାନ କ୍ରୟ ପାଇଁ ହୋଇଥିବା ଟୋକନ ଵ୍ୟଵସ୍ଥା କୁ ଵିରୋଧ କରୁଛନ୍ତି ଓ ପୂର୍ବ ବର୍ଷ ପରି ପାରମ୍ପରିକ ଢାଞ୍ଚାରେ ଧାନ ବିକ୍ରୟ କରିବେ ବୋଲି ସ୍ପଷ୍ଟ କହିଛନ୍ତି। ଅନ୍ୟ ପଟେ ଆଜି ବିଜେପି ନେତା ତଥା ବରଗଡ ସାଂସଦ ସୁରେଶ ପୂଜାରୀ ଚାଷୀ ଙ୍କ ଆନ୍ଦୋଳନ ସ୍ଥଳକୁ ଯାଇ ସବୁ ଦୋଷ ରାଜ୍ୟ ସରକାରଙ୍କ କୃଷି ନୀତି କୁ ଦେଇଛନ୍ତି।

Conclusion:ଏମିତି ପରିସ୍ଥିତି ଜାରି ରହିଲେ ଚଳିତ ଧାନ କ୍ରୟ କିପରି ହେବ ସେନେଇ ପ୍ରଶ୍ନବାଚି ସୁଷ୍ଟି ହୋଇଛି।

ବାଇଟ-1-ଅଶୋକ ପ୍ରଧାନ,ଚାଷୀ ନେତା।
ବାଇଟ-2-ଚନ୍ଦ୍ର ଶେଖର ପଣ୍ଡା,ଚାଷୀ।
ବାଇଟ-3-ସୁରେଶ ପୂଜାରୀ, ସାଂସଦ,ବରଗଡ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.