ETV Bharat / state

ମହାନଦୀ କୋଲଫିଲଡ ଲିମିଟେଡର ନୂଆ ଏମଡି ହେଲେ ପି କେ ସିହ୍ନା - ମହାନଦୀ କୋଲଫିଲଡ ଲିମିଟେଡର ନୂଆ ଏମଡି

ରବିବାର ବୁର୍ଲାସ୍ଥିତ ଏମସିଏଲ ବା ମହାନଦୀ କୋଲଫିଲଡ ଲିମିଟେଡର ନୂଆ ଏମଡି ଭାବେ ପି କେ ସିହ୍ନା ଯୋଗ ଦେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

P K Sinha appointed as new CMD in Mahanadi coalfield Limited
ମହାନଦୀ କୋଲଫିଲଡ ଲିମିଟେଡର ନୂଆ ଏମଡି ହେଲେ ପି କେ ସିହ୍ନା
author img

By

Published : Nov 8, 2020, 7:20 PM IST

ସମ୍ବଲପୁର: ବୁର୍ଲାଠାରେ ଥିବା ଏମସିଏଲ ବା ମହାନଦୀ କୋଲଫିଲଡ ଲିମିଟେଡର ରବିବାର ନୂଆ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ପି କେ ସିହ୍ନା ଯୋଗ ଦେଇଛନ୍ତି । ଭବିଷ୍ୟତରେ କୋଇଲା ଉତ୍ତୋଳନ କ୍ଷେତ୍ରରେ ଏମସିଏଲର ଉଲ୍ଲେଖନୀୟ ଅବଦାନ ରହିବ ବୋଲି କହିଥିବା ଜଣାପଡିଛି ।

ମହାନଦୀ କୋଲଫିଲଡ ଲିମିଟେଡର ନୂଆ ଏମଡି ହେଲେ ପି କେ ସିହ୍ନା

ମିଳିଥିବା ସୂଚନା ଅନୁସାରେ ପି କେ ସିହ୍ନା ରବିବାର ବୁର୍ଲାଠାରେ ଥିବା ଏମସିଏଲ ମୁଖ୍ୟାଳୟରେ ପହଞ୍ଚିଥିଲେ । ତେବେ ସେ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରକୁ ଦର୍ଶନ କରିବା ଲାଗି ଯାଇଥିଲେ । କୋରୋନା କଟକଣା ମନ୍ଦିରରେ ଲାଗୁ ହୋଇଥିବାରୁ ମନ୍ଦିରର ବାହାର ପାର୍ଶ୍ବରେ ସେ ପୂଜାର୍ଚ୍ଚନା କରିବା ସହ ମା'ଙ୍କ ଆଶୀର୍ବାଦ ନେଇଥିବା ଜଣାପଡିଛି ।

ମନ୍ଦିରକୁ ଦର୍ଶନ କରିବା ସମୟରେ ତାଙ୍କ ପତ୍ନୀ ଓ ଏମସିଏଲର ମୁଖ୍ୟ ମ୍ୟାନେଜର ରାଜେନ୍ଦ୍ର ପ୍ରସାଦ ନନ୍ଦ ସମେତ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । ପି କେ ସିହ୍ନା ସିଏମଡି ବା ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଯୋଗ ଦେବା ପରେ କୋଇଲା ଉତ୍ତୋଳନ କ୍ଷେତ୍ରରେ ଭବିଷ୍ୟତରେ ଉନ୍ନତି ଆସିବା ସହ ଏମସିଏଲର ଉଲ୍ଲେଖନୀୟ ଅବଦାନ ରହିବ ବୋଲି ସେ କହିଛନ୍ତି ।

ପି କେ ସିହ୍ନା ଆଇଆଇଟି (ଆଇଏସ୍ଏମ୍) ଧାନବାଦରୁ ଏମ ଟେକ୍, ଏନଆଇଟି ରାୟପୁରରୁ ଜଣେ ଖଣି ଇଞ୍ଜିନିୟରିଂ ଭାବେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । କୋଇଲା ଖନନ ଏବଂ ଭୂତଳ ଖଣିରେ ସିହ୍ନାଙ୍କର 37 ବର୍ଷରୁ ଅଧିକ ସମୟର ବିବିଧ ଅଭିଜ୍ଞତା ରହିଛି । ସେ ପୂର୍ବରୁ ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ସିଏମଡି ଭାବରେ ଏମସିଏଲରେ ଯୋଗଦେବା ପୂର୍ବରୁ ସିହ୍ନା ବିଳାସପୁର ଦକ୍ଷିଣ ପୂର୍ବାଞ୍ଚଳ କୋଲଫିଲ୍ଡ ଲିମିଟେଡ୍ (ଏସଇସିଏଲ)ରେ ନିର୍ଦ୍ଦେଶକ ଥିଲେ |

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.