ETV Bharat / state

ବିଶ୍ବ ଅଙ୍ଗଦାନ ଦିବସରେ ଅଙ୍ଗଦାନର ଗୁରୁତ୍ୱ ବୁଝାଇଲେ ଛାତ୍ରଛାତ୍ରୀ

author img

By

Published : Nov 27, 2022, 10:21 PM IST

ଆଜି ହେଉଛି ବିଶ୍ବ ଅଙ୍ଗଦାନ ଦିବସ । ଲୋକଙ୍କୁ ଅଙ୍ଗଦାନ ନେଇ ସଚେତନ କରିବାକୁ ଆଜି ସମ୍ବଲପୁରରେ ମହିଳା ସଂଗଠନର ସଦସ୍ୟ ଓ ଛାତ୍ରଛାତ୍ରୀ କରିଛନ୍ତି ସଚେତନ । ଅଧିକ ପଢନ୍ତୁ

ସାମ୍ପ୍ରତିକ ସ୍ଥିତିରେ ଅଙ୍ଗଦାନର ଗୁରୁତ୍ୱ ବୁଝାଇଲେ ମହିଳା ଓ ଛାତ୍ରଛାତ୍ରୀ

ସମ୍ବଲପୁର: ବର୍ତ୍ତମାନ ସମାଜରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ଅଥବା କିଡନୀ ଦାନ ବା ଚକ୍ଷୁ ଦାନ କରାଯାଇଥାଏ ବୋଲି ଲୋକଙ୍କ ଧାରଣା ରହିଛି । ତେବେ ସାମ୍ପ୍ରତିକ ଜୀବନଶୈଳୀ ଯୋଗୁଁ ଯୁବାବସ୍ଥାରେ ଲୋକଙ୍କୁ ବିଭିନ୍ନ ରୋଗ ଆକ୍ରମଣ କରୁଛି । ଏହି ପରିସ୍ଥିତିରେ କେତେକ କ୍ଷେତ୍ରରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ବିଭିନ୍ନ ଅଙ୍ଗ ପ୍ରତିରୋପଣ କରିବାକୁ ପଡୁଛି । ଏଥିପାଇଁ ଅଙ୍ଗ ଦରକାର କିନ୍ତୁ ଅନ୍ଧ ବିଶ୍ୱାସ ଯୋଗୁଁ ଲୋକଙ୍କ ମୃତ୍ୟୁ ପରେ ମଧ୍ୟ ଲୋକେ ଅଙ୍ଗ ଦାନ କରୁନାହାନ୍ତି । ଏହିଭଳି ସ୍ଥିତିରେ ଲୋକଙ୍କୁ ଅଙ୍ଗଦାନ ନେଇ ସଚେତନ କରିବାକୁ ଆଜି ସମ୍ବଲପୁରରେ ମହିଳା ସଂଗଠନର ସଦସ୍ୟ ଓ ଛାତ୍ରଛାତ୍ରୀମାନେ ସଚେତନ କରିଛନ୍ତି ।

ତେବେ ଆଜି ହେଉଛି ବିଶ୍ବ ଅଙ୍ଗଦାନ ଦିବସ । ବର୍ତ୍ତମାନ ସ୍ଥିତିରେ ଅଙ୍ଗଦା ର ଗୁରୁତ୍ୱ ବଢିଯାଇଥିବାବେଳେ, ବହୁ ଲୋକ ଏହା ଯୋଗୁଁ ପୁନର୍ଜୀବନ ପାଉଛନ୍ତି । ଆଉ କେତେକ ଲୋକ ଅଙ୍ଗ ନ ପାଇବାରୁ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ଏହିଭଳି ଲୋକଙ୍କୁ ଅଙ୍ଗଦାନ କରି ଜୀବନ ଦାନ ଦେବାରେ ସହାୟକ ହୋଇ ଅଙ୍ଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି ସମ୍ବଲପୁର ଇନର ହୁଇଲ କ୍ଳବ ଅଫ ସମ୍ବଲପୁର ହ୍ୟାଣ୍ଡଲୁମ ସିଟିର ସଦସ୍ୟ ମହିଳାମାନେ ।

ଏହି ପରିପ୍ରେକ୍ଷୀରେ ମହିଳାମାନେ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରି ଲୋକଙ୍କୁ ଅଙ୍ଗଦାନ କରିବାକୁ ସଚେତନ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ଅଙ୍ଗଦାନର ଗୁରୁତ୍ୱ କେତେ ରହିଛି ସେନେଇ ବ୍ୟାନର ଓ ପୋଷ୍ଟର ଧରି ଏହି ମହିଳା ଓ ଛାତ୍ରଛାତ୍ରୀମାନେ ସଚେତନତା କରିଛନ୍ତି । ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରୁ ଗୋଲବଜାର ଛକ ପର୍ଯ୍ୟନ୍ତ ଏହି ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.