ETV Bharat / state

ହିଣ୍ଡାଲକୋ କାରଖାନାରେ ଅଘଟଣ: ସୁରକ୍ଷା ବ୍ୟବସ୍ଥା ନଥିବାରୁ ଶ୍ରମିକଙ୍କ ମୃତ୍ୟୁ - labour death

ସମ୍ବଲପୁର ହୀରାକୁଦର ହିଣ୍ଡାଲକୋ କାରଖାନାରେ ଜଣେ ଠିକା ଶ୍ରମିକ ମୃତ୍ୟୁ ହୋଇଛି । କାରଖାନାରେ ଉପଯୁକ୍ତ ସେଫଟି ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 11, 2019, 5:03 PM IST

ସମ୍ବଲପୁର: ହିଣ୍ଡାଲକୋ କାରଖାନା ଭିତରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ । ସମ୍ବଲପୁର ହୀରାକୁଦର ହିଣ୍ଡାଲକୋ କାରଖାନାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । କାରଖାନାରେ ଉପଯୁକ୍ତ ସେଫଟି ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଏନେଇ ହୀରାକୁଦ ଥାନାରେ କୌଣସି ରିପୋର୍ଟ ହୋଇ ନଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ମୃତ ଶ୍ରମିକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର କୁଦିଆରୀ ଗାଁର ଦୀନବନ୍ଧୁ ସାମନ୍ତରାୟଙ୍କ ପୁଅ ପଦ୍ମଚରଣ ସାମନ୍ତରାୟ । ହିଣ୍ଡାଲକୋ କାରଖାନା ଭିତରେ ଥିବା 4ନମ୍ବର ପାର୍ଥ ନିକଟରେ ଏକ ପୁରୁଣା ମେସିନକୁ ହାଇଦ୍ରାରେ ନିଆଯାଉ ଥିବାବେଳେ ଏଥିରେ ସହାୟକ ଭାବେ ପଦ୍ମଚରଣ ଯାଉଥିଲେ ।

ହେଲେ ହଠାତ ମେସିନଟି ବୁଲି ପଡି ପଦ୍ମଚରଣଙ୍କୁ କାନ୍ଥରେ ଚାପି ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ପଦ୍ମଚରଣଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଭାରି ମେସିନ ନେବା ପାଇଁ ଆବଶ୍ୟକ ସେଫଟି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଏମିତି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ବୁର୍ଲାରେ ମୃତଦେହର ବ୍ୟବଚ୍ଛେଦ କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:ସମ୍ବଲପୁର ହୀରାକୁଦ ର ହିଣ୍ଡାଲକୋ କାରଖାନା ଭିତରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକ ମୃତ। ସେଫଟି ବ୍ୟବସ୍ଥା ଉପଯୁକ୍ତ ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା।ତେବେ ଏନେଇ ହୀରାକୁଦ ଥାନାରେ କୌଣସି ରିପୋର୍ଟ ହୋଇନଥିବା ସୂଚନା ମିଳିଛି।Body:ସମ୍ବଲପୁର ହୀରାକୁଦ ସହର ସ୍ଥିତ ହିଣ୍ଡାଲକୋ କାରଖାନା ରେ ଦୁର୍ଘଟଣା ରେ ଜଣେ ଠିକା ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶ୍ରମିକ ଜଣକ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର କୁଡ଼ିଆରୀ ଗାଁର ଦୀନବନ୍ଧୁ ସାମନ୍ତରାୟ ଙ୍କ ପୁଅ ପଦ୍ମ ଚରଣ ସାମନ୍ତରାୟ ବୋଲି ସୂଚନା ମିଳିଛି। ହିଣ୍ଡାଲକୋ କାରଖାନା ଭିତରେ ଥିବା 4ନମ୍ବର ପାର୍ଥ ନିକଟରେ ହାଇଦ୍ରା ରେ ଏକ ପୁରୁଣା ମେସିନ କୁ ନିଆଯାଉ ଥିବା ବେଳେ ଏଥିରେ ସହାୟକ ଭାବେ ପଦ୍ମ ଚରଣ ଯାଉଥିଲେ।ତେବେ ହଠାତ ମେସିନ ଟି ବୁଲି ପଡି ପଦ୍ମ ଚରଣ ଙ୍କୁ କାନ୍ଥ ରେ ଚାପି ଦେଇଥିଲା।ଫଳରେ ଚାପି ହୋଇ ପଦ୍ମ ଚରଣ ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନା କୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଭାରି ମେସିନ ନେବା ପାଇଁ ଆବଶ୍ୟକ ସେଫଟି ବ୍ୟବସ୍ଥା ନଥିବାରୁ ଏମିତି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।Conclusion:ଆଜି ବୁର୍ଲା ଠାରେ ମୃତ ଦେହ ର ଶବ ବ୍ୟବଚ୍ଛେଦ କରାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.