ETV Bharat / state

ବୁର୍ଲା ମହାନଦୀ ବ୍ରିଜରେ ଅଟୋ-ଟ୍ରକ ମୁହାଁମୁହିଁ, ଚାଳକ ମୃତ - ବୁର୍ଲା ମହାନଦୀ ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଶୁକ୍ରବାର ସମ୍ବଲପୁର ବୁର୍ଲା ମହାନଦୀ ପୋଲ ଉପରେ ଅଟୋ ଟ୍ରକ ମୁହାଁମୁହିଁ ଧକ୍କାରେ ଅଟୋ ଡ୍ରାଇଭରର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ବୁର୍ଲା ମହାନଦୀ ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

author img

By

Published : Jun 4, 2021, 5:13 PM IST

ସମ୍ବଲପୁର: ଅଟୋ ଟ୍ରକ ମୁହାଁମୁହିଁ ଧକ୍କା । ଶୁକ୍ରବାର ସମ୍ବଲପୁର ବୁର୍ଲା ମହାନଦୀ ପୋଲ ଉପରେ ଅଟୋ ଟ୍ରକ ମୁହାଁମୁହିଁ ଧକ୍କାରେ ଅଟୋ ଡ୍ରାଇଭରର ମୃତ୍ୟୁ ଘଟିଛି ।

ବୁର୍ଲା ମହାନଦୀ ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୂଚନା ଅନୁଯାୟୀ, ସମ୍ବଲପୁର ପଟୁ ଏକ ଅଟୋ ବୁର୍ଲା ଯାଉଥିବା ସମୟରେ ଏକ ଦ୍ରୁତଗାମି ଟ୍ରକ ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋଟି ଚୁରମାର ହେବା ସହ ଅଟୋ ଡ୍ରାଇଭରର ମୃତ୍ୟୁ ଘଟିଛି। ଦୁର୍ଘଟଣା ଯୋଗୁ ବ୍ରିଜର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି।

ମହାନଦୀ ଉପରେ ଦୁଇଟି ପୋଲ ରହିଛି। କିନ୍ତୁ ଗୋଟିଏ ପୋଲରେ ଯିବା ଆସିବା ହେଉଥିବା ଯୋଗୁଁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅନ୍ୟ ପୋଲଟିରେ ଆଜକୁ 6 ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି କାମ ଚାଲିଛି । ଯାହା ଏବେଯାଏଁ ସରିବାର ନା ନେଉନାହିଁ।

ଫଳରେ ପ୍ରତ୍ୟେକ ଦିନ ଏହି ପୋଲ ଉପରେ ଦୁର୍ଘଟଣା ମାନ ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ରାସ୍ତା ଜାମ ଥିବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ବେଳେ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.