ETV Bharat / state

ବନ୍ୟଜନ୍ତୁ ତସ୍କରୀ ଅଭିଯୋଗ: ଜଣେ ଗିରଫ, ବାଘ ନଖ ଜବତ - ସମ୍ବଲପୁର ବନ୍ଯପ୍ରାଣୀ ତଷ୍କରୀ

ସମ୍ବଲପୁର ବନ୍ଯପ୍ରାଣୀ ବିଭାଗ ବନ୍ୟପ୍ରାଣୀ ତସ୍କରୀ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗ । ଅଧିକ ପଢନ୍ତୁ...

ବନ୍ୟଜନ୍ତୁ ତଷ୍କରି ଅଭିଯୋଗରେ ଜଣେ ଗିରଫ, ବାଘ ନଖ ଜବତ

author img

By

Published : Aug 21, 2021, 9:30 PM IST

ସମ୍ବଲପୁର: ଜିଲ୍ଲାର ହୀରାକୁଦ ବନ୍ଯପ୍ରାଣୀ ବିଭାଗକୁ ସଫଳତା ମିଳିଛି । ବନ୍ୟପ୍ରାଣୀ ତସ୍କରୀ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗ। କଲରାପତରିଆ ବାଘର ୪ଟି ନଖ ଓ ବଜ୍ରକାପ୍ତା କାତିରୁ ତିଆରି ରିଙ୍ଗ, କଲରାପତରିଆ ବାଘର ଗୋଟିଏ ପାପୁଲି, ଗୋଟିଏ ଜଙ୍ଗଲୀ କୁକୁରର ଚମଡା ଜବତ କରିବା ସହ ଆକାଶ ଅଗ୍ରୱାଲ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ ।

ବନ୍ୟଜନ୍ତୁ ତଷ୍କରି ଅଭିଯୋଗରେ ଜଣେ ଗିରଫ, ବାଘ ନଖ ଜବତ
ବନ୍ୟଜନ୍ତୁ ତଷ୍କରି ଅଭିଯୋଗରେ ଜଣେ ଗିରଫ, ବାଘ ନଖ ଜବତ
ବନ୍ୟଜନ୍ତୁ ତଷ୍କରି ଅଭିଯୋଗରେ ଜଣେ ଗିରଫ, ବାଘ ନଖ ଜବତ

ଅଭିଯୁକ୍ତ ଜଣକ ଶିକାରୀ ନୁହନ୍ତି, କିନ୍ତୁ ସେ ବନ୍ୟପ୍ରାଣୀଙ୍କ ଏହି ସବୁ ଜିନିଷ ବିକ୍ରି କରୁଥିଲେ। ଏନେଇ ଆଜି(ଶନିବାର) ସମ୍ବଲପୁର ଡିୟର ପାର୍କସ୍ଥିତ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଫିସରେ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଆଗକୁ ମଧ୍ଯ ବନ୍ଯଜନ୍ତୁ ଶିକାର ନେଇ ସୂଚନା ଦେଲେ, ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଗୁପ୍ତ ରଖାଯାଇ ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଏଫଓ ଅଂଶୁପ୍ରଜ୍ଞା ଦାଶ । ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ଏହି କଲରାପତରିଆ ବାଘ ନଖକୁ ମହାବଳବାଘ ନଖ କହି ବିକ୍ରି କରୁଥିଲା । ସେପଟେ ଏହି ଶିକାର ଘଟଣାରେ କିଏ କିଏ ସମ୍ପୃକ୍ତ ତାହା ତଦନ୍ତ ଚାଲିଥିବା ସହିତ ଡେବ୍ରିଗଡରୁ ଏହି ସବୁ ଶିକାର ହୋଇଥିବା ଡିଏଫଓ କହଛନ୍ତି । ସମ୍ବଲପୁର ପୋଲିସର ସହାୟତାରେ ଏହି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଡିଏଫଓ କହିଛନ୍ତି ଏବଂ ଜିଲ୍ଲା ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.