ETV Bharat / state

VIMSAR Corona: ଓଡିଶାକୁ ଆଶ୍ବସ୍ତି, 74 ସଂକ୍ରମିତଙ୍କ ଠାରେ ନାହିଁ OMICORN

author img

By

Published : Dec 7, 2021, 9:05 AM IST

Updated : Dec 7, 2021, 3:54 PM IST

ଭୀମସାର ମେଡିକାଲ କଲେଜ (Burla VIMSAR) ପାଇଁ ଭଲ ଖବର । ଭୁବନେଶ୍ୱର ଆଇଏଲଏସକୁ 21 ନମୁନା ପଠାଯାଇଥିଲା । 11 ଟି ନମୁନାର ପରୀକ୍ଷା ହୋଇଥିବା ବେଳେ 2 ଟି ଡେ଼ଲ୍ଟା ଭେରିଏଣ୍ଟ ଓ ବାକି 9ଟି ମାଇନର ଭାରିଏଣ୍ଟ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ଆସିଲା ILS ରିପୋର୍ଟ, ନାହାନ୍ତି ନୂଆ ଭାରିଏଣ୍ଟ ସଂକ୍ରମିତ

ସମ୍ବଲପୁର: ଭୀମସାର ମେଡିକାଲ କଲେଜ (Burla VIMSAR) ପାଇଁ ଭଲ ଖବର । 74 ଜଣ କୋଭିଡ ଆକ୍ରାନ୍ତ (covid positive) ହେବା ଘଟଣା ପରେ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି ହୋଇଛି । ଭୁବନେଶ୍ୱର ଆଇଏଲଏସକୁ କୋଭିଡର ଭାରିଏଣ୍ଟ ଜାଣିବାକୁ ସ୍ୱାବ ନମୂନା ପଠା ଯାଇଥିଲା । ବର୍ତ୍ତମାନ ଏହାର ରିପୋର୍ଟ ଆସିଥିବା ସୂଚନା ଦେଇଛନ୍ତି ଭୀମସାର ମେଡିକାଲ କଲେଜର ଡିନ ଜୟଶ୍ରୀ ଦୋରା । ରିପୋର୍ଟରେ କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ନଥିବା ସ୍ପଷ୍ଟ ହୋଇଛି । ଯାହା ଆଶ୍ବସ୍ତି ଦେଇଛି ।

ଓଡିଶାକୁ ଆଶ୍ବସ୍ତି, 74 କୋରୋନା ସଂକ୍ରମିତଙ୍କ ଠାରେ ନାହିଁ OMICORN
ଭୀମସାର ମେଡିକାଲର 74 ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ଏହାର ଭାରିଏଣ୍ଟ ଚିହ୍ନଟ କରିବାକୁ ଭୁବନେଶ୍ୱର ଆଇଏଲଏସକୁ 21 ନମୁନା ପଠା ଯାଇଥିଲା । 11 ଟି ନମୁନାର ପରୀକ୍ଷା ହୋଇଥିବା ବେଳେ 2 ଟି ଡେ଼ଲ୍ଟା ଭେରିଏଣ୍ଟ ଓ ବାକି 9ଟି ମାଇନର ଭାରିଏଣ୍ଟ ବୋଲି ସୂଚନା ଦେଇଛନ୍ତି ଭୀମସାର ମେଡିକାଲର ଡିନ ଜୟଶ୍ରୀ ଦୋରା । ନୂଆ ଭେରିଏଣ୍ଟ ଓମିକ୍ରନ ନେଇ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ଏହି ଖବର ଚିନ୍ତା ଦୂର କରିଛି । ନମୁନା ପରୀକ୍ଷା ହୋଇଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଥିବା ସୂଚନା ଦେଇଛନ୍ତି ଡିନ ।

ପ୍ରକାଶ ଥାଉ କି, ନଭେମ୍ବର ୨୯ରେ 21 ଜଣଙ୍କ ସ୍ୱାବ ନମୁନା ଭୁବନେଶ୍ୱରକୁ ପଠାଯାଇଥିଲା । ମୋଟ 74 ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ସଂକ୍ରମିତ ହେଲେ ତାହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବା ବୋଲି କହିଥିଲେ ଡିନ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Dec 7, 2021, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.