ETV Bharat / state

ଟ୍ରକ ଚାପାରେ ବ୍ୟକ୍ତିଙ୍କ ମୃତ୍ୟୁ, PCR ଭ୍ୟାନ ଭାଙ୍ଗିଦେଲେ ଲୋକେ

author img

By

Published : Jan 1, 2023, 10:56 AM IST

ସମ୍ବଲପୁର ନିକଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାତିଲେ ଲୋକେ । ଭାଙ୍ଗିଲେ ପିସିଆର ଭ୍ୟାନ । ଅଧିକ ପଢ଼ନ୍ତୁ

Road accident in Sambalpur
ସଡ଼କ ଦୁର୍ଘଟଣା
ସଡ଼କ ଦୁର୍ଘଟଣା

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟଗୁରୁ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ବଡ଼ବଜାର ଅଞ୍ଚଳର ପିଣ୍ଟୁ କଲେତ । ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ଏହି ଘଟଣା ପରେ ରାସ୍ତା ରୋକ କରିଥିଲେ । ଏହାସହ ଉତ୍ତ୍ୟକ୍ତ ଲୋକେ ପିସିଆର ଗାଡ଼ିକୁ ଭାଙ୍ଗି ଦେଇଥିଲେ ।

ଏପରିକି ମୃତଦେହକୁ ରାସ୍ତାରେ ରଖି 15ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ତେବେ ଯେତେ ପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ନମିଳିଛି ସେତେ ପର୍ଯ୍ୟନ୍ତ ମୃତଦେହ ଉଠିବନି ବୋଲି ଚେତାବନୀ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ସୂଚନାନୁସାରେ ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 12ଟାରେ ପିଣ୍ଟୁ ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପିଣ୍ଟୁଙ୍କର ମୃତ୍ୟୁ ହୋଇଥିଲା ।

ଏହାକୁ ନେଇ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚିଥିଲେ । ତେବେ ସ୍ଥାନୀୟ ଲୋକେ ପୋଲିସକୁ ଦେଖି ଆହୁରି ରାଗିଯାଇ ପିସିଆର ଭାଙ୍ଗି ଦେଇଥିଲେ । ଅନ୍ୟପକ୍ଷରେ ରାସ୍ତା ରୋକ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡିକ ଅଟକି ରହିଥିଲା। ଫଳରେ ଯାତାୟତରେ ସମସ୍ୟା ଉପୁଜିଥିଲା । ପରେ ପୋଲିସ ଅଧିକାରୀ ଲୋକଙ୍କୁ ବୁଝାସୁଝା କଲାପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।

ସେପଟେ ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପିସିଆର ଗାଡି ଭାଙ୍ଗିଥିବା ବ୍ୟକ୍ତି ମାନଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ କରିଛି । ଏହାସହ କିଛି ଲୋକଙ୍କୁ ଥାନାରେ ଅଟକ ରଖିଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.