ETV Bharat / state

ଷ୍ଟ୍ରେଚରରୁ ପଡି ରୋଗୀଙ୍କ ମୃତ୍ୟୁ

ଷ୍ଟ୍ରେଚରରୁ ପଡି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରର ବୁର୍ଲା ମେଡିକାଲରେ ।

author img

By

Published : Apr 28, 2019, 12:08 AM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଷ୍ଟ୍ରେଚରରୁ ପଡି ଜଣେ ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରର ବୁର୍ଲା ମେଡିକାଲରେ । ତେଣୁ ରୋଗୀମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ମୂତାବକ, ଶନିବାର ହୀରାକୁଦ ଥାନା ଅନ୍ତର୍ଗତ ଟିକ୍ରାପଡା ଅଂଚଳର ପୀତବାସ ସାହୁଙ୍କୁ ପରିବାର ଲୋକ ବୁର୍ଲା ମେଡିକାଲର ଜରୁରିକାଳୀନ ବିଭାଗକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆଣିଥିଲେ । ଜରୁରିକାଳୀନ ବିଭାଗର ଡାକ୍ତର ପରୀକ୍ଷା କରି ରୋଗୀଙ୍କୁ ମେଡ଼ିସିନ ୱାର୍ଡକୁ ସ୍ଥାନାନ୍ତର କରିବାକୁ କହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

କାଜୁଆଲଟିରୁ ପୀତବାସଙ୍କୁ ମେଡ଼ିସିନ ୱାର୍ଡକୁ ସ୍ଥାନାନ୍ତର କରିବା ପାଇଁ ସେଠାରେ କାର୍ଯ୍ୟ କରୁଥିବା ଆଟେଣ୍ଡାଣ୍ଟ ତାଙ୍କ ପୁଅ ତ୍ରିନାଥଙ୍କୁ ଟଙ୍କା ମାଗିଥିଲେ । ପୀତବାସଙ୍କ ପୁଅ ତ୍ରିନାଥ ଆଟେଣ୍ଡାଣ୍ଟଙ୍କୁ ପଚାଶ ଟଙ୍କା ଦେଇଥିଲେ । ଏହାପରେ ଆଟେଣ୍ଡାଣ୍ଟ ଜଣକ ପୀତବାସଙ୍କୁ କାଜୁଆଲଟିରୁ ମେଡ଼ିସିନ ୱାର୍ଡକୁ ନେବା ସମୟରେ ଷ୍ଟ୍ରେଚରଟି ଭୁଲ ବଶତଃ ଓଲଟି ପଡ଼ଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ପୀତବାସଙ୍କର ମୁହଁ, ଥୋଡି, ଫାଟି ଯାଇ ରକ୍ତସ୍ରାବ ହୋଇଥିଲା । ଏହାପରେ ପୀତବାସଙ୍କ ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ କରିଛନ୍ତି ପୁଅ ତ୍ରିନାଥ । ଏନେଇ ବୁର୍ଲା ମେଡିକାଲ ଫାଣ୍ଡିରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ବୁର୍ଲା ମେଡିକାଲର ଅଧିକ୍ଷକ ଜୟଶ୍ରୀ ଦୋରା ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୀତବାସଙ୍କ ସ୍ଵସ୍ଥ୍ୟବସ୍ଥା ବହୁ ଗୁରୁତର ଥିଲା । ଏଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ କିପରି ହେଲା ସେନେଇ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବ୍ୟବଛେଦ ରିପୋର୍ଟ ଆସିଲାପରେ ପ୍ରକୃତ କାରଣ ଜଣାପଡିବ ।

ସମ୍ବଲପୁରରୁ ବାଦଶାହା ଜୁସମନ ରାଣା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.