ETV Bharat / state

ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିବ ହସ: ସମ୍ବଲପୁରରେ ଦେଶର ପ୍ରଥମ ସରକାରୀ କସମେଟିକ ରିଷ୍ଟୋରେସନ ସେଣ୍ଟର - ସମ୍ବଲପୁରର ସରକାରୀ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର

ଏବେ ଆଉ କୌଣସି ଦିବ୍ୟାଙ୍ଗ ନିଜକୁ ସମାଜରେ ଅବହେଳିତ ଭାବିବେ ନାହିଁ କି ଅବହେଳିତ ଜୀବନ ଅତିବାହିତ କରିବେନି। କାରଣ ଦେଶରେ ପ୍ରଥମ କରି ସମ୍ବଲପୁରର ସରକାରୀ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଆରମ୍ଭ ହୋଇଛି ସିଲିକନ କସମେଟିକ ରିଷ୍ଟୋରେସନ ୱାର୍କସପ(Silicon Cosmetic Restoration Workshop) । ଅଧିକ ପଢନ୍ତୁ

ଭିନ୍ନକ୍ଷମମାନଙ୍କ ପାଇଁ ଦେଶର ପ୍ରଥମ ସରକାରୀ କସମେଟିକ ରିଷ୍ଟୋରେସନ ସେଣ୍ଟର ଏବେ ସମ୍ବଲପୁରରେ

author img

By

Published : Dec 22, 2021, 4:25 PM IST

ସମ୍ବଲପୁର: କୌଣସି ବ୍ୟକ୍ତି ଯଦି ଭିନ୍ନକ୍ଷମ ହୋଇଥାଏ, ତେବେ ପିଲା ବେଳୁ ସେ ସମାଜରେ ନିଜକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଏ । ଏମାନେ ବିଶ୍ୱାସ କରନ୍ତି ଯେ ତାଙ୍କ ପ୍ରତି ସମାଜରେ ଲୋକଙ୍କ ଭିନ୍ନ ଦୃଷ୍ଟିକୋଣ ରହିଛି । ଏଭଳି ପରିସ୍ଥିତିରେ ସେମାନେ ନିଜର ଆତ୍ମବିଶ୍ୱାସ ହରାଇ ବସନ୍ତି । କିନ୍ତୁ ଏବେ ଆଉ କୌଣସି ଦିବ୍ୟାଙ୍ଗ ନିଜକୁ ସମାଜରେ ଅବହେଳିତ ଭାବିବେ ନାହିଁ କି ଅବହେଳିତ ଜୀବନ ଅତିବାହିତ କରିବେନି । କାରଣ ଦେଶରେ ପ୍ରଥମ କରି ସମ୍ବଲପୁରର ସରକାରୀ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଆରମ୍ଭ ହୋଇଛି ସିଲିକନ କସମେଟିକ ରେଷ୍ଟୋରେସନ ୱାର୍କସପ(Silicon Cosmetic Restoration Workshop) । ଯେଉଁଠି ତିଆରି ହେଉଛି କୃତ୍ରିମ ଆଖି, ନାକ, କାନ, ହାତ ପାପୁଲି, ପାଦ, ଆଖି,ଅଙ୍ଗୁଲି, ଓଠ,ନଖ ଆଦି ଶରୀରର ବିଭିନ୍ନ ସୁକ୍ଷ୍ମ ଅଙ୍ଗ । ଫଳରେ ଅଙ୍ଗରୋପଣ ସହ ନିଜ ସୌନ୍ଦର୍ଯ୍ୟ ଫେରି ପାଇବେ ଭିନ୍ନକ୍ଷମ । ସବୁଠୁ ବଡ଼ କଥା ହେଉଛି, ଏହି ସବୁ ଜିନିଷ ଉପଲବ୍ଧ ହେଉଛି ମାଗଣାରେ ।

ଭିନ୍ନକ୍ଷମମାନଙ୍କ ପାଇଁ ଦେଶର ପ୍ରଥମ ସରକାରୀ କସମେଟିକ ରିଷ୍ଟୋରେସନ ସେଣ୍ଟର ଏବେ ସମ୍ବଲପୁରରେ
ଏ ହେଉଛନ୍ତି ସମ୍ବଲପୁରର ହୃଷିକେଶ ପଟେଲ ଓ ଅମନ ବାଟିକ । ଉଭୟ ହେଉଛନ୍ତି ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ -1ର ଛାତ୍ର । ଏମାନଙ୍କ ମଧ୍ୟରେ ଆଉ ଗୋଟିଏ ସମାନତା ରହିଛି । ପିଲାଟି ବେଳୁ ଏମାନଙ୍କର ବାମ ହାତ ପାପୁଲି ନାହିଁ । ଏଭଳି ସ୍ଥିତିରେ ନିଜର ଆତ୍ମବିଶ୍ବାସ ହରାଇ ବସିଥିବା ଦୁଇ ପିଲାଙ୍କ ମୁହଁରେ ଏବେ ହସ ଫୁଟିଛି । ସମ୍ବଲପୁର ବାଲିବନ୍ଧାସ୍ଥିତ ଆଞ୍ଚଳିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ନୂତନ ଭାବେ ଖୋଲିଥିବା କସମେଟିକ ରିଷ୍ଟୋରେସନ ସେଣ୍ଟରରେ ଏହି 2 ଜଣ ଲଗାଇଛନ୍ତି କସମେଟିକ ହାତ । ଯାହାକୁ ଦେଖିଲେ ଜାଣିବା କଷ୍ଟ ହେବ ଯେ, ଏହା ନକଲି । ଏହି କସମେଟିକ ହାତ ପାପୁଲି ପାଇବା ପରେ ଉଭୟ ହୃଷିକେଶ ଓ ଅମନ ସେମାନଙ୍କ ଆତ୍ମ ବିଶ୍ୱାସ ଫେରି ପାଇଥିବା କହିଛନ୍ତି । ତାଙ୍କ ପରିବାର ଲୋକ ମଧ୍ୟ ବେଶ ଖୁସି ଅଛନ୍ତି ।ଏବେ ରାଜ୍ୟର ଯେକୌଣସି ବ୍ୟକ୍ତି ଏଠାରେ ଯୋଗାଯୋଗ କରି ଏହି ସେବା ମାଗଣାରେ ପାଇ ପାରିବେ। ଏଠାରେ ଥିବା ଇଂଜିନିୟର ନିଜେ ହିତାଧିକାରୀଙ୍କ ହରେଇଥିବା ଅଙ୍ଗର ମାପ ନେଇ ସିଲିକନ ଓ ରଙ୍ଗ ସାହାଯ୍ୟରେ ଅସଲି ପରି ଲାଗୁଥିବା କସମେଟିକ ବଡି ପାର୍ଟ ତିଆରି କରୁଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ଉଦ୍ୟମରେ ଏହି ସରକାରୀ ଅନୁଷ୍ଠାନର ଶୁଭାରମ୍ଭ ହୋଇପାରିଛି, ଯାହା ଦେଶରେ ପ୍ରଥମ ।ସମ୍ବଲପୁରର ଏହି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର(disabled Rehabilitation Centers) କେବଳ ସମ୍ବଲପୁରବାସୀଙ୍କ ପାଇଁ କାର୍ଯ୍ୟ କରିବ ନାହିଁ , ସମଗ୍ର ଓଡିଶାବାସୀ ଏବେ ଉଠାଇ ପାରିବେ ଏହାର ଫାଇଦା।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.