ETV Bharat / state

ସମ୍ବଲପୁରରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ - ପଶ୍ଚିମ ଓଡିଶା

ସମ୍ବଲପୁର ଜିଲ୍ଲାରେ ରାଜ୍ୟ ମହିଳା କମିଶନର କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ପରୁଷଙ୍କ ମଧ୍ୟରେ ଥିବା ବିବାଦ ଅଭିଯୋଗର ସମାଧାନ ନେଇ ଏହି କ୍ୟାମ୍ପ କୋର୍ଟ ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ...

ସମ୍ବଲପୁରରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ

author img

By

Published : Oct 30, 2021, 8:32 AM IST

ସମ୍ବଲପୁର: ଜିଲ୍ଲାରେ ରାଜ୍ୟ ମହିଳା କମିଶନର କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗତକାଲି(ଶୁକ୍ରବାର) ଅନୁଷ୍ଠିତ ହୋଇଥିବା ଏହି କୋର୍ଟରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ବିଭିନ୍ନ ବିବାଦ ଜନିତ ଅଭିଯୋଗର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା । ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ରାଜ୍ୟ ମହିଳା କମିଶନଙ୍କ ଠାରେ ହୋଇଥିବା ଏହି ଭଳି ଅଭିଯୋଗ ନେଇ ଉଭୟ ପକ୍ଷକୁ ଡକାଯାଇ ସମାଧାନ ପାଇଁ ଚେଷ୍ଟା କରାଯାଇଛି ।

ସମ୍ବଲପୁରରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ

ଏହି କ୍ୟାମ୍ପ କୋର୍ଟରେ 68ଟି ମାମଲା ସ୍ଥାନ ପାଇଥିବା ବେଳେ ଉଭୟ ମହିଳା ଓ ପୁରୁଷ କିପରି ସମ୍ମାନର ସହ ସମାଜରେ ବଞ୍ଚିପାରିବେ ସେନେଇ ଆଲୋଚନା ହୋଇଥିବା ମହିଳା କମିଶନ ଅଧ୍ୟକ୍ଷା ଡ଼ ମିନତୀ ବେହେରା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା କମିଶନର ପ୍ରମୁଖ ସଦସ୍ୟ ଜଲିନା ପ୍ରିୟଦର୍ଶିନୀ ଓ ସ୍ନେହାଞ୍ଜଳି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । କ୍ୟାମ୍ପ କୋର୍ଟ ପୂର୍ବରୁ ଅଧ୍ୟକ୍ଷା ନିଜ ଟିମ ସହ ମହିଳା ଜେଲ ପରିଦର୍ଶନ କରିବା ସହ ମହିଳା କଏଦୀଙ୍କ ବିଭିନ୍ନ ସୁବିଧା ଅସୁବିଧା ପଟାରି ବୁଝିଥିଲେ । ଏହା ସହ ଟାଉନ ଥାନା ଓ ଧନୁପାଲି ଥାନାର ଶିଶୁ ଓ ମହିଳା ଡେସ୍କକୁ ଅଚାନକ ପରିଦର୍ଶନ କରି ସେଠାରେ ପରିଚାଳନା ବ୍ୟବସ୍ଥାର ତଦାରଖ କରିଥିଲେ ।

ତେବେ ଆଜି ସମାଜସେବୀ, ସ୍ୱୟଂ ସହାୟକ ଗୋଷ୍ଠୀରେ କାର୍ଯ୍ୟ କରୁଥିବା ମହିଳା, କଲେଜ ଛାତ୍ରୀ ଓ ଅଫିସର ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହେବ । ଯେଉଁଠି ମହିଳା ମାନଙ୍କ ପାଇଁ ଥିବା ଆଇନ ନେଇ ସଚେତନତା କରାଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.