ETV Bharat / state

ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ଦାବି - ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ଦାବି

ସବୁ ପ୍ରକାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବିରେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ବିକ୍ଷୋଭ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ବିକ୍ଷୋଭ ପ୍ରଦର୍ଶନ କରିଛି । ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢ଼ନ୍ତୁ

ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ଦାବି

author img

By

Published : Nov 8, 2022, 11:40 AM IST

ସମ୍ୱଲପୁର: ସବୁ ପ୍ରକାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବିରେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ବିକ୍ଷୋଭ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ବିକ୍ଷୋଭ ପ୍ରଦର୍ଶନ କରିଛି । ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତିର ନେତୃତ୍ୱରେ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଙ୍ଘ, ସମ୍ବଲପୁର ଜୋନ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରା କରାଯାଇଥିଲା । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସଂଘ ପକ୍ଷରୁ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ଜନ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରି ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବାକୁ ଦାବି ଉଠିଥିଲା । ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ଜନ ସ୍ୱାସ୍ଥ୍ୟ ବିଭାଗରେ 20ରୁ 25 ବର୍ଷ ହେଲା ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ଆଜି ପର୍ଯ୍ୟନ୍ତ ସ୍ଥାୟୀ ହୋଇ ନାହାଁନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟରେ 57 ହଜାର ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।

ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ଦାବି

ଗତ 15 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଅସ୍ଥାୟୀ ବା ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ । ତେବେ ଆଜି ପର୍ଯ୍ୟନ୍ତ ଏହି ବିଭାଗ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ପାରିନଥିବା ଅଭିଯୋଗ କରିଛି ସଂଘ । ସେଥିପାଇଁ ଆଜି ସଙ୍ଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘର ସଦସ୍ୟ ସଦାଶିବ ବିଶୋଇ କହିଛନ୍ତି, ''ଦୀର୍ଘ ୨୦-୨୫ ବର୍ଷ ହେଲା ଏଠାରେ କାମ କରିଲେଣି ।

ହେଲେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇନି । ଏପରିକି ଆଜି ଯାଏଁ କାହାର ଦରମା ବୃଦ୍ଧି ହୋଇନି । ଏହାର ପ୍ରତିବାଦରେ ଆଜି ଆମେ ଧାରଣା ଦେଇଛୁ । ତେବେ ମୁଖ୍ୟମନ୍ତ୍ରୀଙ୍କ କରିଥିବା ଘୋଷଣା ଏଠାରେ ବୋଧ ହୁଏ ଫେଲ ମାରିଛି । ତେଣୁ ଏହାକୁ ମନେ ପକାଇ ଦେବା ପାଇଁ ଆଜି ଆମେ ଏକତ୍ରିତ ହୋଇ ଧାରଣା ଦେଇଛୁ । ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ନହୋଇ ଏଭଳି ଆନ୍ଦୋଳନ ଚାଲୁ ରହିବ ।''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.