ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଅସନ୍ତୋଷ ପ୍ରକାଶ କଲେ OHRC ଅଧ୍ୟକ୍ଷ - ମାନବଧିକାର କମିଶନ

ମାନବଧିକାର କମିଶନ ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସର ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ l ସେ ସିଧାସଳଖ MCH ବିଲଡିଂ ଭିତରକୁ ଯାଇ ଶିଶୁ ଓ ପ୍ରସୂତୀ ବିଭାଗର ରୋଗୀ ସେବା ନେଇ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ l ଅଧିକ ପଢନ୍ତୁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଅସନ୍ତୋଷ ପ୍ରକାଶ କଲେ OHRC ଅଧ୍ୟକ୍ଷ

author img

By ETV Bharat Odisha Team

Published : Oct 27, 2023, 10:32 PM IST

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଅସନ୍ତୋଷ ପ୍ରକାଶ କଲେ OHRC ଅଧ୍ୟକ୍ଷ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଓଡିଶା ମାନବଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ l ଆଜି ସକାଳ ସାଢେ 8ଟାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ସିଡିଏମପିଏଚଓ ଙ୍କ କକ୍ଷରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, CDMPHO ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟା, ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିଥିଲେ l

ଏହାପରେ ମାନବଧିକାର କମିଶନ ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସର ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ l ସେ ସିଧାସଳଖ MCH ବିଲଡିଂ ଭିତରକୁ ଯାଇ ଶିଶୁ ଓ ପ୍ରସୂତୀ ବିଭାଗର ରୋଗୀ ସେବା ନେଇ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ l OPD, IPD, ଫିଜିଓଥେରାପି, ଡାଇଲିସିସ ୟୁନିଟ ବୁଲି ଦେଖିଥିଲେ l ଏହି ହସ୍ପିଟାଲ ପରିଦର୍ଶନ ସମୟରେ ଅଲଟ୍ରାସାଉଣ୍ଡ ବିଭାଗ ପରିଦର୍ଶନ ସମୟରେ ସେଠାରେ ଅଲଟ୍ରାସାଉଣ୍ଡ ବିଭାଗ 18-10-23 ରୁ 27-10-23 ପର୍ଯ୍ୟନ୍ତ ବନ୍ଦ ଥିବାର ନୋଟିସ କୁ ଦେଖି ଅସନ୍ତୋଷ ପ୍ରକଟ କରିବା ସହ କାହିଁକି ଓ କାହା ନିର୍ଦେଶ ରେ ଏହା ବନ୍ଦ ରହିଛି ବୋଲି ଜିଲ୍ଲାପାଳଙ୍କ ଉପସ୍ଥିତି ରେ ସେଠାରେ ଥିବା କର୍ମଚାରୀ ଓ CDMPHO ଙ୍କୁ ପ୍ରଶ୍ନ କରିଥିଲେ l

ଅଧିକ ପଢନ୍ତୁ- ପ୍ରଫେସର ବିଧୂଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ସେହିପରି ଜଣେ ଡାକ୍ତର ଛୁଟି ନନେଇ କାହିଁକି ଅନୁପସ୍ଥିତ ଅଛନ୍ତି ବୋଲି CDMPHO ଙ୍କୁ ପ୍ରଶ୍ନ କରିଥିଲେ । CDMPHO ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ l ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ CDMPHO ଙ୍କୁ ପରାମର୍ଶ ଦେଇଥିଲେ l ଏହା ସହ ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରୁ କାହିଁକି ଅଧିକ ସଂଖ୍ୟକ ଗାଇନିକ କେ, ଅନ୍ୟତ୍ର ରେଫରାଲ ହେଉଛି ସେନେଇ ପ୍ରଶ୍ନ କରିବା ସହ ଅସନ୍ତୋଷ ବ୍ୟକ୍ତ କରି ଏହା ଉପରେ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦେଇଥିଲେ l ଏହାସହ OPD କୁ ଉଭୟ ସକାଳ ଓ ସନ୍ଧ୍ୟା ସମୟରେ କାର୍ଯ୍ୟକ୍ଷମ କରିବାକୁ OHRC ଅଧ୍ୟକ୍ଷ ଜଷ୍ଟିସ ପୁଜାହାରୀ ନିର୍ଦେଶ ଦେଇଥିଲେ l

ଏହା ବ୍ୟତୀତ ସମ୍ବଲପୁର ଜିଲ୍ଲାରେ ଥିବା ସମସ୍ତ ନର୍ସିଂ ହୋମ ଗୁଡିକର Clinical License ଅଛି ନାଁ ନାହିଁ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ନର୍ସିଂ ହୋମ ଗୁଡିକର ଲାଇସେନ୍ସ ନାହିଁ ସେଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିବା ଜଣାପଡିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.