ETV Bharat / state

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ, ମୋତିଝରଣ ଡିଅର ପାର୍କ ହେଲା ସମ୍ବଲପୁର ଚିଡ଼ିଆଖାନା - ସମ୍ବଲପୁର ଚିଡ଼ିଆଖାନା

ସମ୍ବଲପୁର ସ୍ଥିତ ମୋତିଝରଣ ଡିଅର ପାର୍କର ନାମ ପରିବର୍ତ୍ତନ କରି ସମ୍ବଲପୁର ଚିଡ଼ିଆଖାନା ନାମକରଣ କରାଗଲା । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବନ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଅଧିକ ପଢ଼ନ୍ତୁ

odisha govt rename deer park as sambalpur zoo
ମୋତିଝରଣ ଡିଅର ପାର୍କ ହେଲା ସମ୍ବଲପୁର ଚିଡ଼ିଆଖାନା
author img

By

Published : Jul 25, 2023, 6:35 AM IST

ମୋତିଝରଣ ଡିଅର ପାର୍କ ହେଲା ସମ୍ବଲପୁର ଚିଡ଼ିଆଖାନା

ସମ୍ବଲପୁର: ମୋତିଝରଣ ଡିଅର ପାର୍କ ହେଲା ସମ୍ବଲପୁର ଚିଡ଼ିଆଖାନା l ରାଜ୍ୟ ସରକାରଙ୍କ ବନବିଭାଗ ପକ୍ଷରୁ ଗେଜେଟ ନୋଟିଫିକେସନ ଜାରି କରାଯାଇ ସମ୍ବଲପୁର ଡିଅର ପାର୍କକୁ ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଭିଦ ଉଦ୍ୟାନ ଭାବରେ ନାମକରଣ କରାଯାଇଛି l ଏଠାରେ ୧୫ଟି ପ୍ରଜାତିର 330ରୁ ଊର୍ଦ୍ଧ୍ବ ଜୀବଜନ୍ତୁ ଓ ପକ୍ଷୀ ରଖାଯାଇଥିବା ବେଳେ ଏହାର ନାମ କିନ୍ତୁ ଡିଅର ପାର୍କ ରଖାଯାଇଥିଲା l ତେଣୁ ଏହା ଅନେକାଂଶରେ ହରିଣ ପାର୍କ ଭାବରେ ବିବେଚିତ ହେଉଥିଲା l ଏହାଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ଏତେଟା ଅଧିକ ହେଉନଥିଲା । ବର୍ତ୍ତମାନ ଏହା ଚିଡ଼ିଆଖାନାର ମାନ୍ୟତା ପାଇବା ପରେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି l

ସମ୍ବଲପୁର ସହର ମଧ୍ୟରେ ଥିବା ବୃକ୍ସହିଲ ପାହାଡ଼ ଉପରେ ରହିଛି ଏହି ଚିଡ଼ିଆଖାନା । 13 ହେକ୍ଟର ପରିମିତ ଜମିରେ ଚିଡ଼ିଆଖାନାର ଅବସ୍ଥିତି । ଏଠାରେ 27ଟି ଏନକ୍ଲୋଜର ଥିବା ବେଳେ ଏଠାରେ 15ଟି ପ୍ରଜାତିର ବନ୍ୟଜନ୍ତୁ ଓ 330ରୁ ଊର୍ଦ୍ଧ୍ବ ପଶୁପକ୍ଷୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଚିତାବାଘ, ଭାଲୁ, ଚଉସିଂହା, ସମ୍ବର, ହରିଣ ସହ ମୟୂର ଓ ଅନ୍ୟ ରଙ୍ଗବିରଙ୍ଗର ପକ୍ଷୀ ରହିଛନ୍ତି । ଏଠାରେ ସର୍ବାଧିକ 123ଟି ହରିଣ 41ଟି ସମ୍ବର ଓ 4ଟି ଭାଲୁ ଅଛନ୍ତି । ଚିଡ଼ିଆଖାନାର ଚତୁଃପାର୍ଶ୍ୱରେ ଉଦ୍ଭିଦ ଉଦ୍ୟାନ ରହିଛି l ଏହି ଉଦ୍ୟାନରେ ବିଭିନ୍ନ କିସମର 6 ହଜାର ଗଛ ଲଗାଯାଇଛି । ଯେଉଁଥିରେ ବହୁ ଗୁଡିଏ ଔଷଧୀୟ ବୃକ୍ଷ ରହିଛି । ଏହାସହ ଏଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନ ଓ ଉଦ୍ଭିଦ ଉଦ୍ୟାନରେ ଏକ କିଲୋମିଟରର ଚଲାପଥ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଚିଡିଆଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା: ଖାଇବାରେ ଦିଆଯାଉଛି ତରଭୂଜ, ଥଣ୍ଡା ପାଇଁ ଲାଗିଛି କୁଲର

1985 ମସିହାରେ ସମ୍ବଲପୁର ହରିଣ ଉଦ୍ୟାନ ବା ଡିଅର ପାର୍କ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଏଠାରେ ମୁଖ୍ୟତଃ ଗୋଠରୁ ଅଲଗା ହୋଇଯାଇଥିବା ବା ଆହତ ହୋଇଥିବା ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇ ଏଠାରେ ଆଶ୍ରୟ ଦିଆଯାଉଥିଲା । ପରବର୍ତ୍ତୀ ସମୟରେ ଏଠାରେ ଭିନ୍ନଭିନ୍ନ ବନ୍ୟଜନ୍ତୁଙ୍କୁ ରଖାଯିବାରୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଥିଲା । ତେବେ ଗତ ଜୁନ 12 ତାରିଖରେ ଏହାର ନାମକରଣକୁ ନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପ୍ରିନ୍ସପାଲ ଚିଫ୍‌ କନଜେଭେଟର ଅଫ୍‌ ଫରେଷ୍ଟ ତଥା ଚିଫ୍‌ ୱାଇଲଡ ଲାଇଫ ୱାର୍ଡେନଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗତ 20 ତାରିଖରେ ନୋଟିସ ସଂଖ୍ୟା 15240 ଜରିଆରେ ସମ୍ବଲପୁର ମୋତିଝରଣ ଡିଅରପାର୍କକୁ ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଧାର କେନ୍ଦ୍ର ଭାବରେ ମାନ୍ୟତା ଦେଇ ଏହାର ପୁନଃ ନାମକରଣ କରାଯାଇଛି । ଏହାଦ୍ୱାରା ସମ୍ବଳପୁରର ଅନ୍ୟ ପର୍ଯ୍ୟଟନ କ୍ଷେତ୍ର ପରି ଏହା ମଧ୍ୟ ସ୍ୱତନ୍ତ୍ର ପରିଚୟ ପାଇବ ଓ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସମ୍ବଲପୁରବାସୀ ସ୍ୱାଗତ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.