ETV Bharat / state

ଓଡିଶା ବଜେଟ 2021: କଣ ଚାହେଁ କୃଷକ, ମତ ରଖିଲେ ଚାଷୀନେତା

author img

By

Published : Feb 20, 2021, 7:59 PM IST

ସିଂହ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ଏଣୁ ଆଗାମୀ ବଜେଟରୁ ଅଧିକ ଚାହୁଁଛି କୃଷି ସେକ୍ଟର । ତେବେ ଆସନ୍ତା 22 ରେ ଆସୁଥିବା ଓଡିଶା ବଜେଟରେ କୃଷି ଓ କୃଷକ ମାନଙ୍କ ପାଇଁ କଣ ରହିବା ଦରକାର ସେନେଇ ମତ ରଖିଛନ୍ତି ଚାଷୀ ନେତା ସରୋଜ ...

ଓଡିଶା ବଜେଟ 2021 :    କଣ ଚାହେଁ କୃଷକ , ମତ ରଖିଲେ  କୃଷି ନେତା

ସମ୍ବଲପୁର: ରାଜ୍ୟ ଅର୍ଥନୀତିର ପ୍ରମୁଖ ସ୍ରୋତ କୃଷି । ଓଡିଶାର ସିଂହ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ଏଣୁ ଆଗାମୀ ବଜେଟରୁ ଅଧିକ ଚାହୁଁଛି କୃଷି ସେକ୍ଟର । ତେବେ ଆସନ୍ତା 22 ରେ ଆସୁଥିବା ଓଡିଶା ବଜେଟରେ କୃଷି ଓ କୃଷକ ମାନଙ୍କ ପାଇଁ କଣ ରହିବା ଦରକାର , ସେ ନେଇ ମତ ରଖିଛନ୍ତି ଚାଷୀ ନେତା ସରୋଜ

ବର୍ତ୍ତମାନ ରାଜ୍ୟରେ ମଣ୍ଡି ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ନେଇ ଅସ୍ଥିରତା ସୃଷ୍ଟି ହୋଇଛି । ରାଜ୍ୟ ସରକାର ଯେଉଁ ଆର୍ଡିନାନ୍ସ ଆଣିବାକୁ ଯାଉଛନ୍ତି ଏହା ଦ୍ଵାରା ମଣ୍ଡି ଗୁଡିକ ଘରୋଇକରଣ ଆଡକୁ ମୁହାଁଉଛନ୍ତି । ଏଭଳି ସ୍ଥିତିରେ ରେ ଚଳିତ ବଜେଟ ରେ ରାଜ୍ୟ ସରକାର ମଣ୍ଡି ଗୁଡିକୁ ବ୍ୟାପକ, ସମ୍ପ୍ରସାରିତ ତଥା ବିକେନ୍ଦ୍ରିକରଣ କରିବାର ପ୍ରବଧାନ ରଖିବେ ସେ ନେଇ ଆଶଙ୍କା ଥିବାର ଚାଷୀନେତା ସରୋଜ କହିଛନ୍ତି । ଏହା ସହ ଅଣ ଜଳସେଚିତ ଅଞ୍ଚଳରେରେ ଜଳସେଚନ ର ବ୍ୟପାକ ବ୍ୟବସ୍ଥା ସହ ମକା, ମାଣ୍ଡିଆ, କପା ଆଦି ଅଣ ଧାନ ଫସଲ ପାଇଁ ମଣ୍ଡି ଓ ବଜାର ସହ ଭଣ୍ଡାରର ବ୍ୟବସ୍ଥା ଆଣିଲେ ଚାଷୀ ଉପକୃତ ହୋଇପାରିବ ବୋଲି ଚାଷୀ ନେତା ଗୁରୁତ୍ବରୋପ କରିଛନ୍ତି ।

ଅନ୍ୟପଟେ ପିଆଜ ଓ ଆଳୁ ଚାଷକୁ କିପରି ସରକାରୀ ପ୍ରୋତ୍ସାହନ ମିଳିବ ସେ ନେଇ ରାଜ୍ୟ ସରକାର ଯତ୍ନବାନ ହେବା ଦରକାର ବୋଲି ଚାଷୀନେତା କହିଛନ୍ତି । ଏତଦ ବ୍ୟତିତ ଅର୍ଗାନିକ ପର୍ମିଂ କୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ଅଧିଜ ବଜେଟ ର ପ୍ରବଧାନ ରଖିବା ଦରକାର ବୋଲି ଚାଷୀନେତା ମତ ରଖିଛନ୍ତି ।

ଏହା ସହ ବର୍ତ୍ତମାନ ଚାଷୀ ମାନଙ୍କ ଧାନ ବିକ୍ରି ମୂଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ମୁଖ୍ୟତଃ ଡି ଏଲ ପି ସି ମିଟିଂ ଜରିଆରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ପୁନଃ ଚଳାଇବାକୁ ଚାଷୀନେତା ଦାବି କରିଛନ୍ତି । ତେବେ ଆଗକୁ ଆସୁଥିବା ରାଜ୍ୟ ବଜେଟ ରେ ଚାଷୀ ଙ୍କ ଆଶା କେତେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.