ETV Bharat / state

ଡିଜିଟାଲ ଲାଇବ୍ରେରୀ କନସେପ୍ଟ ନେଇ ସମ୍ବଲପୁରରେ 2ଦିନିଆ ଜାତୀୟ କର୍ମଶାଳା

ପୁସ୍ତକ ହେଉଛି ସମାଜର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ। ଏହା ମାଧ୍ୟମରେ ମଣିଷ ସମାଜର ସମସ୍ତ ବିଷୟରେ ଅବଗତ ହୋଇପାରୁଛି। ଏହାକୁ ଡିଜିଟାଲ ଲାଇବ୍ରେରୀ ମାଧ୍ୟମରେ ସଂରକ୍ଷଣ କରାଯାଇ କିପରି ଅନେକ ସମୟ ପର୍ଯ୍ୟନ୍ତ ରଖାଯାଇ ପାରିବ ଓ ଆଗାମୀ ପୀଢ଼ି ଏହାର ଫାଇଦା ପାଇପାରିବେ ସେ ନେଇ ସମ୍ବଲପୁର ଜିଲ୍ଲା ପାଠାଗାର ଓ ଓଡିଶା ମୁକ୍ତ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ 2 ଦିନିଆ ଜାତୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

author img

By

Published : Feb 27, 2019, 9:43 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପୁସ୍ତକ ହେଉଛି ସମାଜର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ। ଏହା ମାଧ୍ୟମରେ ମଣିଷ ସମାଜର ସମସ୍ତ ବିଷୟରେ ଅବଗତ ହୋଇପାରୁଛି। ଏହାକୁ ଡିଜିଟାଲ ଲାଇବ୍ରେରୀ ମାଧ୍ୟମରେ ସଂରକ୍ଷଣ କରାଯାଇ କିପରି ଅନେକ ସମୟ ପର୍ଯ୍ୟନ୍ତ ରଖାଯାଇ ପାରିବ ଓ ଆଗାମୀ ପୀଢ଼ି ଏହାର ଫାଇଦା ପାଇପାରିବେ ସେ ନେଇ ସମ୍ବଲପୁର ଜିଲ୍ଲା ପାଠାଗାର ଓ ଓଡିଶା ମୁକ୍ତ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ 2 ଦିନିଆ ଜାତୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସହରର ତପସ୍ୱିନୀ ପ୍ରେକ୍ଷାଳୟରେ ଏହି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ଅନେକ ଲାଇବ୍ରେରୀ ସାଇନ୍ସର ପ୍ରଫେସର, ରିସର୍ଚ୍ଚ ସ୍କଲାରଙ୍କ ସମେତ ଶିକ୍ଷାବିତ ଯୋଗ ଦେଇଛନ୍ତି। ପୁରାତନ ପାଠାଗାର ଗୁଡ଼ିକୁ କିପରି ଆଧୁନିକୀକରଣ କରାଯାଇ ଡିଜିଟାଲ ଲାଇବ୍ରେରୀରେ ପରିଣତ କରି ରଖାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇ ବିଭିନ୍ନ ନିବନ୍ଧ ଉପସ୍ଥାପନ କରାଯାଇଛି।

ବିଶ୍ୱ ଆଜି ଇନଫରମେସନ କମ୍ୟୁନିକେସନ ଟେକ୍ନୋଲୋଜି କ୍ଷେତ୍ରରେ ବହୁ ଆଗକୁ ଯାଇଥିବା ବେଳେ ବହୁ ପୁରୁଣା ଢାଞ୍ଚାରେ ଚଳୁଥିବା ପବ୍ଲିକ ଲାଇବ୍ରେରୀ ଗୁଡିକ ଡିଜିଟାଲାଇଜେସନ ହେବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ ଏଠାକୁ ଆସିଥିବା ପ୍ରଫେସର। ଏହା ଦ୍ୱାରା ଜାତୀୟ, ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗ୍ରାମାଞ୍ଚଳ ସ୍ତରର ପବ୍ଲିକ ଲାଇବ୍ରେରୀ ସଂରକ୍ଷିତ ହୋଇ ରହିଥିବା ବହୁ ମୂଲ୍ୟବାନ ଲେଖା,ଗ୍ରନ୍ଥ, ପୁରାଣ ଓ ରିସର୍ଚ୍ଚ ଗୁଡିକ ଲୋପ ପାଇବାରୁ ବଞ୍ଚିବା ସହ ଇଣ୍ଟରନେଟ ମାଧ୍ୟମରେ ବିଶ୍ୱର ବହୁ ଲୋକଙ୍କ ପାଖକୁ ପହଞ୍ଚି ପାରିବ ବୋଲି କୁହାଯାଇଛି।

undefined

ଏହି କର୍ମଶାଳାରେ ଓଡିଶା ସହ ପଶ୍ଚିମବଙ୍ଗ, ମହାରାଷ୍ଟ୍ର , ଆସାମ, ଦିଲ୍ଲୀ, କର୍ଣ୍ଣାଟକ, ମିଜୋରାମର ପାଖାପାଖି 100 ଜଣ ଲାଇବ୍ରେରୀଆନ ଯୋଗଦାନ କରିଥିଲେ। ଯଦି ଡିଜିଟାଲ ଲାଇବ୍ରେରୀ ମାଧ୍ୟମରେ ପୁସ୍ତକ ଗୁଡିକୁ ସଂରକ୍ଷଣ କରି ରଖାଯାଏ ତା ହେଲେ ଆଗାମୀ ସମୟରେ ଏହା ସୁଦୂର ପ୍ରସାରୀ ହେବ।

ସମ୍ବଲପୁରରୁ ଜୁସମନ ରଣା, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.