ETV Bharat / state

ଜାତୀୟ ଖେଳାଳିଙ୍କୁ ଏ କି ସମ୍ମାନ; ବିଡି ତିଆରି ସହ ପରଘରେ ବାସନ ମାଜି ବିତୁଛି ଜୀବନ

author img

By

Published : Feb 27, 2020, 2:43 PM IST

Updated : Feb 27, 2020, 2:51 PM IST

ଦିନେ ରାଜ୍ୟ ପାଇଁ ଅଜସ୍ର ସମ୍ମାନ ଆଣି ଦେଇଥିବା ସମ୍ବଲପୁରର ମହିଳା ଫୁଟବଲ ଖେଳାଳି ଏବେ ଅବହେଳିତ । ନା ମିଳୁଛି କିଛି ସୁବିଧା, ନା ସରକାରୀ ସହାୟତା । ଫଳରେ ପେଟପାଟଣା ପାଇଁ କିଏ ବିଡି ତିଆରି କରୁଛି ତ କିଏ ବାସନ ମାଜୁଛି । ଘୋର ଅଭାବ ଅସୁବିଧାରେ ଚଳୁଥିବା ସେହି ଖେଳାଳିଙ୍କୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ।

plight of football player
ଜାତୀୟ ଖେଳାଳିଙ୍କୁ ଏ କି ସମ୍ମାନ; ବିଡି ତିଆରି ସହ ପରଘରେ ବାସନ ମାଜି ବିତୁଛି ଜୀବନ

ସମ୍ବଲପୁର: ଦିନ ଥିଲା ଜାତୀୟ ସ୍ତରରେ ଫୁଟବଲ ଖେଳି ରାଜ୍ୟ ପାଇଁ ଆଣିଥିଲେ ଗର୍ବ ଓ ଗୌରବ । ତାଙ୍କ ଚମତ୍କାର ଖେଳରେ ତାଜୁବ ହେଉଥିଲା ଦେଶ । ମୈଦାନରେ ନିଜର କମାଲ ଦେଖାଉଥିବା ସମ୍ବଲପୁରର ମହିଳା ଫୁଟବଲ ଦଳର ଖେଳାଳି ଏବେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ । ସମୟ ଚକ୍ରରେ ଓଡିଶା ମହିଳା ଫୁଟବଲ ଦଳର ପ୍ରତିନିଧିତ୍ବ କରୁଥିବା ଡଲି ମୁଣ୍ଡା ବିଡି ପ୍ରସ୍ତୁତ କରି ପେଟ ପାଇଁ ଦାନା ଯୋଗାଡ କରୁଥିବା ବେଳେ ମୀନା ମୁଣ୍ଡା ପର ଘରେ ବାସନ ମାଜି ଗୁଜୁରାଣ ମେଣ୍ଟାଉଛନ୍ତି । କେବଳ ଡଲି ଓ ମିନା ନୁହନ୍ତି ଏମାନଙ୍କ ପରି ସମ୍ବଲପୁରର 18ଜଣ ମହିଳା ଫୁଟବଲ ଖେଳାଳି ଜୀବନ ଜୀଇଁବା ପାଇଁ ସଂଘର୍ଷ କରିଚାଲିଛନ୍ତି ।

ବିଗତ ଦୁଇ ଦଶନ୍ଧି ଧରି ଜିଲ୍ଲାର ମହିଳା ଫୁଟବଲ ଟିମ୍‌ର ଦବଦବା ରହି ଆସିଛି । କିନ୍ତୁ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଏହି ଖେଳାଳିଙ୍କ ଦୁଃଖ କହିଲେ ନ ସରେ । ତେବେ 1998 ମସିହାରେ ଏହି ଖେଳାଳି ମାନେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଶଂଗ୍ରହଣ କରି ସଫଳତା ପାଇଥିଲେ । ସେ ସମୟରେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଉଠୁଥିଲା ରାଜ୍ୟ । ଚାରିଆଡୁ ବାଃ ବାଃ ସାଉଁଟୁଥିବା ଏହି ମହିଳା ଖେଳାଳି ଏବେ ସରକାରୀ ଅବହେଳାର ଶିକାର ହୋଇଛନ୍ତି ।

କାଲି ଥିଲେ ଜାତୀୟ ଖେଳାଳି ଆଜି ପେଟପାଟଣା ପାଇଁ କରୁଛନ୍ତି ସଂଘର୍ଷ

ଡଲି ମୁଣ୍ଡା 1998 ମସିହାରେ ଫୁଟବଲରେ କ୍ୟାରିୟର ଆରମ୍ଭ କରି 2007 ମସିହାରେ ଓଡିଶା ଟିମ୍‌ର ଅଧିନାୟକ ଭାବେ ପ୍ରତିନିଧିତ୍ବ କରନ୍ତି । 10ରୁ ଅଧିକ ନ୍ୟାସନାଲ ମ୍ୟାଚ୍‌ରେ ନିଜର କୃତିତ୍ବ ଦେଖାଇ ପ୍ରଶଂସା ସାଉଁଟିଛନ୍ତି । ଭାଗ୍ୟର ବିଡମ୍ବନା କିନ୍ତୁ ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇ ପେଟପାଟଣା ପାଇଁ ଆଜି ତମ୍ବାକୁ ଓ ବିଡି ପତ୍ରରେ ଜୀବନକୁ ଆବଦ୍ଧ କରି ଏକ ବିପଦଜନକ୍ ପରିସ୍ଥିତିକୁ ସାମ୍ନା କରୁଛନ୍ତି ।

ସେହିପରି ଅନ୍ୟ ଜଣେ ଖେଳାଳି ହେଉଛନ୍ତି ମୀନା ମୁଣ୍ଡା । 1998ରେ ସମ୍ବଲପୁର ମହିଳା ଫୁଟବଲ ଟିମର ଥିଲେ ଗୋଲକିପର । ଜୁନିୟର ନ୍ୟାସନାଲ, ସିନିୟର ନ୍ୟାସନାଲ ସହ ଅନେକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ଅନେକ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ହେଲେ ସେ ସମୟର ସଫଳ ଗୋଲକିପର ଏବେ ନିଜର ଗୋଲ ପୂରଣ ପାଇଁ ପର ଘରେ ଅଇଁଠା ବାସନ ମାଜୁଛନ୍ତି ।

ଆଉ ଜଣେ ଫୁଟବଲ ଖେଳାଳି ହେଉଛନ୍ତି ଦିପ୍ତୀ କିଶାନ । ସେ ଟିମରେ ଲେଫ୍ଟ ଫରୱାର୍ଡ ଭାବେ ଖେଳୁଥିଲେ । କୋଲକାତା, ଆସାମ ଓ ରାଉରକେଲାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ଆଣିଥିଲେ ଗୌରବ । ଏବେ ସେ ବିୟୁଟି ପାର୍ଲରରେ କାମ କରୁଛନ୍ତି ।ବଡକଥା ହେଉଛି ସାରା ଦେଶରେ ରାଜ୍ୟର ଟେକ ରଖୁଥିବା ଏହି ଖେଳାଳି ଏବେ ସରକାରୀ ଅବହେଳାର ଶିକାର ହୋଇଛନ୍ତି । ନା ଏମାନଙ୍କୁ ମିଳିଛି କିଛି ସରକାରୀ ସହାୟତା ନା କୌଣସି ସାହାଯ୍ୟ। ଜୀବନ ସଂଘର୍ଷରେ ଲଢୁଛନ୍ତି ଏକାକୀ । ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଛି ଅନେକ ଯୋଜନା । ସ୍ପୋର୍ଟ୍ସ କୋଟାରେ ଚାକିରି ଦେବାର ବ୍ୟବସ୍ଥା ମଧ୍ୟ ରହିଛି ନିର୍ଦ୍ଦିଷ୍ଟ ଖେଳାଳି ମାନଙ୍କ ପାଇଁ । ଏମାନଙ୍କୁ ଦେଖିଲେ କିନ୍ତୁ ମନେ ହୁଏ ସତେ ଯେମିତି ସରକାର ଏମାନଙ୍କ ପାଇଁ ଯେମିତି ଆଖି ବନ୍ଦ କରିଦେଇଛନ୍ତି । ଅନେକ ଥର ଏହି ଫୁଟବଲ ଖେଳାଳି ମାନେ ନିଜ ସମସ୍ୟା ନେଇ ଜିଲ୍ଲାପାଳ ଓ ଆରଡିସିଙ୍କୁ ଭେଟିଛନ୍ତି । ସହାୟତା ତ ମିଳିନି ଚାରୁଆଡୁ ମିଳିଛି କେବଳ ନିରାଶା ।

ଏନେଇ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଖେଳାଳି ମାନଙ୍କ ପ୍ରତି ଆନ୍ତରିକତା ନଥିବା ଅଭିଯୋଗ କରିଥିବା ବେଳେ ସରକାରୀ ବାବୁ ଏନେଇ ମୁହଁ ଖୋଲିବା ପାଇଁ ନାରାଜ୍ । ଫୁଟବଲ ଖେଳ ଏମାନଙ୍କ ପାଇଁ କେବେବି ପେଶା ନଥିଲା, ଏହାଥିଲା ଏମାନଙ୍କ ପାଇଁ ଏକ ନିଶା । ସେଥିପାଇଁ ଜୀବନଜୀବିକାର ସଂଘର୍ଷ ଭିତରରେ ବି ଏମାନେ ଛାଡି ପାରିନାହାନ୍ତି ଫୁଟବଲ ଖେଳର ମୋହ । ସତେ ଯେମିତି ବଲ୍‌ ଓ ପଡିଆ ଆଜି ବି ଏମାନଙ୍କ ଅପେକ୍ଷାରେ । କିନ୍ତୁ ପ୍ରଶ୍ନ ଉଠେ, ଯେଉଁ ଖେଳାଳି ମାନେ ନିଜ ଜୀବନର ବହୁ ମୂଲ୍ୟ ସମୟ ଖେଳ ପାଇଁ ସମର୍ପି ରାଜ୍ୟ ପାଇଁ ଆଣିଥିଲେ ଗୌରବ ସେମାନଙ୍କ ପାଇଁ କଣ ସରକାରଙ୍କ କୌଣସି କର୍ତ୍ତବ୍ୟ ନାହିଁ ?

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 27, 2020, 2:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.