ETV Bharat / state

ଫାଷ୍ଟଫୁଡ଼ ଷ୍ଟଲରେ ଖାଇ 50ରୁ ଉର୍ଦ୍ଧ୍ବ ଅସୁସ୍ଥ, ଦୋକାନୀ ଫେରାର୍

author img

By

Published : Apr 1, 2021, 9:33 AM IST

Updated : Apr 1, 2021, 10:09 AM IST

ସମ୍ବଲପୁର ବୁର୍ଲା ସହରର କିର୍ବା ଛକରେ ଏକ ଉଠା ଫାଷ୍ଟଫୁଡ଼ ସେଣ୍ଟରରୁ ରୋଲ, ମଞ୍ଚୁରିଆନ, ବିରିୟାନି ଖାଇ 50 ରୁ ଉର୍ଦ୍ଧ୍ବ ଅସୁସ୍ଥ। ଫାଷ୍ଟଫୁଡ଼ ଦୋକାନୀ ଏବେ ଫେରାର ଥିବା ଜଣାପଡିଛି। ଅଧିକ ପଢନ୍ତୁ...

50 ରୁ ଉର୍ଦ୍ଧ୍ବ ଅସୁସ୍ଥ, ଭୀମସାରରେ ଭର୍ତ୍ତି
50 ରୁ ଉର୍ଦ୍ଧ୍ବ ଅସୁସ୍ଥ, ଭୀମସାରରେ ଭର୍ତ୍ତି

ସମ୍ବଲପୁର: ଫାଷ୍ଟଫୁଡ଼ ଦୋକାନରୁ ଖାଦ୍ୟ ଖାଇ 50 ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଥିବା ଅଭିଯୋଗ। ସମ୍ବଲପୁର ବୁର୍ଲା ସହରର କିର୍ବା ଛକରେ ଏକ ଉଠା ଫାଷ୍ଟଫୁଡ଼ ସେଣ୍ଟରରୁ ରୋଲ, ମଞ୍ଚୁରିଆନ, ବିରିୟାନୀ ଖାଇ 50 ରୁ ଉର୍ଦ୍ଧ୍ବ ଅସୁସ୍ଥ। ଫାଷ୍ଟଫୁଡ଼ ଦୋକାନୀ ଏବେ ଫେରାର ଥିବା ଜଣାପଡିଛି।

50 ରୁ ଉର୍ଦ୍ଧ୍ବ ଅସୁସ୍ଥ, ଭୀମସାରରେ ଭର୍ତ୍ତି
50 ରୁ ଉର୍ଦ୍ଧ୍ବ ଅସୁସ୍ଥ, ଭୀମସାରରେ ଭର୍ତ୍ତି

ଅସୁସ୍ଥଙ୍କ ମଧ୍ୟରେ ଭିସୁଟ , ଭିମସାରର ଅଧିକାଂଶ ଛାତ୍ରଛାତ୍ରୀ ଥିବାବେଳେ କେତେକ ବୁର୍ଲାର ଯୁବକ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତମାନେ ବୁର୍ଲା ଭିମସାର ମେଡ଼ିସିନ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ମିଳିବା ପରେ ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ସମ୍ବଲପୁରର ଫୁଡ଼ ସେଫଟି ଅଫିସର ଏହାର ତଦନ୍ତ ଆରମ୍ଭ କରିଛନ୍ତି।

50 ରୁ ଉର୍ଦ୍ଧ୍ବ ଅସୁସ୍ଥ, ଭୀମସାରରେ ଭର୍ତ୍ତି

ବୁର୍ଲାର ସଂପୃକ୍ତ ଫୁଡ଼ ଷ୍ଟଲକୁ ସମ୍ବଲପୁରରୁ ଯାଉଥିବା ଜିଲ୍ଲା ସ୍କୁଲ ନିକଟ ଦୋକାନର ପରିଦର୍ଶନ କରିଛନ୍ତି। ଏହାସହ ସେଠାରେ ଥିବା 10 କେଜିର ନିମ୍ନ ମାନର ଖାଦ୍ଯକୁ ଫୋଫଡ଼ି ନଷ୍ଟ କରାଯାଇଛି । ସେହି ଖାଦ୍ୟର ନମୁନାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠା ଯାଇଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନରଣୀ, ଇଟିଭି ଭାରତ

Last Updated : Apr 1, 2021, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.