ETV Bharat / state

ମନ୍ତ୍ରୀଙ୍କ PA କହି ଢାବା ମାଲିକଙ୍କଠୁ ଲୁଟ୍‌, 3 ଜଣଙ୍କୁ ଗିରଫ କଲା ପୋଲିସ - ଅଇଁଠାପାଲି ଥାନା ପୋଲିସ

ପ୍ରଭାବଶାଳୀ ମନ୍ତ୍ରୀଙ୍କ ପିଏଙ୍କ ପରିଚୟ ଦେଇ ଢ଼ାବା ମାଲିକଙ୍କ ଠାରୁ ଲୁଟିନେଲେ ୨୫ ହଜାର ଟଙ୍କା । ଅଧିକ ପଢନ୍ତୁ...

ଅଭିନବ ଉପାୟରେ  ଢ଼ାବା ମାଲିକଙ୍କ ଠାରୁ ଟଙ୍କା ଲୁଟ,3 ଗିରଫ

author img

By

Published : Aug 1, 2021, 10:41 AM IST

ସମ୍ବଲପୁର: ଅଭିନବ ଉପାୟରେ ଢ଼ାବା ମାଲିକଙ୍କ ଠାରୁ ଟଙ୍କା ଲୁଟ । ନିଜକୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପିଏଙ୍କ ପରିଚୟ ଦେଇ ମାଲିକଙ୍କ ବିଶ୍ୱାସ ଜିତିବା ପରେ 25 ହଜାର ଟଙ୍କା ଢାବା ମାଲିକଙ୍କଠାରୁ ଲୁଟି ନେଇଥିବା ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ ଜଣେ କିନ୍ନର ସହ ୩ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ଫେରାର ଥିବା ସୂଚନା ମିଳିଛି ।

ଅଭିନବ ଉପାୟରେ ଢ଼ାବା ମାଲିକଙ୍କ ଠାରୁ ଟଙ୍କା ଲୁଟ,3 ଗିରଫ

ଗିରଫ ଅଭିଯୁକ୍ତ ହେଲେ ସୁଧାଂଶୁ ନାୟକ, ପ୍ରତାପ ବେହେରା ଓ ସୌମ୍ୟରଞ୍ଜନ ପ୍ରଧାନ। ଗତ ୨୪ ତାରିଖ ଦିନ ୧୦ଟା ସମୟରେ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ପାଞ୍ଚଗୋଛିଆ ଛକ ନିକଟରେ ଥିବା କେଡିଆ ଢ଼ାବାର ମାଲିକ ସନ୍ଦୀପ କୁମାର କେଡ଼ିଆଙ୍କ ଠାରୁ ଏହି ଯୁବକ ମାନେ ନିଜର କେତେକ ସାଙ୍ଗ ସହ ମିଶି ଚଞ୍ଚକତା କରି ୨୫ ହଜାର ଟଙ୍କା ଫୋନ୍ ପେ ଜରିଆରେ ନେଇଯାଇଥିଲେ।

ଏହି ଗେଙ୍ଗ ନିଜକୁ କୌଣସି ମନ୍ତ୍ରୀଙ୍କ ପିଏ କହିବା ସହ ଢ଼ାବା ମାଲିକଙ୍କ ବିଶ୍ୱାସ ଜିତିଥିଲେ । ଏହା ପରେ କିନ୍ନର ଜଣଙ୍କ ନିଜକୁ ପୂଜା ପାଠ କରୁଥିବା ମହିଳା ତାନ୍ତ୍ରିକ ପରିଚୟ ଦେଇ ଢ଼ାବା ମାଲିକଙ୍କ ଉନ୍ନତି ପାଇଁ ପୂଜାର୍ଚ୍ଚନା କରିଦେବେ ବୋଲି କହି ତାଙ୍କ ଠାରୁ 25 ହଜାର ଟଙ୍କା ଫୋନ ପେ ଜରିଆରେ ନେଇଯାଇଥିଲେ।

ଏନେଇ ଅଇଁଠାପାଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହି ୩ ଜଣଙ୍କୁ ଗିରଫ କରିବା ସହ ୧୮ ହଜାର ଟଙ୍କା ନଗଦ ଓ ୩ଟି ମୋବାଇଲ ଫୋନ୍ ଜବତ କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଧୀର ରଂଜନ ମହାପାତ୍ର ଏବେବି ଫେରାର ରହିଛି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସ୍ୱତନ୍ତ୍ର ଟିମ ଗଠନ କରିଛି।ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.