ETV Bharat / state

ଘରଚଟିଆଙ୍କ ରକ୍ଷକ ଅଲିମ ମିଆଁ, ବୋଲାଉଛନ୍ତି ସମ୍ବଲପୁରର ସ୍ପାରୋ ମ୍ୟାନ - sambalpur sparrow man news

ଘରର ସଦସ୍ୟ ପରି ହୋଇଥାନ୍ତି ଘରଚଟିଆ । ସେମାନଙ୍କୁ ଯେଉଁଠି ଟିକେ ଭଲ ପାଇବା ମିଳିଯାଏ ସେଠାରେ ସେ ବସା ବାନ୍ଧି ରହିଯାଆନ୍ତି । ହେଲେ ଆଧୁନିକତାର ଚାକଚକ୍ୟରେ ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଲାଣି ଘରଚଟିଆ । ନା ଆଉ ତାଙ୍କୁ ଦେଖିବାକୁ ମିଳୁଛି ନା ତାଙ୍କ କିଚିରି ମିଚିର ଶଦ୍ଦ ଶୁଣାଯାଉଛି । ଅଧିକ ପଢନ୍ତୁ

ଘର ଚଟିଆଙ୍କ ରକ୍ଷକ ସାଜିଛନ୍ତି ଅଲିମ ମିଆଁ
ଘର ଚଟିଆଙ୍କ ରକ୍ଷକ ସାଜିଛନ୍ତି ଅଲିମ ମିଆଁ
author img

By

Published : Mar 30, 2022, 5:23 PM IST

ସମ୍ବଲପୁର: ଘରର ସଦସ୍ୟ ପରି ହୋଇଥାନ୍ତି ଘରଚଟିଆ । ସେମାନଙ୍କୁ ଯେଉଁଠି ଟିକେ ଭଲ ପାଇବା ମିଳିଯାଏ ସେଠାରେ ସେ ବସା ବାନ୍ଧି ରହିଯାଆନ୍ତି । ହେଲେ ଆଧୁନିକତାର ଚାକଚକ୍ୟରେ ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଲାଣି ଘରଚଟିଆ । ନା ଆଉ ତାଙ୍କୁ ଦେଖିବାକୁ ମିଳୁଛି ନା ତାଙ୍କ କିଚିରି ମିଚିର ଶଦ୍ଦ ଶୁଣାଯାଉଛି । ଅତୀତ ହେବାକୁ ବସିଲେଣି ଏହି ପକ୍ଷୀ ପ୍ରଜାତି । ସହର କଥା ଛାଡ଼ନ୍ତୁ ଗାଁରେ ମଧ୍ୟ ବହୁତ କମ ନଜର ଆସୁଛନ୍ତି ଘରଚଟିଆ। ତେବେ ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ନିକଟରେ ଥିବା ଏକ ବଉଳ ଗଛରେ ବସା ବାନ୍ଧିଛନ୍ତି ଶହ ଶହ ଘରଚଟିଆ । ଆଉ ସେମାନଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି ମହମ୍ମଦ ଅଲିମ ମିଆଁ । ନିଜ ଘର ସମ୍ମୁଖରେ ଥିବା ବଉଳ ଗଛରେ ଘରଚଟିଆଙ୍କ ଜଗୁଆଳି ସାଜି ସୁରକ୍ଷା ଦେଇ ଆସୁଛନ୍ତି ଅଲିମ ।

ଘରଚଟିଆଙ୍କ ରକ୍ଷକ ଅଲିମ ମିଆଁ, ବୋଲାଉଛନ୍ତି ସମ୍ବଲପୁରର ସ୍ପାରୋ ମ୍ୟାନ

ସହରର ମଧ୍ୟ ଭାଗରେ ଥିବା ଜିଲ୍ଲା ସ୍କୁଲ ଛକ ନିକଟରେ ରହିଛି ମହମ୍ମଦ ଅଲିମଙ୍କ ଘର। ତାଙ୍କ ବୟସ ପାଖାପାଖି 70। ଘର ଆଗରେ ରହିଛି ଏକ ବଉଳ ଗଛ। ସହର ମଧ୍ୟରେ ଯାନବାହାନର ଯାତାୟାତ ଜନିତ ଶବ୍ଦ ପ୍ରଦୂଷଣ ଓ ଟ୍ରାଫିକର ଭିଡ଼ ଭିତରେ ରାସ୍ତା କଡରେ ଥିବା ଏହି ଗଛକୁ ଦେଖିଲେ ଘଡିଏ ଅଟକି ଯିବ ପଥିକ । ଦିନ ବେଳେ ଏହା ଏକ ସାଧାରଣ ଗଛ ପରି ଲାଗେ। ସଂନ୍ଧ୍ୟା ହେଲେ ଗଛରେ ଆଶ୍ରୟ ନିଅନ୍ତି ଶହ ଶହ ଘରଚଟିଆ। ଦିନ ବେଳେ ଶାନ୍ତ ଥିବା ଏହି ଗଛର ପରିବେଶ ହଠାତ ସଂନ୍ଧ୍ୟା ହେଲା ମାତ୍ର ଏହି ଛଡ଼େଇଙ୍କ କିଚିରି ମିଚିରି ଶବ୍ଦରେ ଗୁଞ୍ଜରିତ ହୋଇଥାଏ। ଏହାର ସବୁ ଶ୍ରେୟ ଯାଏଁ ଅଲିମ ମିଆଁଙ୍କୁ। ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟା ରେ ଏହି ଛୋଟ ଛୋଟ ଚଢେଇମାନଙ୍କୁ ଅଲିମ ମିଆଁଙ୍କ ପରିବାର ଲୋକ ଖାଇବାକୁ ଦିଅନ୍ତି।

କେବଳ ଏତିକି ନୁହେଁ ଏହି ଚଢେଇ ମାନଙ୍କୁ ସୁରକ୍ଷା ଦିଅନ୍ତି ଅଲିମ ମିଆଁ। କୌଣସି ବଡ଼ ଶିକାରୀ ପକ୍ଷୀ ଯେମିତି ଏମାନଙ୍କୁ ଶିକାର ନକରେ ସେଥିପ୍ରତି ଧ୍ୟାନ ଦିଅନ୍ତି ଅଲିମ ମିଆଁ। ଗଛ ନିକଟରେ ବାଣ ଫୁଟା ଅଥବା ଡିଜେ ବାଜା ବଜେଇ ବାକୁ ବାରଣ କରନ୍ତି ସେ। ସେଥିପାଇଁ ଏହି ଛୋଟ ଛୋଟ ପକ୍ଷୀ ଗୁଡ଼ିକ ମଧ୍ୟ ଅଲିମ ମିଆଁଙ୍କୁ ନିଜର ପ୍ରହରୀ ଭାବି ଏହି ସ୍ଥାନରେ ଦୀର୍ଘ ଦିନରୁ ରାତ୍ରୀ ସମୟରେ ଅବସ୍ଥାନ କରି ଆସନ୍ତି । ଆଉ ସକାଳ ହେଲେ ଖାଦ୍ୟ ଅନ୍ବେଷଣରେ ବାହାରି ଯାଆନ୍ତି। ଅଲିମ ମିଆଁଙ୍କ ଏହି ନିଆରା ନିଶା ପାଇଁ ତାଙ୍କୁ କେହି କେହି ସ୍ପାରୋ ମ୍ୟାନ ବୋଲି କୁହନ୍ତି।

ଏହି ଘର ଚଟିଆଙ୍କ ଅଲିମ ମିଆଁଙ୍କ ସହ ଏକ ନିଆରା ସମ୍ପର୍କ ରହିଛି । 15 ବର୍ଷ ପୂର୍ବେ ସେ ନିଜର କାମ ସାରି ହୀରାକୁଦରୁ ସମ୍ବଲପୁର ଫେରୁଥିବା ସମୟରେ ରାସ୍ତାରେ କିଛି ଘରଚଟିଆ ଛୁଆଙ୍କୁ ପଡିଥିବାର ଦେଖିଥିଲେ। ସେମାନଙ୍କୁ ସେଠାରୁ ଧରି ଘରକୁ ଆଣିଥିଲେ। ତାପରେ ସେମାନଙ୍କ ସେବା କରି ବଡ଼ କରିଥିଲେ। ଆଉ ବଡ଼ ହେବାପରେ ସେହି ଛୁଆମାନଙ୍କୁ ମୁକ୍ତ କରିଥିଲେ। ତେବେ ସେହି ଦିନ ଠାରୁ ସେହି ଘରଚଟିଆ ଗୁଡ଼ିକ ଅଲିମ ମିଆଁଙ୍କ ଘର ସମ୍ମୁଖରେ ଥିବା ଏହି ବଉଳ ଗଛରେ ବସା ବାନ୍ଧିଛନ୍ତି । ଅଲିମ ମିଆଁ ମଧ୍ୟ ତାଙ୍କୁ ସୁରକ୍ଷା ଦେଇ ଆସୁଥିବା କହିଛନ୍ତି। ଏହା ପ୍ରତିବଦଳରେ ଏହି ଚଢେଇମାନେ ଅଲିମ ମିଆଁଙ୍କୁ ସକାଳର ନମାଜ ପାଠ ପୂର୍ବରୁ ନିଜର କିଚିରି ମିଚିରି ଶବ୍ଦରେ ଉଠେଇ ଦିଅନ୍ତି ବୋଲି କୁହନ୍ତି ସେ। ଆଜି ପର୍ଯ୍ୟନ୍ତ ସେ କେବେ ଆଲ୍ଲାରାମ ବ୍ୟବହାର କରିନାହାନ୍ତି ।

ଅଲିମ ମିଆଁଙ୍କ ଏହି ନିଆରା ପକ୍ଷୀ ସୁରକ୍ଷା ଅଭିଯାନ ପାଇଁ ତାଙ୍କୁ ବନ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି। ଏହା ସହ ସମ୍ବଲପୁର ଚଢେଇ କ୍ଳବ ପକ୍ଷରୁ ମଧ୍ୟ ଅଲିମଙ୍କୁ ଘରଚଟିଆଙ୍କ ପାଇଁ କୃତ୍ରିମ ବସା ପ୍ରଦାନ କରାଯାଇଛି। ସତରେ ପକ୍ଷୀପ୍ରେମୀ ଅଲିମଙ୍କ ଏହି ପ୍ରୟାସ ବେଶ ପ୍ରଶଂସନୀୟ । ଯଦି ଅଲିମଙ୍କ ପରି ସମସ୍ତେ ସଚେତନ ହୁଅନ୍ତେ ଆଉ ଘରଚଟିଆଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତି ତେବେ ଏହି ପକ୍ଷୀ ବହି ପୃଷ୍ଠାରେ କେବେଳ ଚିତ୍ର ହୋଇ ନ ରୁହନ୍ତେ ।

ସମ୍ବଲପୁରରୁ ବାଦଶାହ ଜୁସମାନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.