ETV Bharat / state

ଠିକା ସଫେଇ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ, ୨ ଗୁରୁତର - ସମ୍ବଲପୁରରେ ଆକ୍ରମଣ

ସମ୍ବଲପୁରରେ ଠିକା ସଫେଇ କର୍ମଚାରୀଙ୍କ ଉପରେ ଭୁଜାଲିରେ ଆକ୍ରମଣ ଘଟଣାରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଠିକା ସଫେଇ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ, ୨ ଗୁରୁତର

author img

By

Published : Jul 29, 2021, 3:39 PM IST

Updated : Jul 29, 2021, 4:06 PM IST

ସମ୍ବଲପୁର: ଜିଲ୍ଲାର ବୁର୍ଲା ମେଡ଼ିକାଲର 2 ଠିକା ସଫେଇ କର୍ମଚାରୀଙ୍କ ଉପରକୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଛି । ଚାକିରୀରୁ ଛଟେଇ ହେବା ପରେ ପୁନଃନିଯୁକ୍ତି ପାଇଁ କର୍ମଚାରୀମାନେ ଆନ୍ଦୋଳନ କରୁଥିବାବେଳେ ଆକ୍ରମଣ ହୋଇଥିଲା । ତେବେ ଘଟଣାସ୍ଥଳରେ ପହଞ୍ଚି ବୁର୍ଲା ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି ।

ଠିକା ସଫେଇ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ, ୨ ଗୁରୁତର

ଏହି କର୍ମଚାରୀଙ୍କୁ ବୁର୍ଲା କୋଭିଡ ହସ୍ପିଟାଲରୁ ଛଟେଇ କରାଯାଇଥିଲା । ପରେ ସେମାନେ ପୁନଃ ନିଯୁକ୍ତି ଦାବିରେ ବୁର୍ଲା କୋଭିଡ ହସ୍ପିଟାଲ ଛକ ଅଞ୍ଚଳରେ ଆନ୍ଦୋଳନ କରୁଥିଲେ । ଏହି ସମୟରେ ୨ ଜଣ ସଫେଇ କର୍ମଚାରୀଙ୍କ ଉପରେ 2 ଜଣ ଦୁର୍ବୃତ୍ତ ଆସି ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର 2 ସଫେଇ କର୍ମଚାରୀମାନେ ହେଲେ ମନୋଜ ଡୁଙ୍ଗରି ଓ ଦୀନବନ୍ଧୁ କଲେତ।

ତେବେ ଉଭୟଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏନେଇ ବୁର୍ଲା ଥାନାରେ ଏକ ଏତଲା ଦାଏର କରାଯାଇଛି । ବୁର୍ଲା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 29, 2021, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.