ETV Bharat / state

ନର୍ସଙ୍କ ଘରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ବୁର୍ଲା ଭୀମସାର ମେଡିକାଲରେ କାର୍ଯ୍ୟରତ ଜଣେ ନର୍ସଙ୍କ ଘରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଜଶୀପୁର ଅଞ୍ଚଳର ଗୁରୁବାରୀ ମୁଣ୍ଡା(15) ।

author img

By

Published : Aug 23, 2019, 10:20 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରେ କାର୍ଯ୍ୟରତ ଜଣେ ନର୍ସଙ୍କ ଘରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଜଶୀପୁର ଅଞ୍ଚଳର ଗୁରୁବାରୀ ମୁଣ୍ଡା(15) । ନାବାଳିକା ଜଣଙ୍କ ବେକରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଠାବ ହୋଇଥିବାରୁ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁଯାୟୀ ବୁର୍ଲା ଭୀମସାର ମେଡିକାଲରେ କାର୍ଯ୍ୟରତ ନର୍ସ ଫୁଲମଣ ମହନ୍ତଙ୍କ ଘରେ ଗତ 6 ମାସ ହେବ ଗୁରୁବାରୀ କାମ କରିଆସୁଥିଲେ । ହେଲେ ହଠାତ୍‌ ଘରୁ ତାଙ୍କ ମୃତଦେହ ଠାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ମୃତକଙ୍କ ବେକରେ ରଶି ଲାଗିଥିବା ଦେଖି ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ କିଛି ସ୍ପଷ୍ଟ ହୋଇ ନାହିଁ । ତେବେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ସ୍ପଷ୍ଟ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ର ଜଣେ ନର୍ସ ଙ୍କ ଘରୁ ମିଳିଲା ଜଣେ ନାବାଳିକା ଙ୍କ ମୃତ ଦେହ। ମୃତ ନାବାଳିକା ଜଣକ ମୟୁରଭଞ୍ଜ ଜିଲ୍ଲା ଜଶୀପୁର ଅଞ୍ଚଳର ଗୁରୁବାରୀ ମୁଣ୍ଡା(15) ବୋଲି ଜଣାପଡିଛି।Body:ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ରେ କାର୍ଯ୍ୟରତ ନର୍ସ ଫୁଲମଣି ମହନ୍ତ ନ୍କ ଘରୁ ଜଣେ ନାବାଳିକା ଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ନାବାଳିକା ଗୁରୁବାରୀ ମୁଣ୍ଡା ମୟୁରଭଞ୍ଜ ଜିଲା ଜଶୀପୁର ର ଅଟନ୍ତି ଓ ସେ 6 ମାସରୁ ଫୁଲମଣି ନ୍କ ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ନାବାଳିକା ଜଣକ ମୃତ ଦେହ ବେକରେ ରାଶି ଲାଗି ଝୁଲୁଥିବା ଅବସ୍ଥାରେ ଠାବ ହୋଇଥିବାରୁ ଏହା ଆତ୍ମହତ୍ୟା ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏହା ସ୍ପଷ୍ଟ ହୋଇନାହିଁ।Conclusion:ବୁର୍ଲା ପୋଲିସ ମୃତ ଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋଟ ଆସିଲା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.