ETV Bharat / state

ଦାଦନ ଦୁଃଖ: ନା ନିଜେ ଫେରିଲେ ନା ଫେରିଲା ମୃତଦେହ

ଲୁକାଶ ନିଜର କେତକ ସାଙ୍ଗଙ୍କ ସହ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ଲୁକାଶଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ଦୁର୍ବଳ ଥିଲା ଯେ ମୃତଦେହ ଫେରାଇ ଆଣିବାକୁ ମଧ୍ୟ ସେମାନେ ସମର୍ଥ ହୋଇନଥିଲେ

author img

By

Published : Apr 27, 2019, 12:27 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଶ୍ରମିକ କଲ୍ୟାଣ ପାଇଁ ସରକାରଙ୍କ ପାଖରେ ଯୋଜନାର ଅଭାବ ନାହିଁ । ତେବେ ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନ ହୋଇପାରୁନାହିଁ । ଫଳରେ ଆଜି ମଧ୍ୟ ସମଗ୍ର ପଶ୍ଚିମ ଓଡିଶାରୁ ବହୁ ଗରିବ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ହଇରାଣ ହେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ବନ୍ଦି ଝରଣ ଗାଁରେ । ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିବା ଲୁକାଶ ଆଉ ଫେରି ପାରିଲେନି ଗାଁକୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହା ମଧ୍ୟ ପଢ଼ନ୍ତୁ: ଆନ୍ଧ୍ରରେ ଫସିଛନ୍ତି ଦାଦନ, ଭୋଟ୍‌ ଦେବାକୁ ଆକୁଳ ନିବେଦନ

2 ମାସ ତଳେ ଏହି ଗାଁର ଲୁକାଶ (36) ନିଜର କେତକ ସାଙ୍ଗଙ୍କ ସହ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଏକ କୁକୁଡ଼ା ଫାର୍ମରେ କାମ କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି । ତେବେ ସେଠାରେ କୌଣସି କାରଣରୁ ଲୁକାଶଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ଗତ 18 ତାରିଖରେ ସେଠିକାର ପୋଲିସ ଏହି ମୃତ୍ୟୁ ଖବର ଲୁକାଶଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ । ତେବେ ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ଦୁର୍ବଳ ଥିଲା ଯେ ମୃତଦେହ ଫେରାଇ ଆଣିବାକୁ ମଧ୍ୟ ସେମାନେ ସମର୍ଥ ହୋଇ ନଥିଲେ । ଫଳରେ ବିଳମ୍ବ ହେବା ଯୋଗୁଁ ଗତ କିଛିଦିନ ତଳେ ଲୁକାଶଙ୍କ ମୃତଦେହକୁ ବାଙ୍ଗାଲୋରରେ କବର ଦିଆଯାଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୋମବାର ଲୁକାଶଙ୍କ ପରିବାର ଲୋକେ କିଛି ସମାଜସେବୀ ଓ ସାମ୍ବାଦିକଙ୍କ ସହାୟତାରେ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିବା ପରେ ରେଡ଼ କ୍ରସ ପକ୍ଷରୁ ତାଙ୍କୁ ସରକାରୀ ସହାୟତା ମିଳିବାର ଆଶା ସଞ୍ଚାର ହୋଇଛି । ତେବେ ଏନେଇ ଜିଲ୍ଳାପାଳ କିମ୍ବା ରେଡ଼ କ୍ରସ ଅଧିକାରୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ କିଛିବି କହିବାକୁ ମନା କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.