ETV Bharat / state

ବାମରାରେ ଟ୍ରେନ ରହଣି ଦାବିରେ ରେଳରୋକ - ବାମରାରେ ଟ୍ରେନ ରହଣି ଦାବିରେ ରେଳ ରୋକ

ବାମରା ରେଳ ଷ୍ଟେସନରେ ୧୦ଗୋଟି ଟ୍ରେନ ରହଣି ଦାବିରେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରାଯାଇଛି । ଅଧିକ ପଢନ୍ତୁ

ସମ୍ବଲପୁର ଜିଲ୍ଲା ବାମରାରେ ଟ୍ରେନ ରହଣି ଦାବିରେ ରେଳ ରୋକ

author img

By

Published : Mar 30, 2022, 10:38 AM IST

ସମ୍ବଲପୁର: ବାମରାରେ ଟ୍ରେନ ରହଣି ଦାବିରେ ରେଳ ରୋକ (RAIL ROKO PROTEST IN BAMRA) । ବାମରା ରେଳ ଷ୍ଟେସନରେ ୧୦ଗୋଟି ଟ୍ରେନ ରହଣି ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ସହ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରାଯିବା ସହ ବାମରା ବନ୍ଦ ଡାକରା ଦିଆଯାଇଛି । ଏହି ଆନ୍ଦୋଳନ ଦ୍ୱାରା ହାୱାଡା-ମୁମ୍ବାଇ ରେଳପଥ ପ୍ରଭାବିତ ହୋଇଛି ।

ସମ୍ବଲପୁର ଜିଲ୍ଲା ବାମରାରେ ଟ୍ରେନ ରହଣି ଦାବିରେ ରେଳ ରୋକ

ସୂଚନାଅନୁଯାୟୀ, ସମ୍ବଲପୁର ଜିଲ୍ଲାର ବାମରା ଠାରେ ଉତ୍କଳ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ଧାନବାଦ ଏଲିପି ଏକ୍ସପ୍ରେସ, ଟାଟା ଏର୍ଣ୍ଣକୂଲମ ଏକ୍ସପ୍ରେସ, ସମ୍ବଲପୁର ଜମ୍ବୁ ତାବି ଏକ୍ସପ୍ରେସ ଆଦି ମୋଟ ୧୦ ଗୋଟି ଟ୍ରେନର ରହଣି ଦାବୀରେ ଏହି ରେଳ ରୋକ କରାଯାଇଛି । ଆଜି ସକାଳୁ ରେଳ ଧାରଣା ଉପରେ ଶତାଧିକ ଆନ୍ଦୋଳନକାରୀ ବସି ରହି ପ୍ରତିବାଦ ଜାରି ରଖିଛନ୍ତି ।

ବାମରା ରେଳ କ୍ରିୟାନୁଷ୍ଟାନ କମିଟି ଡାକରା ଦେଇଥିବା ଏହି ଆନ୍ଦୋଳନରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ବ୍ୟବସାୟୀ ସଂଘ, ଡ୍ରାଇଭର ସଙ୍ଘ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବୁଦ୍ଧିଜୀବୀ ସହ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀ ରେଳ ଧାରଣାକୁ ଆନ୍ଦୋଳନ କରିବାକୁ ଆସୁଥିବା ବେଳେ ପୋଲିସ ଓ ଆନ୍ଦୋଳନ କାରୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଏବଂ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି l

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.