ସମ୍ବଲପୁର: ସମ୍ବଲପୁର ଭିଜିଲାନ୍ସ ଜାଲରେ ସମ୍ବଲପୁର ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନ । ନିଜର ଅଧିନସ୍ଥ ଜଣେ କର୍ମଚାରୀଙ୍କ ଏରିଅର ଟଙ୍କା ରିଲିଜ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସମ୍ବଲପୁର ଭିଜିଲାନ୍ସ । ଜଣେ କର୍ମଚାରୀଙ୍କର ଏରିୟର ପଇସା ରିଲିଜ ପାଇଁ ଲାଞ୍ଚ ନେଉଥିଲେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନ ।
ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ତେବେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ତାଙ୍କର ମୁଦୀପଡା ସ୍ଥିତ ବାସଭବନ, ପୁଟୀବନ୍ଧ ଘର ସହ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ