ETV Bharat / state

ଦିଲ୍ଲୀବାସୀ ଖାଇବେ ସମ୍ବଲପୁର ଆମ୍ବ, ଗଲା 125 କ୍ୱିଣ୍ଟାଲ

"ଓରମାସ" ଓ "ମିଶନ ଶକ୍ତି" ପକ୍ଷରୁ ସମ୍ବଲପୁର ଜେଲ ଛକ ନିକଟସ୍ଥ ଆହାର କେନ୍ଦ୍ରରେ ଆୟୋଜିତ ହୋଇଛି ଜିଲ୍ଲା ପ୍ରଶାସନର ଆମ୍ବ ପସରା । ଫଳରେ ସ୍ବଳ୍ପ ମୂଲ୍ୟରେ ଆମ୍ବ କିଣି ଗ୍ରାହମାନେ ଉପକୃତ ହେବା ସହ ଚାଷୀ ବି ବେଶ ଲାଭବାନ ହେଉଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 14, 2023, 9:53 PM IST

ସମ୍ବଲପୁରରେ ଆମ୍ବ ପସରା
ସମ୍ବଲପୁରରେ ଆମ୍ବ ପସରା
ସମ୍ବଲପୁରରେ ଆମ୍ବ ପସରା

ସମ୍ବଲପୁର: ଆମ୍ବ ଉତ୍ପାଦନରେ ରାଜ୍ୟରେ ସମ୍ବଲପୁର ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର ରହିଛି। ବିଭିନ୍ନ ବ୍ଲକରେ ଉନ୍ନତମାନର ଆମ୍ବ ଉତ୍ପାଦନ ହେଉଥିବାବେଳେ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ପ୍ରତ୍ୟେକ ବର୍ଷ ସରକାରୀ ଆମ୍ବ ମାର୍କେଟର ଆୟୋଜନ ହୋଇଆସୁଛି। ଏହାସହ ସମ୍ବଲପୁରର ଆମ୍ବ ଜିଲ୍ଲା ତଥା ରାଜ୍ୟ ବାହାରକୁ ରପ୍ତାନି କରାଯିବାର ବ୍ୟବସ୍ଥା କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ।

ସହରରେ "ଓରମାସ" ଓ "ମିଶନ ଶକ୍ତି" ପକ୍ଷରୁ ସମ୍ବଲପୁର ଜେଲ ଛକ ନିକଟସ୍ଥ ଆହାର କେନ୍ଦ୍ରରେ ଆୟୋଜିତ ହୋଇଛି ଜିଲ୍ଲା ପ୍ରଶାସନର ଆମ୍ବ ପସରା । ବାଇଗଣପଲ୍ଲୀ, ସୁନ୍ଦରୀ ପରି ଅନେକ ପ୍ରଜାତିର ଉନ୍ନତମାନର ଆମ୍ବ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କୁ ଶସ୍ତା ଏବଂ ବିନା କୌଣସି କେମିକାଲ ବ୍ୟବହାରରେ ଉତ୍ପାଦିତ ଆମ୍ବ ଯୋଗାଇ ଦେଉଛନ୍ତି ଚାଷୀ। ଏହାଦ୍ୱାରା ଦଲାଲମାନଙ୍କ ପ୍ରାଦୁର୍ଭାବ ହ୍ରାସ ପାଇବା ସହ ଗ୍ରାମାଞ୍ଚଳର ସାଧାରଣ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଉତ୍ପାଦକ ଗୋଷ୍ଠୀମାନେ ଭଲ 2 ପଇସା ରୋଜଗାର କରିବେ ବୋଲି ଆଶା କରାଯାଉଛି।

ତେବେ ଚଳିତ ବର୍ଷ ଏହି ଆମ୍ବ ପସରାରେ ଆମ୍ବ୍ରପଲି, ଲେଙ୍ଗଡ଼ା, ଦସେରୀ, ମଲ୍ଲୀକା, ବାଇଗଣପଲ୍ଲୀ ଭଳି ଅନେକ ଭଳିକି ଭଳି ଆମ୍ବ ଦେଖିବାକୁ ମିଳିଛି । ଓରମାସ ଏବଂ ମିଶନ ଶକ୍ତିର ଏହି ପ୍ରୟାସ ଆମ୍ବ ବ୍ୟବସୟୀମାନଙ୍କ ପାଇଁ ବ୍ୟବସାୟର ଏକ ବଡ଼ ସୁଯୋଗ ଆଣିଦେଇଛି। ସରକାର ଏହି ଚାଷୀମାନଙ୍କୁ ସିଧାସଳଖ ତାଙ୍କ ଉତ୍ପାଦିତ ଫଳ ଗ୍ରାହକମାନଙ୍କୁ ବିକ୍ରିକରି ସୁଲଭ ମୂଲ୍ୟ ପାଇ ପାରିବାର ସୁଯୋଗ ଦେଇଛନ୍ତି।

ପୂର୍ବରୁ ସହରର କିଛି ବ୍ୟବସୟୀ ଗାଁକୁ ଯାଇ ଏହି ଚାଷୀ ମାନଙ୍କ ଠାରୁ କିଲୋ ପ୍ରତି 25 ରୁ 35 ଟଙ୍କା ଦରରେ ଆମ୍ବ କିଣି ବଜାରରେ 100 ରୁ 120ଟଙ୍କାରେ ବିକ୍ରି କରୁଥିବାର ନଜିର ରହିଛି । ଯାହାଫଳରେ ଗ୍ରାହକ ଏବଂ ଚାଷୀ ଉଭୟ କ୍ଷତି ସହୁଥିବାବେଳେ ଦଲାଲ ମାନେ ମାଲାମାଲ ହେଉଥିଲେ । ସବୁଠାରୁ ବଡ଼ କଥା ହେଲା ଚଳିତ ବର୍ଷ କୁଚିଣ୍ଡା ଅଞ୍ଚଳରୁ 125 କ୍ୱିଣ୍ଟାଲ ଲେଙ୍ଗଡ଼ା, ଆମ୍ବ୍ରପଲ୍ଲୀ, ମଲ୍ଲୀକା ପ୍ରଜାତିର ଆମ୍ବ ଏଥର ଦିଲ୍ଲୀର "ମୋଦର ଡ଼ାଇରୀ " ସଂସ୍ଥାକୁ ରପ୍ତାନି କରାଯାଇଥିବା ଓରମାସ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି।

ତେବେ ସମ୍ବଲପୁରର ଜେଲ ଛକ ରେ ଏହି ଆମ୍ବ ପସରା ଖୋଲିଥିବାବେଳେ ପ୍ରଥମ ପର୍ଯ୍ୟାୟରେ 6 ଟି ଦୋକାନରେ 8 ପ୍ରଜାତିର ଆମ୍ବ ବିକ୍ରି ପାଇଁ ଆସିଛି। ଏହି ଆମ୍ବ ପସରା 6 ଦିନ ଧରି ଚାଲିବାକୁ ଥିବାବେଳେ ପ୍ରଥମ ଦିନରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସ୍ବଳ୍ପ ଦରରେ ବିନା କୌଣସି ରାସୟନିକ ପଦାର୍ଥ ସହାୟତାରେ ପାଚିଲା ଆମ୍ବ ମିଳୁଥିବାରୁ ଗ୍ରାହକ ମାନେ ମଧ୍ୟ ବେଶ ଖୁସିରେ ଆମ୍ବ କିଣୁଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.