ETV Bharat / state

କରଜ ସୁଝିବାକୁ ନିଜକୁ ଅପହରଣ କଲା ଚାଉଳ ବ୍ୟବସାୟୀ

ସମ୍ବଲପୁର ପୋଲିସ ଏକ ନାଟକୀୟ ଅପହରଣର ପର୍ଦ୍ଦାଫାଶ କରିଛି । ଜଣେ ଯୁବ ବ୍ୟବସାୟୀ ଟଙ୍କା ପାଇଁ ନିଜେ ନିଜକୁ ଅପହରଣ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

author img

By

Published : Jul 5, 2019, 7:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଟଙ୍କା ପାଇଁ ନିଜେ ନିଜକୁ ଅପରଣ । ଏଭଳି ଏକ ଘଟଣା କୌଣସି ରିଲ୍ ନୁହେଁ ରିୟଲ ଲାଇଫରେ ଘଟିଛି । ଯାହାକୁ ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୋଲିସ । ଯାହା ବର୍ତ୍ତମାନ ସମ୍ବଲପୁରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଚାଳଭଟାପଡା ଗାଁର ଯୁବ ଚାଉଳ ବ୍ୟବସାୟୀ ଏଭଳି ନାଟକୀୟ ଘଟଣା ଘଟାଇଛନ୍ତି । ବ୍ୟବସାୟୀ ଆଦର୍ଶ ଘୋଷ ସ୍ଥାନୀୟ ଅଞ୍ଚଳରେ ଚାଉଳ ବ୍ୟବସାୟ କରନ୍ତି । ହେଲେ ଗତ କିଛି ଦିନ ହେଲାଣି ସେ ଧାର କରଜରେ ବୁଡି ରହିଥିଲେ । ଟଙ୍କା ସୁଝିବାର ଉପାୟ ତାଙ୍କୁ ସଜେଇଥିଲା ଅପହରଣକାରୀ । ନିଜ ଦୁଇ ସାଙ୍ଗଙ୍କ ସହ ମିଶି ନିଜେ ନିଜର ଅପହରଣ କରିଥିଲେ ।

ପୁରା ଘଟଣାଟି ଏମିତି... ଗତ 3 ତାରିଖରେ ଘରକୁ ଫେରି ନଥିଲେ ଆଦର୍ଶ । ରାତିରେ ପରିବାର ଲୋକଙ୍କୁ ଫୋନ୍ ଆସିଥିଲା । ଆଦର୍ଶଙ୍କୁ ଅପହରଣ କରାଯାଇଛି । 5 ଲକ୍ଷ ବଦଳରେ ଛଡା ଯିବ ବୋଲି କହିଥିଲା ଅପହରଣକାରୀ । ଏନେଇ ତାଙ୍କ ପରିବାର ଲୋକେ କ୍ଷେତରାଜପୁର ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରିଥିଲା । ତଦନ୍ତ ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ନିଜେ ଆଦର୍ଶ ହିଁ ଟଙ୍କା ପାଇଁ ଅପହରଣର ଅଭିନୟ କରି ତାଙ୍କ ମାଙ୍କୁ 5 ଲକ୍ଷଟଙ୍କା ମାଗିଥିଲେ । ପରେ ଆଦର୍ଶ ଏହି ଘଟଣା ନିଜେ କରିଥିବା ସ୍ବୀକାର କରିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଅପହରଣ ବା କିଡନେପ ଶବ୍ଦ ଶୁଣିଲା ମାତ୍ରେ ଦେହ ଶୀତେଇ ଯାଏ।କାରଣ ଏଥିରେ ମୃତ୍ୟୁ ର ସମ୍ଭାବନା ଥାଏ। କିନ୍ତୁ ଏମିତି କୌଣସି ଘଟଣା ଶୁଣିଛନ୍ତି କି ଜଣେ ଲୋକ ନିଜେ ନିଜର ଅପହରଣ କରିଥିବ।କଥାଟା ଟିକେ ଆଶ୍ଚର୍ଯ୍ୟ ଲହୁଥିଲେ ବି ଏହା ରିଅଲ ଲାଇଫ ରେ ତ ନୁହଁ ରିଲ ଲାଇଫରେ ହୋଇଥାଏ।ଅର୍ଥାତ କେତୋଟି ହିନ୍ଦୀ ଫିଲ୍ମ ରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ସମ୍ବଲପୁର ରେ ଏମିତି ଏକ ଘଟଣା ଘଟିଛି।ନିଜ ର କରଜ ଫେରାଇବା ପାଇଁ ନିଜର କିଡନେପ କରାଇ ନିଜ ଘର ଲୋକଙ୍କୁ 5 ଲକ୍ଷ ଟଙ୍କା ମାଗିଥିଲେ ଯୁବକ।ପୋଲିସ କଲା ଘଟଣା ର ପର୍ଦାଫାସ।

Body:ସମ୍ବଲପୁର ର କ୍ଷେତରାଜପୁର ଥାନା ତାଳଭଟାପଡା ରେ ଘଟିଛି ଏକ ଭିନ୍ନ ଧରଣର ଅପରାଧ।ଏହି ଅଞ୍ଚଳର ଆଦର୍ଶ ଘୋଷ ନାମକ ଜଣେ ଚାଉଳ ବ୍ୟବସାୟୀ ଯୁବକ ନଯେ ଧାର କରଜ କରିଥିବା ଟଙ୍କା ଫେରାଇବା ପାଇଁ ନିଜେ ନିଜର ଅପହରଣ କରାଇଥିବା ଘଟଣା ର ପର୍ଦାଫାସ କରିଛି ପୋଲିସ। ଯୁବ ବ୍ୟବସାୟୀ ଜଣକ ନିଜ 2 ଜଣ ସାଙ୍ଗ ଙ୍କ ସହ ମିଶି ନିଜର ଅପହରଣ କରାଇଥିବା ନାଟକ କରି ନିଜ ମାଙ୍କୁ 5 ଲକ୍ଷ ଟଙ୍କା ମଗୁଥିବାର ନିଜେ ସ୍ୱୀକାର କରିଛନ୍ତି। ଘଟଣା ଥିଲା ଠିକ ଏମିତି।ଗତ 3 ତାରିଖର ରାତ୍ରୀ ସାଢ଼େ 8 ଟାରେ ଆଦର୍ଶ ଘୋଷ ଙ୍କ ପତ୍ନୀ ମତୁଶୀ ଘୋଷ ଗତ 1 ତାରିଖ ସକାଳ ସାଢେ 8 ଟାରୁ ତାଙ୍କର ସ୍ୱାମୀ ନିଖୋଜ ଥିବାର କ୍ଷେତରଜପୁର ଥାନାରେ ଏତଲା ଦେଇଥିଲେ। ଏହା ସହ 3 ତାରିଖ ଅପରାହ୍ଣ 3 ଟାରେ କେହି ଜଣେ ତାଙ୍କ ସ୍ୱାମୀ ଙ୍କ ଫୋନ ରେ 5 ଲକ୍ଷ ଟଙ୍କା ଦାବି କରିଥିଲେ।ଏହାପରେ ପରିବାର ଲୋକେ ଆଦର୍ଶଙ୍କ ଅପହରଣ ହୋଇଥିବ ସନ୍ଦେହ କରି ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ର ସ୍ୱତନ୍ତ୍ର ଟିମ କ୍ଷେତରାଜପୁର ଥାନା ଅଧିକାରୀନ୍କ ନେତୃତ୍ବ ରେ ତଦନ୍ତ ଆରମ୍ଭ କରିଥିଲେ।ଫୋନ ଟ୍ରାକ କଲା ପରେ ବୁର୍ଲା କଣ୍ଟାପାଲି ରୁ ଆଦର୍ଶ ଘୋଷ ଓ ତାଙ୍କ ଆଉ 2 ସାଙ୍ଗ ଙ୍କୁ ଏକ ମରୁତି 800 କାର ସହ ଠାବ କରିଥିଲେ। ସେମାନଙ୍କୁ ପଚରାଉଚରା କଲାପରେ ଏହି ଘଟଣା ଜଣା ପଡ଼ିଥିଲା।

ବାଇଟ-1-ଆଦର୍ଶ ଘୋଷ।ଅଭିଯୁକ୍ତ, ଅପହରଣ ହୋଇଥିବା ଯୁବକ।

ପୋଲିସ ର ସୁଚନା ମୁତାବକ ଆଦର୍ଶ ଘୋଷ ଚାଉଳ ବ୍ୟବସାୟ କରୁଥିଲେ। ସେ ବିଭିନ୍ନ ଲୋକଙ୍କ ଠାରୁ ପାଖା ପାଖି 10 ଲକ୍ଷ ଧାର କରଜ କରିଥିଲେ ତେବେ ବ୍ୟବସାୟରେ ବହୁ କ୍ଷତି ହେବାରୁ ତାହା ଫେରେଇ ପାରୁନଥିଲେ।ଏଭଳି ପରିସ୍ଥିରେ ଧାର ଦେଇଥିବା ଲୋକେ ଚାପ ପକାଇବାରୁ ସେ ଏମିତି ଉପାୟ ଅବଲମ୍ବନ କରି ପାରିବାର ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚାହୁଁଥିଲେ। ଆଜି ପୋଲିସ ଆଦର୍ଶ ଓ ତାଙ୍କ 2 ସଙ୍ଗଙ୍କୁ କୋର୍ଟ ଚାଲାଣ କରିଛି।

ବାଇଟ-2- ଭବାନୀ ଶଙ୍କର ଉଦଗାତା, ଏସ ଡି ପି ଓ,ସଦର।ସମ୍ବଲପୁର।

Conclusion: ନିଜର ଧାରି ଟଙ୍କା ଫେରାଇବା ପାଇଁ ଯୁବ ବ୍ୟବସାୟୀଙ୍କ ଏପରି କାଣ୍ଡ ଏବେ ଚର୍ଚ୍ଚା ର ବିଷୟ ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.