ETV Bharat / state

ଅପହରଣ ନାଟକ ରଚି ପରିବାର ଲୋକଙ୍କୁ ମାଗୁଥିଲେ ଟଙ୍କା, ଧରିଲା ପୋଲିସ

author img

By

Published : Feb 7, 2023, 7:17 AM IST

ଫିଲ୍ମ ଷ୍ଟାଇଲ ରେ ଆତ୍ମ ଅପହରଣ ମାମଲା। ନିଜକୁ ନିଜେ ଅପହରଣ କରି ପରିବାର ଲୋକଙ୍କୁ ଟଙ୍କା ମାଗୁଥିଲେ ଯୁବକ l ଅଧିକ ପଢ଼ନ୍ତୁ

ଫିଲ୍ମ ଷ୍ଟାଇଲ ରେ ଆତ୍ମ ଅପହରଣ ମାମଲା
ଫିଲ୍ମ ଷ୍ଟାଇଲ ରେ ଆତ୍ମ ଅପହରଣ ମାମଲା

ସମ୍ବଲପୁର: ଅପଣ ଅନେକ ଅପହରଣ ଘଟଣା ଶୁଣିଥିବେ । ବିଭିନ୍ନ ସମୟରେ ଅପହରଣକାରୀ ଅପହୃତଙ୍କୁ ଛାଡ଼ିବା ପାଇଁ ପରିବାର ଲୋକଙ୍କଠାରୁ ଟଙ୍କା ମଧ୍ୟ ଦାବି କରୁଥିବା ନଜୀର ରହିଛି । କନ୍ତୁ ସମ୍ବଲପୁରରୁ ଅପହରଣକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ନିଜକୁ ନିଜେ ଅପହରଣର ନାଟକ କରି ପରିବାର ଲୋକଙ୍କୁ ଟଙ୍କା ମାଗୁଥିଲେ । କଥାଟା ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସତ । ପୁରାପୁରି ଫିଲ୍ମ ଷ୍ଟାଇଲରେ ଏହିଭଳି ଆତ୍ମ ଅପହରଣର ନାଟକ ରଚିଥିଲେ ଯୁବକ । ପୋଲିସର ତଦନ୍ତ ବେଳେ ସମ୍ପୃକ୍ତ ଯୁବକ ଗିରଫ ହୋଇଛନ୍ତି । ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ ସହେବି ଗ୍ରାମରେ ।

ସହେବି ଗ୍ରାମର ସତ୍ୟ ନାରାୟଣ ସାହୁ (30) ନାମକ ଜଣେ ଯୁବକ ଏମିତି କାଣ୍ଡ କରି ପୋଲିସ ଦ୍ଵାରା ଗିରଫ ହୋଇ ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁଯାୟୀ ଗତ ଜାନୁଆରୀ 30 ତାରିଖରେ ସହେବି ଗ୍ରାମର ଶକୁନ୍ତଳା ସାହୁ ନାମକ ଜଣେ ମହିଳା ନାକଟିଦେଉଳ ଥାନାରେ ଲିଖିତ ଭାବେ ଏତଲା ଦେଇଥିଲେ । ଶକୁନ୍ତଳା ସାହୁ କହିଥିଲେ, କେହି ଜଣେ ତାଙ୍କ ଭାଇ ସତ୍ୟ ନାରାୟଣ ସାହୁଙ୍କୁ ଅପହରଣ କରି ନେଇଛି । ଏହାର ପ୍ରତିବଦଳରେ ତାଙ୍କୁ 3 ଲକ୍ଷ ଟଙ୍କା ଦାବି କରାଯାଉଥିବା ଶକୁନ୍ତଳା ସାହୁ ଅଭିଯୋଗ କରିଥିଲେ ।

ଶକୁନ୍ତଳା କହିଥିଲେ , ତାଙ୍କର ଭାଇ ଭୟଭୀତ ହୋଇ ଫୋନ କରି ତାଙ୍କୁ କେହି ଅପହରଣ କରିଛି ବୋଲି କହିଥିଲେ । ଏହାସହ 3 ଲକ୍ଷ ଟଙ୍କା ନଦେଲେ ତାଙ୍କୁ ଛାଡ଼ିବେନି ବୋଲି କହିଥିଲେ । ଏହା ପରେ ନାକଟିଦେଉଳ ପୋଲିସ ତୁରନ୍ତ ଏକ ଟିମ୍‌ ଗଠନ କରି ଯୁବକଙ୍କ ଫୋନ୍‌ ଟ୍ରାକ କରିବା ସହ ଖୋଜାଖୋଜିରେ ଲାଗିଥିଲା । ପରବର୍ତ୍ତୀ ସମୟରେ ଯୁବକଙ୍କୁ ଭୁବନେଶ୍ୱରରୁ ଠାବ କରି ଉଦ୍ଧାର କରାଯାଇ ନାକଟିଦେଉଳ ଅଣା ଯାଇଥିଲା । ତେବେ ଯୁବକଙ୍କୁ ପଚରାଉଚରା ପରେ ସେ ନିଜର ଏହି ଅଜବ କାଣ୍ଡ ନେଇ ସ୍ୱୀକାର କରିଥିଲେ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହିଭଳି ଠକେଇ ପାଇଁ ଆଜି ପୋଲିସ ତାଙ୍କୁ ଗିରଫ କରି SDJM କୋର୍ଟ ଚାଲାଣ କରିଛି । ତେବେ କଣ ପାଇଁ ଯୁବକ ଜଣକ ଏମିତି କାଣ୍ଡ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.