ସମ୍ବଲପୁର: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଚଳିତ ବର୍ଷ ଇଂରାଜୀ ମାସ ସେପ୍ଟେମ୍ବର 3 ତାରିଖ ମଙ୍ଗଳବାର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସକାଳ 10.05 ରୁ 10.20 ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବ । ଏହା ପରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ନୂଆଖାଇ ପର୍ବ ପାଳନ ହେବ ।
ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିରରେ ଶନିବାର ଅପରାହ୍ନ ସାଢେ 4ଟାରୁ 5ଟା ମଧ୍ୟରେ ପଣ୍ଡିତ ମାନେ ଏହି ଶୁଭଲଗ୍ନ ଧାର୍ଯ୍ୟ କରିଛନ୍ତି । ସମ୍ବଲପୁର ବହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ଦ୍ବାରା ଆହୁତ ଏହି ବୈଠକରେ ଜିଲ୍ଲା ବିଭିନ୍ନ କୋଣରୁ ପଣ୍ଡିତ ମାନେ ସାମିଲ ହୋଇଥିଲେ । ପ୍ରତ୍ୟକ ବର୍ଷ ନନ୍ଦୋତ୍ସବ ଦିନ ଏହି ଲଗ୍ନ ଧାର୍ଯ୍ୟ କରାଯିବାର ପରମ୍ପରା ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ