ETV Bharat / state

Mahanadi Dispute: 'ସାମୂହିକ ଉଦ୍ୟମରେ ସଫଳ ହେବ ମହାନଦୀ ବିବାଦ' - ସାମୂହିକ ଉଦ୍ୟମରେ ସଫଳ ହେବ ମହାନଦୀ ବିବାଦ

ଆଲୋଚନା ମାଧ୍ୟମରେ ମହାନଦୀ ବିବାଦ ସମାଧାନ ହୋଇପାରିବ । ଆଜି ସମ୍ବଲପୁର ଗସ୍ତରେ ଆସି ଏଭଳି କହିଛନ୍ତି ଛତିଶଗଡ ବିଧାନସଭାର ପୂର୍ବତନ ବାଚସ୍ପଚି ଧରମପାଲ କୌଶିକ । ଅଧିକ ପଢନ୍ତୁ

ସାମୂହିକ ଉଦ୍ୟମରେ ସଫଳ ହେବ ମହାନଦୀ ବିବାଦ: ଛତିଶଗଡ ପୂର୍ବତନ ବାଚସ୍ପତି

author img

By

Published : Jun 13, 2023, 7:21 AM IST

ସାମୂହିକ ଉଦ୍ୟମରେ ସଫଳ ହେବ ମହାନଦୀ ବିବାଦ: ଛତିଶଗଡ ପୂର୍ବତନ ବାଚସ୍ପତି

ସମ୍ବଲପୁର: ମୌସୁମୀ ବେଳେ ମହାନଦୀରେ ବୋହିଯାଉଥିବା ପାଣିକୁ ଉପଯୋଗ କରନ୍ତୁ ଓଡ଼ିଶା ସରକାର । 54 ପ୍ରତିଶତ ପାଣି ସମୁଦ୍ରକୁ ଯାଉଛି । ସେହି ପାଣିକୁ ଅଟକାଇ ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଦିଅନ୍ତୁ । ଆଲୋଚନା ମାଧ୍ୟମରେ ମହାନଦୀ ବିବାଦ ସମାଧାନ ହୋଇପାରିବ । ଆଜି ସମ୍ବଲପୁର ଗସ୍ତରେ ଆସି ଏଭଳି କହିଛନ୍ତି ଛତିଶଗଡ ବିଧାନସଭାର ପୂର୍ବତନ ବାଚସ୍ପତ୍ତି ଧରମପାଲ କୌଶିକ ।

ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଧରମପାଲ ସମ୍ବଲପୁର ଗସ୍ତରେ ଆସିଛନ୍ତି । ଏହି ଗସ୍ତ ଅବସରରେ ଧରମପାଲ କହିଛନ୍ତି ‘‘ମୌସୁମୀ ବେଳେ ମହାନଦୀରେ ବୋହିଯାଉଥିବା ପାଣିକୁ ଉପଯୋଗ କରନ୍ତୁ ଓଡ଼ିଶା ସରକାର । ଛତିଶଗଡରୁ ଓଡ଼ିଶାକୁ ଆସୁଥିବା ମହାନଦୀର 54 ପ୍ରତିଶତ ପାଣି ସମୁଦ୍ରକୁ ଯାଉଛି । ସେହି ପାଣିକୁ ଅଟକାଇ ରାଜ୍ୟ ସରକାର ଓଡିଶାର ଚାଷୀଙ୍କୁ ଦିଅନ୍ତୁ । ଆଲୋଚନା ମାଧ୍ୟମରେ ମହାନଦୀ ବିବାଦ ସମାଧାନ ହୋଇପାରିବ । ଟ୍ରିବ୍ୟୁନାଲ ରାୟ କେବେ ଆସିବ, କଣ ହେବ କେହି ଜାଣନ୍ତି ନାହିଁ । ଉଭୟ ରାଜ୍ୟ ମଧ୍ୟରେ ଭଲ ସମ୍ପର୍କ ରହିଛି । ତେଣୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ।’’

ଧରମପାଲ ଆହୁରି କହିଛନ୍ତି, "ଛତିଶଗଡ ପଟୁ ବର୍ଷା ଦିନେ ଆସୁଥିବା ପାଣି ସମୁଦ୍ରକୁ ଯାଉଛି । ସେହି ପାଣିକୁ ଓଡ଼ିଶା ସରକାର ଉପଯୋଗ କରି ପାରୁ ନାହାଁନ୍ତି । ଏହି ପାଣିକୁ ଅଟକାଇବାକୁ ଓଡ଼ିଶା ସରକାର କାହିଁକି ପଦକ୍ଷେପ ନେଉ ନାହାଁନ୍ତି ? ବର୍ଷା ଦିନେ ଛତିଶଗଡ ପଟୁ ଆସୁଥିବା ବନ୍ୟା ଜଳ ବିନିଯୋଗ ନହୋଇ ନଷ୍ଟ ହେଉଛି । ଟ୍ରିବୁନାଲ ଜରିଆରେ ସମାଧାନର ବାଟ ବାହାରିବ । ତେବେ ଟ୍ରିବୁନାଲ ପରର କଥା ଏହା ପୂର୍ବରୁ ଏହି ସମସ୍ୟାର ନିରାକରଣ ହେବା ଉଚିତ । ଏଥିପାଇଁ ସାମୁହିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି l ଏହି ସମସ୍ୟା ସ୍ଥାୟୀ ସମାଧାନ ବାହାରିଲେ ଉଭୟ ଓଡିଶା ଓ ଛତିଶଗଡ ରାଜ୍ୟକୁ ଏହାର ଲାଭ ମିଳିବି l ଉଭୟ ରାଜ୍ୟ ମଧ୍ୟରେ ଭଲ ସମ୍ପର୍କ ରହିଛି ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସାମୁହିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ ଯେ ଗତ ମାସରେ ମହାନଦୀ ଜଳ ବିବାଦ ଟ୍ରିବୁନାଲର ଟିମ୍‌ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରିଛି । ଗସ୍ତ ବେଳେ ଟିମ୍‌ ସମ୍ବଲପୁରରୁ ମହାନଦୀ ତଳମୁଣ୍ଡ ଯାଏଁ ଅନୁଧ୍ୟାନ କରିଛି । ଏହି ଟିମ୍‌ ହୀରାକୁଦ ଡ୍ୟାମକୁ ଯାଇ ପରିଦର୍ଶନ କରିବା ସହ ଅଣ ମୌସୁମୀ ଋତୁରେ ରୁଲକର୍ଭ ଅନୁସାରେ ଜଳ ସ୍ତର କେତେ ରହିବା କଥା, ଉପର ମୁଣ୍ଡରୁ କେତେ ପରିମାଣର ଜଳ ଆସିବା କଥା, କେତେ ଜଳ ଆସୁଛି ସେନେଇ ଅନୁଧ୍ୟାନ କରିଥିଲେ । ହୀରାକୁଦ ଜଲଭଣ୍ଡାରର ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରି ଅଣ ମୌସୁମୀ ଋତୁରେ ଓଡିଶା ପାଇଁ ମହାନଦୀରେ ପାଣି ଛାଡୁ ନଥିବା ର ଅଭିଯୋଗ ହେବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା l ଏହି ବିବାଦ ନେଇ ଓଡ଼ିଶା ସରକାର 2016 ମସିହାରେ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟରେ ଆନ୍ତଃରାଜ୍ୟ ଜଳ ବିବାଦ ନିୟମ ସେକ୍ସନ 3 ଅନୁସାରେ ଏକ ଅଭିଯୋଗ ଦାଖଲ କରିବା ପରେ ମାର୍ଚ୍ଚ 12,2018 ମସିହାରେ ହାନଦୀ ଜଳ ବିବାଦ ଟ୍ରିବୁନାଲର ଟିମ୍‌ ଗଠନ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.